ଯଦି ଖୋଳତାଡ଼ କରିଥାନ୍ତେ, ତେବେ ସେମାନେ ଜାଣିପାରିଥାନ୍ତେ ଗୋଟିଏ ରାଜନୈତିକ
ପରିସୀମା ମଧ୍ୟରେ ଆବଦ୍ଧ ଅଞ୍ଚଳର କଥିତଭାଷାରେ ଏହିସବୁ କବିତା ରଚିତ ତଥା ଏହାର
କବି ମଧ୍ୟ ଏହି ଅଞ୍ଚଳର ବାସିନ୍ଦା । ଏହା ପୁଣି ଓଡ୍ଡିୟାନ୍ ପୀଠ ବା ବର୍ତ୍ତମାନ ପଶ୍ଚିମଓଡ଼ିଶାକୁ
କେନ୍ଦ୍ରକରି ବିକାଶଲାଭ କରିଥିଲା । ଏହି ଓଡ୍ଡିୟାନ୍ ପୀଠରୁ ସୃଷ୍ଟି ବୌଦ୍ଧତନ୍ତ୍ରଯାନ ପରେ
ବୈଷ୍ଣବତନ୍ତ୍ରଯାନକୁ ପ୍ରଭାବିତ କରି ଉତ୍କଳୀୟ ଜ୍ଞାନମିଶ୍ରା ଭକ୍ତିମାର୍ଗର ପଥ ଉନ୍ମୋଚନ
କରିବାରୁ ପରବର୍ତ୍ତୀକାଳୀନ ଓଡ଼ିଆ ଜନଜୀବନ ଏହାଦ୍ୱାରା ବହୁଳ ଭାବେ ପ୍ରଭାବିତ
ହୋଇଥିଲା । ଉଡ୍ରରୁ ଓଡ୍ଡିୟାନ୍ ତଥା ଓଡ଼ିଶା ହେଉଛି ଏହି ଭୂଖଣ୍ଡର ପରିଚୟ । ତେଣୁ
ଓଡ୍ଡିୟାନ୍ ର ଭାଷା ଓଡ଼ିଶାରେ ପ୍ରଚଳିତ । ପରବର୍ତ୍ତୀକାଳରେ ରାଜନୈତିକ ବିଖଣ୍ଡନ ଯୋଗୁଁ
ସୃଷ୍ଟି ହୋଇଥିବା ବିଭିନ୍ନ ରାଜ୍ୟ ଓ ଭାଷା ଏହି କବିତାଗୁଡ଼ିକୁ ନିଜଭାଷାର ପ୍ରାଚୀନରୂପ
କହିବା ଯୁକ୍ତିଯୁକ୍ତ । ମାତ୍ର ଏଥିରେ ବ୍ୟବହୃତ ହୋଇଥିବା କେତେକ ଶବ୍ଦକୁ ବୁଝି ନ ପାରି
ଏହାକୁ ଅବୋଧ୍ୟ, ଅପ୍ରଚଳିତ କିମ୍ବା ବୌଦ୍ଧ ଯୁଗୀୟ ଶବ୍ଦ ଭାବେ ଏମାନେ ଗ୍ରହଣ
କରିନେବା କେବଳ ଅଯୌକ୍ତିକ ନୁହେଁ, ବରଂ ଓଡ଼ିଆ ଭଳି ଗୋଟିଏ ବଳିଷ୍ଠ ଭାଷାର
ପ୍ରାଚୀନତାକୁ ଅସ୍ୱୀକାର କରିବା ସେମାନଙ୍କ ଓଡ଼ିଆ ଅସ୍ମିତା ହନନ ଚକ୍ରାନ୍ତର ଅଂଶବିଶେଷ ।
କାରଣ ଏହିସବୁ ଶବ୍ଦ ଓଡ଼ିଆଭାଷାରେ ଏବେ ମଧ୍ୟ ଅବିକଳ ପ୍ରଚଳିତ । ଦୃଷ୍ଟାନ୍ତ ରୂପେ
ବୌଦ୍ଧସିଦ୍ଧାଚାର୍ଯ୍ୟ ଗୁଣ୍ଡୁରୀପାଦଙ୍କ କବିତାରେ ବର୍ଣ୍ଣିତ
କମଳ କୁଳଶି ଘାତ୍ତ କରହୁ ବିଆଳୀ ।।
ଜୋଇନି ନଇଁ ବିନୁ ଖନହିଁ ନ ଜୀବମି ।
ଅର୍ଥାତ୍- “ହେ ବାଳିକା ଯୋଗିନୀ ତିନିନାଡ଼ି ଚାପିବାପାଇଁ ମୋତେ ତୋର କୋଳ
ଦିଅ । ହେ ବିଆ-ବଳୀ, କମଳ (ଯୌନାଙ୍ଗ)ରେ କୁଲିଶ (ବଜ୍ର ବା ପୁରୁଷାଙ୍ଗ) ଘାତ୍ତ ବା
ରମଣ କରିବି । ହେ ଯୋଗିନୀ, ତାହା ବିନା କ୍ଷଣେମାତ୍ର ଜୀଇଁପାରିବିନି । ତୋ ମୁହଁ ଚୁମି
କମଳ ରସ ପିଇବି (ଏବେ ବି ଗ୍ରାମାଞ୍ଚଳରେ ପିଇବି ବଳରେ ପିଇମି-ପିମି- ପିୱମି ଆଜଦି
ଉଚ୍ଚାରିତ ହେଉଛି) ଅନ୍ୟ ଅର୍ଥରେ କବି ବିଶୁଦ୍ଧ ଅବଧୂତିକାକୁ ଯୋଗିନୀ ରୂପରେ ଓ ନିଜକୁ
ତା’ର ଉପପତି ଭାବରେ ବର୍ଣ୍ଣନା କରିଛନ୍ତି । ଲଳନା, ରସନା, ଅବଧୂତିକା (ଇଡା, ପିଙ୍ଗଳା,
ସୁଷୁମା) ନାଡୀ ତିନୋଟିକୁ ଚାପିଦେଇ ବନ୍ଦକଲେ ନିଃଶ୍ୱାସ ପବନର ଗତି ବନ୍ଦ ହୁଏ ।
ସେତେବେଳେ ସାଧକ ନୈରାତ୍ମ୍ୟ ବା ମହାଶୂନ୍ୟର ଉପଲବ୍ଧି କରେ । ଫଳରେ ହୃଦୟ
ମହାନନ୍ଦ ପାଇଥାଏ । ତେଣୁ କବି କମଳ ବା ପଦ୍ମ ଓ କୁଳଶି ବା ବଜ୍ରର ମିଳନରେ ଚିତ୍ତକୁ
ଶୂନ୍ୟତାରେ ପୂର୍ଣ୍ଣକରି ସହଜାନନ୍ଦ ଲାଭ କରୁଛନ୍ତି । ଏହି ଆନନ୍ଦ ବା ପରମ ସୁଖ ବିନା
କ୍ଷଣେ ମାତ୍ର ବଞ୍ଚିବାକୁ ଚାହୁଁନାହାନ୍ତି । ମସ୍ତକରେ ଥିବା ଉଷ୍ମୀଷକମଳ ଚୁମ୍ବନ କରି ଆନନ୍ଦ
ରସ ପାନ କରିବାକୁ (ସ୍ତ୍ରୀ ସମ୍ଭୋଗଠାରୁ ଅଧିକ ସୁଖ ଅନୁଭବ) ଇଚ୍ଛା କରନ୍ତି ।”
ସେହିପରି ଅନ୍ୟଜଣେ ସିଦ୍ଧଚାର୍ଯ୍ୟ ତାଡକପା ଲେଖିଛନ୍ତି- “ସନ୍ତାର ବା ଛୋଟ