ପୃଷ୍ଠା:Bhasa o Jatiyata.pdf/୪୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପ୍ରିୟଖାଦ୍ୟ ଓ ଏହା ବିଭିନ୍ନ ପୂଜାପାର୍ବଣ, ଆନନ୍ଦଉତ୍ସବରେ ବିତରଣ କରାଯାଏ) ଏହି ଯୁବସନ୍ନ୍ୟାସୀଙ୍କୁ ପ୍ରଦାନକରି ତାଙ୍କର କ୍ଷୁଧା ନିବାରଣ କଲେ । ମହାବୀର ବର୍ଦ୍ଧମାନ କଳିଙ୍ଗ ଆସି ଜୈନଧର୍ମ ପ୍ରଚାର କରିଥିଲେ ବୋଲି ଜୈନସାହିତ୍ୟରେ ଉଲ୍ଲେଖ ଅଛି । ବିଶିଷ୍ଟ ଜର୍ମାନ ଗବେଷକ ହର୍ମନ୍ ଜୈକୋବୀ ଜୈନଧର୍ମର ୨୪ତମ ତୀର୍ଥଙ୍କର ଋଷଭଦେବଙ୍କୁ ଏହି ଧର୍ମର ସଂସ୍ଥାପକ ଭାବେ ପ୍ରମାଣ କରିଥିବାବେଳେ ସିନ୍ଧୁସଭ୍ୟତା ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରାପ୍ତ ଏକ ନଗ୍ନମଣିଷ ଶରୀରକୁ ଋଷଭଦେବ ବୋଲି ପ୍ରତ୍ନତାତ୍ତ୍ୱ ବିଭାଗର ମହାନିର୍ଦ୍ଦେଶକ ଡଃ ଟି.ଏନ୍. ରାମଚନ୍ଦ୍ରନ୍ ‘ହରପ୍ପା ଏଣ୍ଡ୍ ଜୈନିଜିମ୍’ ଗ୍ରନ୍ଥରେ ପ୍ରମାଣ କରିଛନ୍ତି । ଏହି ଋଷଭଦେବଙ୍କ ମୂର୍ତ୍ତି ହିଁ କଳିଙ୍ଗଜିନ, ଯାହା କଳିଙ୍ଗ ଆକ୍ରମଣ କରି ମହାପ୍ମନନ୍ଦ ଅପହରଣ କରି ନେଇଥିଲେ ଓ ଖାରବେଳ ମଗଧ ଆକ୍ରମଣ କରି ଏହାକୁ ଉଦ୍ଧାର କରିବା ସହ କଳିଙ୍ଗରେ ପୁନଃସ୍ଥାପନ କରିଥିଲେ । କାରଣ ଋଷଭଦେବଙ୍କ ମୂର୍ତ୍ତି ଓଡ଼ିଶାର ପୁରପଲ୍ଲୀରେ ଦେଖିବାକୁ ମିଳିଥିବାବେଳେ ଭାରତର ଅନ୍ୟ କୌଣସି ସ୍ଥାନରୁ ଏତେ ସଂଖ୍ୟକ ମୂର୍ତ୍ତି ଦୃଷ୍ଟିଗୋଚର ହୁଏ ନାହିଁ । ପାଣିନୀଙ୍କ ଅଷ୍ଟାଧ୍ୟାୟୀରେ କଳିଙ୍ଗ ଦେଶ ସଂପର୍କରେ ଉଦାହରଣ ଛଳରେ ବିଶେଷ ଚର୍ଚ୍ଚା ହୋଇଥିବାବେଳେ ଦାକ୍ଷିଣାତ୍ୟର କୌଣସି ଜାତି ବା ଦେଶ କଥା ବର୍ଣ୍ଣନା ନ କରି କେବଳ ଗୋଦାବରୀ ନଦୀ ନାମୋଲ୍ଲେଖ କରିଥିବାରୁ ପାଣିନୀଙ୍କ ସମୟରେ କଳିଙ୍ଗର ସୀମା ଗୋାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ବୋଲି ଜଣାପଡ଼େ । କଳିଙ୍ଗଦ୍ୱାରା ରପ୍ତାନୀ ହେଉଥିବା ବିଭିନ୍ନ ଦ୍ରବ୍ୟ ଓ ଦାକ୍ଷିଣାତ୍ୟ ପଥ ବର୍ଣ୍ଣନା ସମୟରେ କଳିଙ୍ଗରୁ ଉପଲବ୍ଧ ବସ୍ତୁ ବିଷୟରେ ସୂଚନା କୌଟିଲ୍ୟଙ୍କ ରଚିତ ଅର୍ଥଶାସ୍ତ୍ରରୁ ଜଣାପଡେ । ବୌଦ୍ଧ ସାହିତ୍ୟ ‘ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ’ ଗ୍ରନ୍ଥରେ କୁହାଯାଇଛି- କଳିଙ୍ଗ ସାଗର ମଧ୍ୟରେ ଥିବା ସମସ୍ତ ଦ୍ୱୀପ କଳିଙ୍ଗ ଦେଶ ନାମରେ ପରିଚିତ । କାଳିଦାସଙ୍କ ‘ରଘୁବଂଶ’ରେ କଳିଙ୍ଗରାଜାଙ୍କୁ ‘ମହୋଧିପତି’ ବୋଲି କୁହାଯାଇଛି ।

ଭାରତ ଭ୍ରମଣରେ ଆସିଥିବା ବହୁ ବିଦେଶୀ ପଣ୍ଡିତ କଳିଙ୍ଗ ବିଷୟରେ ବର୍ଣ୍ଣନା କରିବାକୁ କୁଣ୍ଠିତ ନ ଥିଲେ । ଯଦିଓ ଏ ବିଷୟରେ ବିସ୍ତୃତ ଗବେଷଣା ହୋଇପାରି ନାହିଁ, ତଥାପି ଯେତକ ହୋଇଛି ସେଥିରେ ଓଡ଼ିଆ ଜାତିର ଅତୀତ ଇତିହାସକୁ ସ୍ପଷ୍ଟଭାବେ ଦେଖିହୁଏ । ଷ୍ଟ୍ରାବୋଙ୍କ ‘ଇଣ୍ଡିଆ’, ପ୍ଲିନୀଙ୍କ ‘ନାଚୁରାଲ ହିଷ୍ଟ୍ରି’, ଆରିଅନ୍ ଙ୍କ ‘ଇଣ୍ଡିକା’ରେ ମଧ୍ୟ କଳିଙ୍ଗ ବିଷୟରେ ବିସ୍ତୃତ ବର୍ଣ୍ଣନା ମିଳେ । କଳିଙ୍ଗର ସୂକ୍ଷ୍ମବସ୍ତ୍ର ବହୁ ଆକର୍ଷକ ଓ ଏହାକୁ ସମ୍ଭ୍ରାନ୍ତ ବଂଶୀୟା ନାରୀଗଣ ପାଇବାକୁ ପ୍ରଚୁରଅର୍ଥ ବିନିମୟରେ ପାରସ୍ପରିକ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ବୋଲି “ପେରିପ୍ଲସ ଅଫ ଦି ଆରିଥ୍ରିଆନ୍ ସି” ପୁସ୍ତକରେ ଉଲ୍ଲେଖ ରହିଛି । କଳିଙ୍ଗ ସମ୍ପର୍କରେ ସବୁଠାରୁ ନିର୍ଭରଯୋଗ୍ୟ ଲିଖିତ ପ୍ରମାଣ ହେଲା- ମେଘାସ୍ଥିନିସ୍ ଙ୍କ ‘ଇଣ୍ଡିକା’ଗ୍ରନ୍ଥ (ଖ୍ରୀ.ପୂ.୩୫୦- ଖ୍ରୀ.ପୂ.୨୯୦) । ଭୟଙ୍କର କଳିଙ୍ଗଯୁଦ୍ଧ ହେବାର ୩୦୪୦ ବର୍ଷ ପୂର୍ବରୁ ଲିଖିତ ଏହି ଗ୍ରନ୍ଥରେ ପ୍ରାଚୀନ କଳିଙ୍ଗର ଭୌଗୋଳିକ ସ୍ଥିତି, ବୀରତ୍ୱ ବ୍ୟଞ୍ଜକ ଘଟଣାବଳୀର ବିସ୍ତୃତ ବର୍ଣ୍ଣନା ରହିଛି । ଏଥିରେ ସେ କଳିଙ୍ଗ ତିନୋଟି ଭୂଭାଗପ୍ରାଚୀ କଳିଙ୍ଗ, ମାକ୍କୋ ବା ମଗ କଳିଙ୍ଗ ବା ଗଙ୍ଗାରିଡାଇ କଳିଙ୍ଗକୁ ନେଇ ଗଠିତ ତଥା