ଦୀର୍ଘ ଏକବର୍ଷ ଧରି ବିଭିନ୍ନ ଅନୁଷ୍ଠାନ, ଆଗଧାଡ଼ିର ବ୍ୟକ୍ତିବିଶେଷ ଏବଂ ବହୁ
ସଭାସମିତିରେ ଏ ସମ୍ପର୍କରେ ସୂଚୀତ କରିବା ପରେ ମାତ୍ର ୭ ଜଣ ବ୍ୟକ୍ତି- ହରପ୍ରସା
ଦାସ (ସମାଜ,୯/୨/୦୯) ବରେକୃଷ୍ଣ ଧଳ (ଧରିତ୍ରୀ), ସୁବ୍ରତ ପୃଷ୍ଟି (ଏଷଣା-୫୯,
ଓଡ଼ିଆ ଗବେଷଣା ପରିଷ ମୁଖପତ୍ର), ଦେବୀପ୍ରସନ୍ନ ପଟ୍ଟନାୟକ (ସମାଜ - ୧୬/୧/
୧୦), ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର (କୋଣାର୍କ-୧୫୪) ବସନ୍ତ କୁମାର ପଣ୍ଡା (ସମାଜ-୭/
୨/୧୦), ଚନ୍ଦ୍ରଭାନୁ ପଟ୍ଟନାୟକ (ସମାଜ-୧/୪/୧୦) ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା
ପ୍ରଦାନ ସପକ୍ଷରେ ବିଭିନ୍ନ ପ୍ରମାଣ ସହ ଯୁକ୍ତି ଉପସ୍ଥାପନ କରିଛନ୍ତି । ଦୁଃଖର କଥା ଓଡ଼ିଆ
ଭାଷା, ସଂସ୍କୃତି, ସାହିତ୍ୟ, ଜାତୀୟତାପାଇଁ ଚିତ୍କାର କରୁଥିବା ବହୁ ବ୍ୟକ୍ତି, ଅନୁଷ୍ଠାନ,
ସରକାର ଏପରିକି ରାଜନୈତିକ ନେତା ଏହି ଆଲୋଚନାଠାରୁ ବହୁ ଦୂରରେ ଅଛନ୍ତି ।
ପାଟକୁରାରୁ ଅଧ୍ୟାପକ ନୀରୋଦ ଦାସ ଦେବୀବାବୁଙ୍କ ମତକୁ “ପ୍ରମାଦଯୁକ୍ତ ତଥ୍ୟ” କହି
ଓଡ଼ିଆଙ୍କୁ ଫରାସୀଜାତି ଶାସନ କରି ନାହାନ୍ତି ବୋଲି (ସମାଜ-୨୯/୧/୧୦)
କହିଥିବାବେଳେ ଇତିହାସ ପୃଷ୍ଠା ଓଲଟାଇଥିବା ଅଧ୍ୟାପକ (?) ଦାସ ମହାଶୟ ବୋଧହୁଏ
ଦେଖିବାକୁ ଭୁଲିଯାଇଛନ୍ତି ଯେ, ମୋଗଲ ଅଧିକୃତ ପାଞ୍ଚଣ୍ଡପାଟ - ଜଳେଶ୍ୱର, ଭଦ୍ରଖ,
କଟକ, କଳିଙ୍ଗ ଓ ରାଜମହେନ୍ଦ୍ରୀ ମଧ୍ୟରୁ ଶେଷ ଦୁଇ ଦଣ୍ଡପାଟ ୧୬୫୧ରେ ଗୋଲକୁଣ୍ଡା
ଶାସନ ଅନ୍ତର୍ଭୁକ୍ତ ହୋଇଥିଲା । ୧୬୮୭ରେ ଏହା ପୁଣି ଔରଙ୍ଗଜେବଙ୍କଦ୍ୱାରା ମୋଗଲ
ଅଧିକୃତ ହୋଇଥିଲେ ମଧ୍ୟ ଏହି ଦୁଇ ଦଣ୍ଡପାଟ ଓଡ଼ିଶା ସହିତ ମିଶା ନ ଯାଇ ଦାକ୍ଷିଣାତ୍ୟ
ସୁବେଦାର ହାତରେ ନ୍ୟସ୍ତ କରାଗଲା । ମୋଗଲ ସାମ୍ରାଜ୍ୟ ପତନ ପରେ ଦାକ୍ଷିଣାତ୍ୟ
ସୁବେଦାର ନିଜାମ-ଉଲ୍-ମୁଲ୍ କ ବା ଚିନ୍ କିଲିଚ୍ ଖାଁ ଦାକ୍ଷିଣାତ୍ୟକୁ ନେଇ ୧୭୨୪ରେ
ସ୍ୱତନ୍ତ୍ର ହାଇ୍ରାବାଦ ରାଜ୍ୟ ସ୍ଥାପନ କରିବାରୁ ଏହି ଓଡ଼ିଆ ଅଞ୍ଚଳ ଉତ୍ତର ସରକାର ନାମରେ
ହାଇ୍ରାବାଦ ରାଜ୍ୟ ଅନ୍ତର୍ଭୁକ୍ତ ହୋଇଗଲା । ୧୭୫୧ରେ ସଲାବତଜଙ୍ଗଙ୍କୁ ହାଇ୍ରାବାଦ
ନିଜାମ ହେବାରେ ସାହାଯ୍ୟ କରିଥିବା ଫରାସୀ ଗଭର୍ଣ୍ଣର ଡ୍ୟୁପ୍ଲେକ୍ସଙ୍କୁ ନିଜାମ ଉତ୍ତର
ସରକାର ପ୍ରଦାନ କରିବାରୁ ଚିଲକାଠାରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଓଡ଼ିଆ ଅଞ୍ଚଳ
ଫରାସୀ ଶାସନାଧୀନ ହେଲା । ଏହି ସମୟରେ ଅବଶିଷ୍ଟ ଓଡ଼ିଶା ମରହଟ୍ଟା ଅଧିକୃତ ହେବାରୁ
ଓଡ଼ିଶା ଦୁଇଭାଗରେ ବିଭକ୍ତ ହୋଇ ଦୁଇଟି ଭିନ୍ନ ଶାସକଙ୍କଦ୍ୱାରା ଶାସିତ ହେଲା ।
ପୃଷ୍ଠା:Bhasa o Jatiyata.pdf/୪୧
ଦେଖଣା
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୪୨
ଭାଷା ଓ ଜାତୀୟତା
