ପୃଷ୍ଠା:Bhasa o Jatiyata.pdf/୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 


ଦାସଙ୍କ ଭାଗବତକୁ ଗ୍ରହଣ କରିନେଲେ ବୋଲି ସ୍ପଷ୍ଟ ସ୍ୱୀକାର କରିଛନ୍ତି

ଶୁନଶୁନ ଶ୍ରୋତାଗଣ କରି ନିବେଦନ । ପ୍ରଥମ ହଇତେ ଗ୍ରନ୍ଥ ଲେଖିଲୁ ଆପନ ।।

ଶମେର ଶେଷଖଣ୍ଡ ଭାଷା ନ ପାଇଲ । ଅନେକ ତ ପାଶି ଗ୍ରାମେଗ୍ରାମେ ବେଡାଇଲ ।।

ଏ ହେତେୁ ଉତ୍କଳଭାଷା କରିଲ ଲିଖନ । ଜଗନ୍ନାଥ ଦାସ କୃତ ଅପୂର୍ବ ବର୍ଣ୍ଣନ ।।
ଗ୍ରନ୍ଥ ସମାପନ ହେତୁ ଉତ୍କଣ୍ଠା ହଇୟା । ବଙ୍ଗଜ ଭାଷାୟ ଉତ୍କଳ ମିଶାଇୟା ।।

ଇଥେ ସାଧୁଜନ ମୋର ଦୋଷ ନ ଲାଇବେ । ଭାଗବତ ସାଧୁବାକ୍ୟ ଆନନ୍ଦେ ଶୁନିବେ ।।

ତେଣୁ ଓଡ଼ିଆସାହିତ୍ୟର ଶ୍ରେଷ୍ଠକୃତି ମହାଭାରତ, ରାମାୟଣ, ଭାଗବତ- ଏହି ତିନୋଟି ଗ୍ରନ୍ଥର ତୁଳନାପାଇଁ ଭାରତର ଅନ୍ୟ କୌଣସିଭାଷାରେ ଗ୍ରନ୍ଥ ନାହିଁ ।

ଏହା ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ରସ, ରୀତି, ଅଳଙ୍କାର, ଧ୍ୱନି, ଶବ୍ଦାର୍ଥ ଇତ୍ୟାିକୁ ବିଭିନ୍ନ ଢଙ୍ଗରେ ପରୀକ୍ଷାନିରୀକ୍ଷା କରି କବି ଉପେନ୍ଦ୍ର ଭଞ୍ଜ ଯେତେପ୍ରକାରର କାବ୍ୟକବିତା ସୃଷ୍ଟି କରିଯାଇଛନ୍ତି, ସେପରି ବୈଚିତ୍ର୍ୟ ସଂସ୍କୃତ, ମୈଥିଳୀ ବ୍ୟତୀତ ଅନ୍ୟ କୌଣସି ଭାଷାରେ ଦେଖିବାକୁ ମିଳେନାହିଁ । କବିଙ୍କ ସୃଜନକଳାର ଝଲକ ନିମ୍ନପଂକ୍ତିରୁ ଜଣାପଡେ । ଯଥା

(୧) ଆସାର ସଘନ କାଳ ହେଲା ଉଦୟ ।/ ଅସିତ ପରବଳରୁ ଦରଶମୟ ।। (ତିନୋଟି ଋତୁର ବର୍ଣ୍ଣନା)

(୨) ଅ-ହିମକର ତାପ ନାଶେ ଶୋଭା ସାରସ ଚକ୍ର ।

ଅହି-ମକର-ତାପ ନାଶେ ଶୋଭା ସାରସ ଚକ୍ରେ ।।

(୩) ହ ର ସ ର ର ସ ର ହ । ର ତ ର ସ ସ ର ତ ର ।।

ଶ ର ଧ ର ର ଧ ର ସ । ର ସ ର ସ ସ ର ସ ର ।।

(୪) ଦର୍ରର୍ଚର୍ୟ ହର ଧୀର ପ୍ରଶଂସାର

++++++++++++

ସାର୍ରଆୟକର ଏ ସଂସାର ।।

(ଏହିପରେ ୩ଟି ଅଳଙ୍କାର-ଗୋମୂତ୍ର, ଶୃଙ୍ଖଳା ଓ ପ୍ରାନ୍ତଯମକର ପ୍ରୟୋଗ ହୋଇଛି ।)

କବି ଉପେନ୍ଦ୍ରଙ୍କ ଆଉ ଏକ କାବ୍ୟିକ ବିଶେଷତ୍ତ୍ୱ ହେଲା- “ବୈଦେହୀଶ ବିଳାସ” କାବ୍ୟ ପୃଥିବୀର ଅନ୍ୟ କୌଣସିଭାଷାକୁ ଅନୁବାଦ ହୋଇପାରିବନାହିଁ । କାରଣ ଏହି କାବ୍ୟର କେତେକ ପଦ ଅନେକ ଅର୍ଥ ପ୍ରକାଶ କରୁଥିବାରୁ ଏହାର ମୂଳଭାବକୁ ସୁରକ୍ଷିତ ରଖି ଅନୁବାଦ କରିବା କେବଳ କଷ୍ଟକର ନୁହେଁ, ଅସମ୍ଭବ ମଧ୍ୟ । ଏହାର କାରଣ ଓଡିଆଭାଷାରେ ଗୋଟିଏ ଶବ୍ଦର ଯେପରି ଅନେକ ପ୍ରତିଶବ୍ଦ ରହିଛି, ସେହିଭଳି ଅନ୍ୟ କୌଣସି ଭାଷାରେ ନାହିଁଁ । ଆମ ଆଧୁନିକ ପଣ୍ଡିତମାନଙ୍କ ଆଦର୍ଶଭାଷା ଇଂରାଜୀରେ ଏହିଭଳି ଶବ୍ଦ ଆଦୌନାହିଁଁ । ସେହିଭଳି ଭାବେ ଓଡ଼ିଆ ଲୌକିକ ସାହିତ୍ୟ, ନିର୍ଗୁଣ ସାହିତ୍ୟ ଅନ୍ୟ ଭାରତୀୟ ସାହିତ୍ୟଠାରୁ ଯଥେଷ୍ଟ ଉତ୍କୃଷ୍ଟ । ଆଧୁନିକ ଓଡ଼ିଆସାହିତ୍ୟ ମଧ୍ୟ ଏହି କୃତିତ୍ୱରୁ ବାଦ ନୁହେଁ । ଆଜି ଓଡ଼ିଆ ସାହିତ୍ୟ ନିଜର ସ୍ୱକୀୟତା ଯୋଗୁଁ ବିଶ୍ୱସାହିତ୍ୟର ସମକକ୍ଷ ହୋଇପାରିଛି । ତେଣୁ ଓଡ଼ିଆଜାତି