ପୃଷ୍ଠା:Bhasa o Jatiyata.pdf/୯୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଭାଷା ଓ ଜାତୀୟତା ଅବଧାନଙ୍କ ସହାୟତାରେ ପାରମ୍ପରିକ ଶୈଳୀରେ ଶିକ୍ଷାପ୍ରାନ କରାଯାଉଥିଲା । ତେବେ ଏହି ସମୟରେ ଶିକ୍ଷାକ୍ଷେତ୍ରରେ ଏକ ବୁଦ୍ଧିଜୀବୀ ସଂଘର୍ଷ ସୂତ୍ରପାତ ହୋଇଥିଲା । ବଙ୍ଗଳାର ରାମମୋହନ ରାୟ ଇଂରେଜୀ ଭାଷା ତଥା ଆଧୁନିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଉପରେ ଗୁରୁତ୍ୱ େଉଥିବାବେଳେ ହିନ୍ଦୁ ଓ ମୁସଲମାନଙ୍କର ସାହିତ୍ୟଗ୍ରନ୍ଥ ଉପରେ ପ୍ରଗାଢ଼ ଜ୍ଞାନ ଅର୍ଜନ କରିଥିବା ହୋରେସ୍ ହେମାନ ୱିଲସନ୍, ଏଚ୍.ଟି. ପ୍ରିନ୍ସ ଏବଂ ଡବ୍ଲ୍ୟୁ.ଏଚ୍. ମ୍ୟକ୍ନଗଟେନ୍ ଇତ୍ୟାି ପାଶ୍ଚାତ୍ୟ ପଣ୍ଡିତଗଣ ପୂର୍ବ ପ୍ରଚଳିତ ସଂସ୍କୃତ, ଆରବୀ, ପାର୍ଶୀ ଭାଷାରେ ପାରମ୍ପରିକ ସହିତ ଆଧୁନିକ ଶିକ୍ଷାପ୍ରାନ ବ୍ୟବସ୍ଥା ପ୍ରଚଳନ କରିବାକୁ ପରାମର୍ଶ େଲେ । ଠିକ୍ ଏତିକିବେଳେ ଉଇଲିୟମ୍ ବେ•ିକ(୧୮୨୮) ବଡ଼ଲାଟ୍ ହୋଇ ଭାରତ ଆସିବା ପରେ ଅର୍ଥବ୍ୟୟ ସଂକୋଚନ କରିବା ଉଦେ୍ଧଶ୍ୟରେ ଭାରତୀୟମାନଙ୍କୁ ଶାସନ କାର୍ଯ୍ୟରେ ନିଯୁକ୍ତି ବୋପାଇଁ ଇଚ୍ଛୁକ ଥିଲେ । ଏଥିପାଇଁ ଇଂରେଜୀଶିକ୍ଷାର ଆବଶ୍ୟକତା ଥିବାରୁ ଧନୀ ପରିବାରରେ ଏଥିପ୍ରତି ଆଗ୍ରହ ସୃଷ୍ଟିକଲେ । ଏହି ସମୟରେ ଲର୍ଡ ମ୍ୟାକ୍ଲେ ବଡ଼ଲାଟଙ୍କ ଶାସନ ପରିଷର ଆଇନ୍-ସସ୍ୟ ରୂପେ ଯୋଗବୋରୁ ତାଙ୍କୁ ଶିକ୍ଷା-ବିଭାଗର ।ୟିତ୍ୱ ଅର୍ପଣ କରାଗଲା । ସେ ସ୍ୱଭାଷା ସମର୍ଥକ ଥିବାରୁ ପ୍ରାଚ୍ୟଭାଷାର ତୀବ୍ର ସମାଲୋଚନା କରି ୧୮୩୫ ମସିହା ମାର୍ଚ୍ଚ ମାସ ୭ ତାରିଖରେ ଭାରତୀୟ ଶିକ୍ଷା ସମ୍ବନ୍ଧୀୟ ଏକ ଆଇନ୍ ପ୍ରସ୍ତୁତ କରି ବଡ଼ଲାଟଙ୍କ ସ୍ୱାକ୍ଷରରେ ତାହାକୁ ପ୍ରଣୟନ କଲେ । ଏହି ଅବସରରେ ମ୍ୟାକ୍ଲେ ଘୋଷଣା କରିଥିଲେ -“ବ•ର୍ମାନ ଆମେ ଏପରିି ଏକ ଶ୍ରେଣୀ ଗଠନପାଇଁ ଉ୍ୟମ କରିବୁ, ଯେଉଁ ଶ୍ରେଣୀ ଆମ୍ବାରା ଶାସିତ ନିୟୁତନିୟୁତ ଲୋକଙ୍କ ମଧ୍ୟରେ ଅନୁବାକ ଓ ବ୍ୟାଖ୍ୟାକାର ରୂପେ କାର୍ଯ୍ୟ କରିବ । ଗୋଟିଏ ଶ୍ରେଣୀର ବ୍ୟକ୍ତି ଯିଏ ରକ୍ତ ଓ ବର୍ଣ୍ଣରେ ଭାରତୀୟ ହୋଇଥିଲେ ହେଁ ଅଭିରୁଚି ଓ ଅଭିମତ, ନୈତିକ ଓ ବୌଦ୍ଧିକ ଚିନ୍ତାଧାରାରେ ଇଂରେଜ ହୋଇଯିବ ।” ମ୍ୟାକ୍ଲେଙ୍କ ଏହି ଶିକ୍ଷାନୀତି ଅନୁସାରେ ସର୍ବଭାରତୀୟ ସ୍ତରରେ ବିଭିନ୍ନ ଇଂରେଜୀ ସ୍କୁଲ ଖୋଲିବା ସହିତ ଏହିବର୍ଷ କଲିକତାଠାରେ ଏକ ମେଡ଼ିକାଲ କଲେଜ ଖୋଲାଯାଇ ପାଶ୍ଚାତ୍ୟ ଚିକିତ୍ସା ପଦ୍ଧତିରେ ଛାତ୍ରମାନଙ୍କୁ ଶିକ୍ଷାପ୍ରାନ କରାଗଲା । ପୁରୀର ଇଂରାଜୀ ବି୍ୟାଳୟ ସ୍ଥାପନ ହେଉଛି ଓଡ଼ିଶାରେ ଏଇ ଶିକ୍ଷାନୀତିର ପ୍ରଥମ ପରିପ୍ରକାଶ । ଓଡ଼ିଶା କମିଶନର ଉଇଲକିନ୍ସନ୍ ସାହେବଙ୍କ ୧୦୦୫ ଟଙ୍କାର ।ନ ଓ ୮୬୭ ଟଙ୍କା ଚାନ୍ଦା ସୂତ୍ରେ ସଂଗ୍ରହ ହୋଇଥିବା ଅର୍ଥ୍ୱାରା ବଙ୍ଗଳା ଶିକ୍ଷାକମିଟି ପରାମର୍ଶରେ ୧୮୩୫ନଭେମ୍ବର୧୦ତାରିଖରେ ପୁରୀଠାରେ ଏଇ ଇଂରାଜୀ ବି୍ୟାଳୟ ସ୍ଥାପନ କରାଗଲା, ଯାହାର ପ୍ରଥମ ଶିକ୍ଷକ ହେଲେ ଗଙ୍ଗା ନାରାୟଣ ବୋଷ । ତେବେ ସ୍ଥାନୀୟ ଜନ ସମର୍ଥନ ନ ମିଳିବାରୁ ଏହା ଭାଙ୍ଗିଗଲା ଓ ଛାତ୍ର ଉପସ୍ଥାପନ ହ୍ରାସ ପାଇବାରୁ ପରେ କଟକର ବାପିଷ୍ଟ ମିଶନାରୀ ସ୍କୁଲକୁ ୧୮୪୧ ମସିହାରେ ସରକାରୀ ସ୍କୁଲ ମାନ୍ୟତା ପ୍ରାନ କରାଗଲା । ଏହି ସମୟର ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଆଙ୍କୁ ଶିକ୍ଷାପ୍ରାନ କ୍ଷେତ୍ରରେ ଅବହେଳା କରାଯାଉଥିବା ପ୍ରତିବାରେ ଓଡ଼ିଶା କମିଶନର ହେନେରୀ ରିକେଟ୍ସ ୭ ଡିସେମ୍ବର