ପୃଷ୍ଠା:Bhasa o Jatiyata.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୫୨
ଭାଷା ଓ ଜାତୀୟତା
 

ଓଡ଼ିଆଏ ଏହି ତୁଠପଥରରେ ନିଜ ବଚନ ରୂପକ ଗୋଡ଼ ଘଷି ନିଜକୁ ପ୍ରତିଷ୍ଠିତ କରିସାରିଥିବାବେେଳେ ଏହି ପଥରର ମହତ୍ତ୍ୱକୁ ସର୍ବସମ୍ମୁଖରେ ଉପସ୍ଥାପନ କରିବାରେ ଅସମର୍ଥ ହେଉଛନ୍ତି । ଫଳରେ ବର୍ତ୍ତମାନର ଓଡ଼ିଆ କାର୍ତ୍ତିକ ପୂଣ୍ଣର୍ମିା ର ବଡ଼ିଭୋରୁ ଉଠି ସୋଲ ଆଉ କଦଳୀପଟୁଆ ଡଙ୍ଗା ଭସାଇ ‘ଆ-କା-ମା-ବଇ’ କହି ଖୁସି ହେଉଥିବାବେଳେ ଏହି ଚାରିଟି ଶବ୍ଦର ମୂଳ ଅର୍ଥ ଯେ ଧର୍ମ ସଞ୍ଚୟର ମାସ ବଳରେ ତା’ର ଅତୀତର ପୂର୍ବପୁରୁଷଙ୍କଦ୍ୱାରା ସ୍ଥାପିତ ଚାରିଟି ଉପନିବେଶ ସାମ୍ରାଜ୍ୟର ସଂକ୍ଷିପ୍ତ ନାମକରଣ ତାହା ସେ ଏ ପର୍ଯ୍ୟନ୍ତ ବୁଝିପାରି ନାହିଁ କିମ୍ବା ଏମାନଙ୍କୁ ବୁଝାଇବାପାଇଁ କେହି ଆଗ୍ରହୀ ହେଉ ନାହାନ୍ତି ।

ଓଡ଼ିଆଜାତିର ଏହି ବଳିଷ୍ଠ ଜୀବନଚର୍ଯ୍ୟାର ମୂଳଆଧାର ହେଉଛି ତା’ର ଭାଷା । କାରଣ ଓଡ଼ିଆ ଭାଷାର ବିଶେଷତ୍ୱ ହେଲା- ଏହା ଯେପରି ଉଚ୍ଚାରଣ ହୁଏ, ସେହିପରି ଭାବରେ ଲେଖାଯାଏ । ଅନ୍ୟ ଭାରତୀୟ ଭାଷାରେ ଏପରି ହୋଇ ନ ଥାଏ । ଓଡ଼ିଆ ବ୍ୟାକରଣ ନିୟମ ଅନୁସାରେ ବହୁବଚନରେ ‘ମାନେ’ର ପ୍ରୟୋଗ; ଯାହା ଭାରତରେ ଅନ୍ୟ କୌଣସି ଭାଷାରେ ବ୍ୟବହାର ନାହିଁ ତଥା ତୃତୀୟ ପୁରୁଷ ଏକ ବଚନରେ ବ୍ୟବହୃତ ‘ଅନ୍ତି’ (କିଣନ୍ତି, ଖାଆନ୍ତି ପ୍ରଭୃତି) ବର୍ତ୍ତମାନର କୌଣସି ଇଣ୍ଡୋ-ୟୀରୋପୀୟ ଆର୍ଯ୍ୟଭାଷାରେ ପ୍ରୟୋଗ ନାହିଁ । ଏହା କେବଳ ଗ୍ରୀକ୍, ଲାଟିନ୍ ଓ ବୈଦିକ ସଂସ୍କୃତ ଭାଷାରେ ଦେଖିବାକୁ ମିଳେ । ବହୁ ପ୍ରାଚୀନ ବୈଦିକ ଶବ୍ଦ ଯଥା- ନଡ>ନଡା, ନନା>ନନା, ନାନୀ>ନାନୀ, ବିଷୟ>ବିଷୟ, ବକଳ>ବକଳ, ମେରି > ମେରି , ଆଣି > ଆଣି , ଖିଲ >ଖିଲ , ଲାଙ୍ଗୁଳ>ଲାଙ୍ଗୁଳ, ଘାସ>ଘାସ (ବୈଦିକ୍ ଇନ୍ ଡେକ୍ସ-ମାକ୍ ଡୋନାଲ୍ ଡ ଆଣ୍ଡ୍ କିଥ୍) ଇତ୍ୟାଦି ଅବିକଳ ଭାବେ କିମ୍ବା ସାମାନ୍ୟ ବିକୃତ ଭାବେ ଓଡ଼ିଆ ଭାଷାରେ ବ୍ୟବହାର କରାଯାଇଛି; ଅଥଚ ବୈଦିକ ସଂସ୍କୃତର ପରବର୍ତ୍ତୀ ରୂପ ବା ବର୍ତ୍ତମାନର ସଂସ୍କୃତଭାଷାରେ ଏ ସବୁ ପ୍ରୟୋଗ ହେଉନାହିଁ । ପୃଥିବୀର ଏକାମତ୍ର ଭାଷାଭାବେ ଓଡ଼ିଆ ଚାରିଟି ଲିଙ୍ଗ- ସଜୀବ, ନିର୍ଜୀବ, ପୁଲିଙ୍ଗ, ସ୍ତ୍ରୀଲିଙ୍ଗର ଅଧିକାରୀ । ତେଣୁ ଭାଷାବିଜ୍ଞାନ ଦୃଷ୍ଟିରୁ ଓଡ଼ିଆ ଧ୍ୱନିର ଉଚ୍ଚାରଣ ଓ ଲିପିର ପ୍ରୟୋଗ ସଂଯୁକ୍ତ ଧ୍ୱନି ଇତ୍ୟାଦି ସମ୍ପୂର୍ଣ୍ଣରୂପେ ବୈଜ୍ଞାନିକ ପଦ୍ଧତିଯୁକ୍ତ ବୋଲି ପ୍ରମାଣ ହୋଇସାରିଛି ।

ଏ ସମ୍ପର୍କରେ ବୈଦିକ ଓ ପରବର୍ତ୍ତୀ ବୈଦିକ ସଂସ୍କୃତ ଭାଷାରେ ପାଣ୍ଡିତ୍ୟଲାଭ କରିଥିବା ବିଶିଷ୍ଟ ପାଶ୍ଚାତ୍ୟ ବିଦ୍ୱାନ ଏଲ.ଏସ୍.ଏସ୍. ଓମାଲୀଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ । ସେ ଓଡିଆଭାଷାକୁ ବିଭିନ୍ନ ଦିଗରୁ ବିଶ୍ଳେଷଣ କରି ଅନ୍ୟ ଭାରତୀୟଭାଷା ତୁଳନାରେ ଏହାର ବିଶେଷତ୍ତ୍ୱ ସମ୍ପର୍କରେ ଉଲ୍ଲେଖ କରିଛନ୍ତି - “ଓଡିଆରେ ପ୍ରତ୍ୟେକ ପଦର ପ୍ରତ୍ୟେକ ଅକ୍ଷର ସ୍ପଷ୍ଟ ଉଚ୍ଚାରିତ ହୋଇଥାଏ । ଓଡିଆର କ୍ରିୟାକଳାପ ଏକାଧାରାରେ ସରଳ ଓ ସମ୍ପୂର୍ଣ୍ଣ । ଓଡିଆ କ୍ରିୟାର କାଳସଂଖ୍ୟା ଅଧିକ ହେଲେହେଁ ନିୟମାବଦ୍ଧ ଓ ଯୁକ୍ତିଯୁକ୍ତ ଭାବେ ସଜ୍ଜିତ । ଏହାର ପ୍ରଭାବ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ କାଳସୂଚକ କ୍ରିୟା- ବିଶେଷ୍ୟମାନଙ୍କରେ ଲକ୍ଷ୍ୟଣୀୟ । ଲାଟିନରେ ଯାହା ଭାବବଚନଦ୍ୱାରା ପ୍ରକାସ କରାଯାଇଥାଏ, ଜଣେ ଓଡିଆ ସେହି ଭାବ ପ୍ରକାଶପାଇଁ କ୍ରିୟାବିଶେଷ୍ୟକୁ ଯଥାଯୋଗ୍ୟ କାରକବିଭକ୍ତି ଯୋଗକରି ରୂପ