ପୃଷ୍ଠା:Bhasa o Jatiyata.pdf/୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ନ କରିପାରିବ ଏହା ମଧ୍ୟ ମୈଥିଳୀ ପରି ଧୀରେଧୀରେ ଲୋପପାଇଯିବ । ତେଣୁ ଏହି ଉନ୍ନତ ମସ୍ତିଷ୍କଧାରୀ ଓଡ଼ିଆସନ୍ତାନଙ୍କୁ ଜାତୀୟତାର ମହାସ୍ରୋତରେ ସାମିଲ କରିବାପାଇଁ ଏକମାତ୍ର ମାଧ୍ୟମ ହେଉଛି ଓଡ଼ିଆ ଭାଷା, ସଂସ୍କୃତି ସହିତ ପରିଚିତ କରାଇବା । ଯେହେତୁ ଉକ୍ତ ପିଲାମାନେ କେବଳ ପାରିବାରିକ ଚଳଣିପାଇଁ ଓଡ଼ିଆ ଶିଖିବେ, ତେଣୁ ଏହି ପ୍ରଶିକ୍ଷଣ ସମୟ ଏକ କିମ୍ବା ୁଇ ବର୍ଷରୁ ଅଧିକ ହେବା ଅନୁଚିତ । ଏହିସମୟ ଭିତରେ ପିଲାଟି ଓଡ଼ିଆ ପଢ଼ିବା, ଲେଖିବା ଏବଂ ପ୍ରାଞ୍ଜଳ ଭାବେ କହିଶିଖିବା ସହ ଓଡ଼ିଶା ଇତିହାସର ସମସ୍ତ ବିବରଣୀ ଜାଣିବା ଜରୁରୀ । ଏଥିପାଇଁ ଆବଶ୍ୟକୀୟ ପାଠ୍ୟସାମଗ୍ରୀ ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ କରିବାର ସମୟ ଏବେ ଉପସ୍ଥିତ । ଏହି କାର୍ଯ୍ୟ କଷ୍ଟକର ନୁହେଁ । ଆମେ ମନେରଖିବା ଉଚିତ ଯେ, ଏଠିକାର ପିଲା ଏବଂ ପରିବାର ଇଂରାଜୀଭାଷା ସଂପର୍କରେ କୌଣସି ଜ୍ଞାନ ନ ଥାଇ ଇଂରାଜୀ ଲେଖି, ପଢ଼ି, ବୁଝିପାରୁଥିବା ବେଳେ ଓଡ଼ିଆ ପରିବାରର ଏହି ପ୍ରବାସୀ ପିଲାଟି ଅଳ୍ପକାଳ ମଧ୍ୟରେ ଓଡ଼ିଆଭାଷା ଶିଖିପାରିବନାହିଁ କାହିଁକି? ଏଣୁ ପ୍ରବାସୀଓଡ଼ିଆଙ୍କୁ ଓଡ଼ିଆଜାତି ସହ ବାନ୍ଧି ରଖିବାକୁ ହେଲେ ସେମାନଙ୍କ ପିଲାମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ବୋର ଆବଶ୍ୟକତା ରହିଛି । ଏହା କିପରି ସ୍ୱଳ୍ପ ସମୟ ମଧ୍ୟରେ ହୋଇପାରିବ ସେହି ଧରଣର ପୁସ୍ତିକା ଏବଂ ପଦ୍ଧତି ସରକାର ପ୍ରସ୍ତୁତ କରିବା ଆବଶ୍ୟକ ।

(୮) ବୃହତ ଅଭିଧାନ ପ୍ରସ୍ତୁତି : ଆମ ଶିକ୍ଷିତ ଲୋକଙ୍କ ଏକମାତ୍ର ଅଭିଯୋଗ ଓଡ଼ିଆଭାଷାରେ ଶବ୍ଦସଂଖ୍ୟା ବହୁତ କମ୍ । ଯାହା ଆଜିର ଯୁଗରେ କୌଣସି ବିଷୟରେ ବ୍ୟାଖ୍ୟା କରିବାପାଇଁ ଓଡ଼ିଆ ଶବ୍ଦଟିଏ ମିଳୁନାହିଁ । ଏହି ଅଭିଯୋଗ ସତ୍ୟ ହୋଇପାରେ, ମାତ୍ର ଏଥିପାଇଁ ।ୟୀ କିଏ? ଯି ଆମ ଶିକ୍ଷିତ ଗୋଷ୍ଠୀ ଓଡ଼ିଆ ଶବ୍ଦଭଣ୍ଡାରକୁ ଆସୁଥିବା ନୂଆନୂଆ ଶବ୍ଦକୁ ଅଭିଧାନ ମାଧ୍ୟମରେ ଧରିରଖିଥାନ୍ତେ, ଆଜି ଆମକୁ ଶବ୍ଦ ଖୋଜିବାକୁ ପଡ଼ୁ ନ ଥାନ୍ତା । ୃଷ୍ଟାନ୍ତରୂପେ ଯାନ୍ତ୍ରିକବି୍ୟାକୁ ନିଆଯାଇପାରେ । ଓଡ଼ିଆଜାତି ଯନ୍ତ୍ର ବି୍ୟାରେ ବହୁ ପ୍ରାଚୀନ କାଳରୁ ପାରଙ୍ଗମ । ଉ•ାଳ ସାଗର ବକ୍ଷରେ ବିଶାଳ ବୋଇତ ମେଲାଇବାପାଇଁ ଯେଉଁ କାରିଗରୀ କୌଶଳ ଆବଶ୍ୟକ, ତାହା କେଉଁଠୁ ଉଦ୍ଧାର ହୋଇ ଆସି ନ ଥିଲା । ଏହା ଥିଲା ଓଡ଼ିଆପୁଅର ନିଜସ୍ୱବୃ•ି । କାଠ କଟାଠାରୁ ଅଝାଲ ଟଙ୍ଗାହେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଶବ୍ଦର ପ୍ରୟୋଗ ଥିଲା । ପ୍ରତ୍ୟେକ ବସ୍ତୁ ଓ ଏହାର ମାପ ଆିର ସ୍ୱତନ୍ତ୍ର ନାମ ଥିଲା । ଠିକ୍ ସେହିଭଳି ଜଗନ୍ନାଥ, ଲିଙ୍ଗରାଜ, କୋଣାର୍କ ମନ୍ଦିର ନିର୍ମାଣ କେବଳ ଲୁହା ପଥରରେ ହୋଇ ନ ଥିଲା; ବରଂ ତିଆରି ହୋଇଥିଲା ଭାଷାରେ । ସାଧବ ପୁଅର ବିଶାଳ ବୋଇତ ହେଉ ବା କଳିଙ୍ଗତନ୍ତୀର ସୂକ୍ଷ୍ମ ଲୁଗାବୁଣା ହେଉ କିମ୍ବା କୋଣାର୍କ, ବାରବାଟୀ ଭଳି ଶିଳ୍ପୀକୁଳର ସ୍ଥାପତ୍ୟ ହେଉ - ଏସବୁ ପ୍ରଥମେ ଗଢ଼ା ହୋଇଥିଲା ଓଡ଼ିଆ ଜାତିର ମୁଣ୍ଡରେ । ମସ୍ତିଷ୍କରେ ଥିବା ଭାଷା ହିଁ ଏହାକୁ ରୂପ େଇଥିଲା । ଏ ଭାଷା ପୁଣି ଗୋଟିଏ କିମ୍ବା ୁଇଟି ନୁହେଁ, ଲକ୍ଷଲକ୍ଷ ସଂଖ୍ୟାରେ । ପ୍ରତ୍ୟେକ ପଦ୍ଧତିପାଇଁ ଭିନ୍ନଭିନ୍ନ ନାମ । କୁଆଡ଼େଗଲା ଅତୀତର ସେହି ଅସଂଖ୍ୟ ଶବ୍ଦ । ଆଜି ଇଟାର ଛୋଟିଆ ଘରଟିଏ ତୋଳିବାକୁ