ପୃଷ୍ଠା:Bhasa o Jatiyata.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
୪୫
 

କରିଦିଆଗଲା । ପ୍ରକୃତରେ ଏହି ଶିକ୍ଷିତଗୋଷ୍ଠୀ ସିନ୍ଧୁସଭ୍ୟତା ଜନଜୀବନର ଏକ କ୍ଷୁଦ୍ର ଅଂଶବିଶେଷ ଏବଂ ଏମାନେ ସିନ୍ଧୁନଗର ପତନପରେ ଜୀବନଧାରଣ ଉଦ୍ଦେଶ୍ୟରେ ଗଙ୍ଗା, ଯମୁନା,ଦୋଆବ ଅଞ୍ଚଳରେ ବାଣିଜ୍ୟ କରିବାପାଇଁ ସୁବିଧା ନ ଥିବାରୁ କୃଷି ଓ ଗୋପାଳନକୁ ନେଇ ନୂଆ ଭିତ୍ତିଭୂମି ତିଆରି କଲେ । ଏମାନଙ୍କ ସଭ୍ୟତାକୁ ବୈଦିକ ସଭ୍ୟତା କୁହାଗଲା । ଏହିସମୟରେ ଲୁହାର ଆବିଷ୍କାର ଘଟି ନଥିବାରୁ ଏମାନେ ଭାରତୀୟ ତାମ୍ରଯୁଗର ଅଧିବାସୀ ରୂପେ ପରିଗଣିତ ହେଲେ । ବୈଦିକସଭ୍ୟତାର ମଣିଷ କେଉଁ ଲିପି ଓ ଭାଷା ବ୍ୟବହାର କରୁଥିଲେ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ି ଶୁଣିଶୁଣି ମନେ ରଖିଥିବା ଶ୍ରୁତିଶାସ୍ତ୍ର ଇତ୍ୟାିକୁ ଅନୁଶୀଳନ କଲେ ଜଣାପଡ଼େ, ଏମାନେ ବୈଦିକ ସଂସ୍କୃତ ସହ ପରିଚିତ ଥିଲେ ।

ପ୍ରାୟ ୩ ହଜାର ବର୍ଷ ପୂର୍ବେ ଖ୍ରୀ.ପୂ. ଦଶମ ଶତାବ୍ଦୀ ବେଳକୁ ଭାରତରେ ଲୁହାର ଆବିଷ୍କାର କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା । ଲୁହାର ବ୍ୟାପକ ପ୍ରୟୋଗ ଯୋଗୁଁ ଉତ୍ପାଦନ ବୃଦ୍ଧି ହେବାଦ୍ୱାରା ପୁଣିଥରେ ଲୌହ ଉପଲବ୍ଧ କ୍ଷେତ୍ର ଗଙ୍ଗାନଦୀ ଅବବାହିକାରେ ଦ୍ୱିତୀୟ ନଗରୀକରଣ ଭାବେ ଏହି ସମୟରେ ୧୬ଟି ବୃହତ ରାଜ୍ୟ ସହିତ ଅନ୍ୟାନ୍ୟ କ୍ଷୁଦ୍ରକ୍ଷୁଦ୍ର ରାଜ୍ୟ ଗଢ଼ି ଉଠିଥିଲା । ତେବେ ଧାର୍ମିକ ଅନ୍ଧବିଶ୍ୱାସର ପ୍ରଚଣ୍ଡପ୍ରଭାବ ଶିକ୍ଷିତ ସମାଜର ଜ୍ଞାନକୁ ଘୋଡ଼ାଇ ପକାଇଥିବାରୁ ଏହାକୁ ପ୍ରତିହତ କରିବାପାଇଁ ଜୈନ ଓ ବୌଦ୍ଧ ନାମକ ଦୁଇଟି ଧର୍ମ ଏହି କାଳରେ ଆବିର୍ଭାବ ଘଟିଲା । ତଥାପି ଏହି ସମୟରେ କେଉଁ ଭାଷା ଓ ଲିପି ପ୍ରଚଳିତ ଥିଲା, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଦ୍ୱିତୀୟ ନଗରୀକରଣ ଉତ୍ତର-ମଧ୍ୟ ଭାରତରେ ବିସ୍ତାର ଲାଭ କରିଥିବା ବେଳେ ତିନୋଟି ଶକ୍ତିଶାଳୀ ରାଜବଂଶଦ୍ୱାରା ଉକ୍ତ ୧୬ରାଜ୍ୟ ଅଧିକୃତ ହୋଇ ମଗଧ ନାମକ ବୃହତ ରାଜ୍ୟ ଗଢ଼ିଉଠିଥିଲା । ତାମ୍ରଯୁଗର ନଗରସଭ୍ୟତା ସିନ୍ଧୁନଦୀ କୂଳରେ ଓ ଲୌହ ପାଷାଣକାଳୀନ ଦ୍ୱିତୀୟ ନଗରସଭ୍ୟତା ଗଙ୍ଗନଦୀ କୂଳରେ ଗଢ଼ିଉଠି କ୍ରମେ ଅନ୍ୟ ଅଞ୍ଚଳକୁ ବ୍ୟାପି ଏକ ସଭ୍ୟସମାଜ ଭାରତର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିଲା । ବିଶେଷକରି କୃଷିକ୍ଷେତ୍ରରେ ମଗଧ ନିଜର ଉତ୍କର୍ଷ ପ୍ରମାଣ କରିସାରିଥିବାବେଳେ ଏହାର ନିକଟବର୍ତ୍ତୀ ଅଞ୍ଚଳ ଭାବରେ କଳିଙ୍ଗ ଏହି କୃଷବିକାଶଦ୍ୱାରା ପ୍ରଭାବିତ ହୋଇଥିଲା । ତେଣୁ କୃଷି, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ମଗଧର ଏକାମାତ୍ର ପ୍ରତିଦ୍ୱନ୍ଦ୍ୱୀ ସାଜିଥିଲା କଳିଙ୍ଗ । ଏଥିପାଇଁ ସହାୟକ ହୋଇଥିଲା ପୂର୍ବ ଉପକୂଳରେ ଥିବା ବିସ୍ତୀର୍ଣ୍ଣ ସାଗରବେଳା, ଯାହା ବର୍ହିବାଣିଜ୍ୟପାଇଁ ଏକମାତ୍ର ଅନୁକୂଳ ଭିତ୍ତିଭୂମି ଥିଲା । ସେହି ସମୟରେ ଘଞ୍ଛଅରଣ୍ୟ ଯୋଗୁଁ ଜଳପଥ ଶ୍ରେଷ୍ଠ ବାଣିଜ୍ୟମାର୍ଗ ବୋଲି ବିଚାର କରାଯାଉଥିବାରୁ ଏବଂ ଏହାଉପରେ ମଗଧର ମନ୍ତ୍ରୀ ତଥା ଅର୍ଥଶାସ୍ତ୍ରର ରଚୟିତା କୌଟିଲ୍ୟ ଅଧିକ ଗୁରୁତ୍ୱ ଦେଉଥିବାରୁ ଜଳପଥ ବର୍ହିବାଣିଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଥିଲା । ତେବେ ମଗଧର ପାଟଳିପୁତ୍ର, ବାରାଣାସୀ, ପ୍ରୟାଗ, ମଥୁରା ଆଦି ସହର ଓ ଗଙ୍ଗାନଦୀ ସହ ସଂଯୋଗ କରୁଥିବା ରୂପନାରାୟଣ ନଦୀ ମୁହାଣରେ ଗଢ଼ି ଉଠିଥିବା ତାମ୍ରଲିପ୍ତି ବନ୍ଦର କଳିଙ୍ଗ ଅଧୀନରେ ଥିବାରୁ ମଗଧର ବ୍ୟବସାୟୀ ଗୋଷ୍ଠୀ କଳିଙ୍ଗ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିଲେ । ଅର୍ଥାତ୍