ପୃଷ୍ଠା:Bhasa o Jatiyata.pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ରୋଜଗାରିଆ ଭାଷା ବା ଗରଜ-ଗୁଜୁରାଣର ଭାଷା ଭାବେ ପ୍ରତିଷ୍ଠିତ କରିବା୍ୱାରା ହିଁ ଭାଷା ସମୃଦ୍ଧହେବ । ଶିକ୍ଷାବ୍ୟବସ୍ଥା ମାଧ୍ୟମରେ ଲି ିଆଯାଇଥିବା ବିଶେୀଭାଷା ‘ଇଂରାଜୀ’ର ତୃଟିପୂର୍ଣ୍ଣ ଶିକ୍ଷା ହିଁ ଅସଂଖ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କ ଜ୍ଞାନକୁ ଠିକ୍ ବିନିଯୋଗ କରାଇପାରୁନାହିଁ । ଫଳରେ ଓଡ଼ିଆଜାତି ଆଜି ବହୁପଛରେ ପଡିଛି । ଭାରତର ସମସ୍ତରାଜ୍ୟ ନିଜ ମାତୃଭାଷାରେ ଶିକ୍ଷା, ପ୍ରଶାସନ, ନ୍ୟାୟ ବ୍ୟବସ୍ଥା ପ୍ରଚଳନ କରିବାସହ ନିଜମାତୃଭାଷାକୁ ବିଭିନ୍ନ ନିଯୁକ୍ତିର ମାଧ୍ୟମଭାବେ ଗ୍ରହଣ କରିଥିବାରୁ ସେହିସବୁ ରାଜ୍ୟର ସାଧାରଣଛାତ୍ର ସବୁକ୍ଷେତ୍ରରେ ନିଜର ପ୍ରତିଭା ବିନିଯୋଗ କରିପାରୁଛି । ମାତ୍ର ଓଡ଼ିଶା ଏ ସବୁଥିରୁ ବହୁୂରରେ । ଅବସ୍ଥା ଏପରି ହୋଇଛି ଯେ, ଏହି କଥା କହୁଥିବା ବ୍ୟକ୍ତି ଉପହସିତ ହେଉଛି । ତେଣୁ ଓଡ଼ିଆଭାଷାକୁ ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଶାସନ, ନ୍ୟାୟ ଓ ନିଯୁକ୍ତିର ମାଧ୍ୟମ ଭାବେ ଗ୍ରହଣ କରାଯିବା ରକାର ।

ଇଂରେଜୀଭାଷା ଶିଖି ଏହା ମାଧ୍ୟମରେ କିଛି ଅର୍ଥରୋଜଗାର କରିବାର ନିଶା ପ୍ରଥମେ ସ୍ୱଚ୍ଛଳବର୍ଗ ଏବଂ ପରେ ଏମାନଙ୍କୁ ଅନୁକରଣ ନାମରେ ହନୁକରଣ କରୁଥିବା କିଛି ସାଧାରଣବର୍ଗ ଓ ତାଙ୍କ ସନ୍ତାନଙ୍କଠାରେ ଖୋଲୋ । ଏବେ ଏହା ଓଡ଼ିଶାର ପ୍ରତ୍ୟେକ ଅବିଭାବକଙ୍କର ଏକ ସୌଖିନ ଖିଆଲରେ ପରିଣତ ହୋଇଛି । ଏହି ଅବସ୍ଥାରେ ଓଡ଼ିଆଭାଷା ରୋଜଗାର ସମର୍ଥ ହେବନାହିଁ- ଏପରି ଧାରଣା ପ୍ରତ୍ୟେକଙ୍କ ମନରେ ବସାବାନ୍ଧି ଯାଇଛି । ଓଡ଼ିଆଭାଷା ଯେ ରୋଜଗାରର ଭାଷା ଓ ଏହିଭାଷା ମଧ୍ୟ ବିଭିନ୍ନ ନିଯୁକ୍ତି େଇପାରିବ, ଏହି ଧାରଣା ପ୍ରତ୍ୟେକ ଅଭିଭାବକ ନିଜ ପିଲାମାନଙ୍କଠାରେ ଓ ସମସ୍ତ ବି୍ୟାଳୟ ସେମାନଙ୍କ ବି୍ୟାର୍ଥୀଙ୍କଠାରେ ହୃୟଙ୍ଗମ କରାଇବା ଆବଶ୍ୟକ । ଓଡିଶାର ବୁଦ୍ଧିଜୀବୀଙ୍କ ଅତି ବିଜ୍ଞତା ବା ଅଜ୍ଞତା ଯୋଗୁଁ ଓଡ଼ିଆ ଛାତ୍ରଛାତ୍ରୀ ଜାତୀୟ ସ୍ତରରେ ଆଇ.ଆଇ.ଟି. ପ୍ରବେଶିକା ପରୀକ୍ଷା ଓଡ଼ିଆ ମାଧ୍ୟମରେ ବୋ ସୁଯୋଗ ହାତଛଡ଼ା କରିବସିଲେ । ନଚେତ ଓଡ଼ିଶାର ବହୁବି୍ୟାର୍ଥୀ ଏହି ବିଭାଗରେ ଯଥେଷ୍ଟ ସଫଳତା ପାଇପାରିଥାନ୍ତେ । ବ•ର୍ମାନ ମଧ୍ୟ ଆଇ.ଏ.ଏସ୍ ପରୀକ୍ଷା, କେନ୍ଦ୍ରିୟ କର୍ମଚାରୀ ନିଯୁକ୍ତି ଆୟୋଗ୍ୱାରା ଅନୁଷ୍ଠିତ ସମସ୍ତ ପରୀକ୍ଷା ଓ ସାକ୍ଷାତକାର ଓଡ଼ିଆଭାଷାରେ େଇପାରିବାର ବ୍ୟବସ୍ଥା ଅଛି । ଇଂରାଜୀରେ ୁର୍ବଳଥିବା ଓଡ଼ିଆ ଛାତ୍ରଛାତ୍ରୀ ଏହାର ସୁଯୋଗ ନେବାଭଳି ମାନସିକତା ସୃଷ୍ଟିକରିବାକୁ ପଡିବ ।

ଏ ପର୍ଯ୍ୟନ୍ତ ଓଡ଼ିଶାଭଳି ଅନଗ୍ରସର ରାଜ୍ୟରେ ବିଭିନ୍ନ ନିଯୁକ୍ତିପାଇଁ ରାଜ୍ୟ ମାତୃଭାଷା ଓଡ଼ିଆଭାଷାକୁ ଗ୍ରହଣ କରାଯାଇନାହିଁ । ଅଥଚ ଅନ୍ୟ ରାଜ୍ୟଗୁଡ଼ିକର ଯୁବକଯୁବତୀ ନିଜନିଜ ମାତୃଭାଷାରେ ଏହି ସୁବିଧା ପାଇପାରୁଛନ୍ତି । ତେଣୁ ରାଜ୍ୟସ୍ତରରେ ହେଉଥିବା ପ୍ରତ୍ୟେକ ନିଯୁକ୍ତିଭି•ିକ ପରୀକ୍ଷାର ମାଧ୍ୟମ ଭାବରେ ଓଡ଼ିଆଭାଷାକୁ ଗ୍ରହଣ କରିବାପାଇଁ ସରକାରଙ୍କ ଉପରେ ଚାପସୃଷ୍ଟି କରିବା ଆବଶ୍ୟକ ହୋଇପଡ଼ିଛି । ଏଥିପାଇଁ ମହାବି୍ୟାଳୟ ଓ ବିଶ୍ୱବି୍ୟାଳୟ ଛାତ୍ରଛାତ୍ରୀଙ୍କ ମନଭିତରେ ଓଡ଼ିଆଭାଷା ପ୍ରତି ଏକ ଆବେଗ ସୃଷ୍ଟିକରିବା ସହ ଏହି ଭାଷାର ବିଲୁପ୍ତପ୍ରାୟ ବ•ର୍ମାନସ୍ଥିତି, ତଥା ଏହା ମଧ୍ୟ ଚାକିରି ଯୋଗାଇ ବୋର ସର୍ବଶ୍ରେଷ୍ଠ ଏବଂ ସରଳ ମାଧ୍ୟମ ବୋଲି ଧାରଣା ସୃଷ୍ଟିକରିବାକୁ ହେବ । ଏଥିରେ