ପୃଷ୍ଠା:Bhasa o Jatiyata.pdf/୯୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

(୧୮୮୩) ଅଭିଧାନ ରଚନାପାଇଁ ।

ଏହା ବ୍ୟତୀତ ଶିକ୍ଷାପୋଯୋଗୀ ଅନ୍ୟାନ୍ୟ ପୁସ୍ତକ ମଧ୍ୟ ରଚିତ ହୋଇଥିଲା, ୧୮୩୨ରେ ପାର୍ଥ ବି୍ୟାସାଗର, ୧୮୩୯ରେ ଇତିହାସ, ନୀତିକଥା ଓ ଭୂଗୋଳ ବହି ଆି ରଚିତ ହେଲା । ଓଡ଼ିଶାର ବି୍ୟାଳୟମାନଙ୍କରେ ପାଠ୍ୟପୁସ୍ତକ ରୂପେ ବ୍ୟବହାରପାଇଁ ସଟନ ସାହେବ୧୮୩୫ରୁ ୫୨ ମଧ୍ୟରେ ଇଂରାଜୀ-ଓଡ଼ିଆରେ ପ୍ରଥମଶିକ୍ଷା, ଓଡ଼ିଆ ପ୍ରାଇମେରୀ ଭର୍ଣ୍ଣାକୁଲାର, କ୍ଲାସବୁକ୍ ରିଡର, ଓଡ଼ିଆ ଇନ୍ଷ୍ଟିକ୍ଟ, ଓଡ଼ିଆ ଇତିହାସ, ଓଡ଼ିଆ ହିତୋପଶେ ଆି ପୁସ୍ତକ ରଚନା କରିଥିଲେ । ୧୮୫୫ରେ ଲେସିସାହେବ ଓଡ଼ିଆ ବ୍ୟାକରଣ, ‘ନୀତିକଥା’ ଓ ‘ହିତୋପଶେ’ ପୁସ୍ତକ ରଚନା କଲେ । ତେବେ ୧୮୩୫ରୁ ୧୮୬୫ ମଧ୍ୟରେ ଏକମାତ୍ର ଓଡ଼ିଆ ପଣ୍ଡିତ ବିଶ୍ୱମ୍ବର ବି୍ୟାଭୂଷଣ ପାଠ୍ୟପୁସ୍ତକ ରଚନା କରିଥିଲେ । ସେହିଭଳି ୧୮୬୫ ରୁ ୭୦ ମଧ୍ୟରେ କେବଳ ୨ଜଣ ଓଡ଼ିଆ ଫକୀରମୋହନ ସେନାପତି ଓ ବିଚ୍ଛନ୍ଦ ପଟ୍ଟନାୟକ ପାଠ୍ୟପୁସ୍ତକ ରଚନା କରିଥିଲେ । ୧୮୭୦ବେଳକୁ ସ୍ଥାପିତ ୧୦୦ଟି ବି୍ୟାଳୟ ମଧ୍ୟରୁ ୧୪ଟି ଥିଲା ଉଚ୍ଚଇଂରାଜୀ ବି୍ୟାଳୟ ଓ ବାକି ସବୁଥିଲା ଭର୍ଣ୍ଣାକୁଲାର ବି୍ୟାଳୟ ।

୧୮୫୭ରେ ଡଃ ଇ ସୋର ଓଡ଼ିଶାର ପ୍ରଥମ ସ୍କୁଲଇନ୍ସପେକ୍ଟର ଭାବେ ଯୋଗ େଲେ । ୧୮୫୭-୫୮ ବାର୍ଷିକ ରିପୋର୍ଟରେ ସେ ମତ େଇଥିଲେ ଯେ- “ଓଡ଼ିଆ ବଙ୍ଗଳା ଭାଷାର ଉପଭାଷା ନୁହଁ, ବରଂ ସ୍ୱୟଂସଂପୂର୍ଣ୍ଣ ଭାଷା । ଏହାର ନିଜର ବ୍ୟାକରଣ ଓ ଲିପି ରହିଛି । ପୁରାଣ ମଧ୍ୟ ଅନୁବାିତ ହୋଇ ସ୍ୱତନ୍ତ୍ର ମୌଳିକ ଢଙ୍ଗରେ ରଚିତ ହୋଇଛି, ମାତ୍ର ଏଗୁଡ଼ିକ ପଢ଼ାଯାଉନାହିିଁ ।” ଏଥି ସହିତ ସେ ଏ ପର୍ଯ୍ୟନ୍ତ ପ୍ରକାଶିତ ୨୧ଟି ଓଡ଼ିଆ ପୁସ୍ତକର ନାମ, ପ୍ରକାଶକ ଓ ପୃଷ୍ଠା ସଂପର୍କରେ ସୂଚନା େଇଛନ୍ତି । ଏହା ପୂର୍ବରୁ ୧୮୪୬ରେ ପ୍ରକାଶିତ‘ଙକ୍ସସଗ୍ଦଗ୍ଦବ’ଗ୍ରନ୍ଥରେ ଆଣ୍ଡ୍ରୁ୍ୟ ଷ୍ଟର୍ଲିଂ ଓଡ଼ିଆଭାଷାକୁ ସଂସ୍କୃତଭାଷାର ଉପଭାଷା ରୂପେ ଉଲ୍ଲେଖ କରିଥିଲେ । ସେହିପରି ଲଙ୍ଗ୍ ସାହେବ ଶିନର ଓଡ଼ିଶା ପରିର୍ଶନ ଅଭିଜ୍ଞତାକୁ ନେଇ ଔକ୍ଟଙ୍କକ୍ସଦ୍ଭବକ୍ଷ କ୍ଟଲ ଗ୍ଧଷର ଇଗ୍ଦସବଗ୍ଧସମ ଝକ୍ଟମସରଗ୍ଧଚ୍ଚ କ୍ଟଲ ଈରଦ୍ଭଶବକ୍ଷ (୧୮୫୯) (ଚ-୧୮୭-୧୯୦) ପତ୍ରିକାରେ ମାଳା ପାଞ୍ଜି, କା•ôକାବେରୀ, ବୈହେୀଶ ବିଳାସ, ରସମଂଜରୀ, ରସପ•କ ଆି ଗ୍ରନ୍ଥର ସୂଚନା ବୋ ସହ ପ୍ରଶ୍ନୋ•ର ଛଳରେ ଏହାର ଆଲୋଚନା କରିଥିଲେ । ସେ ଓଡ଼ିଆଭାଷାର ସ୍ୱତନ୍ତ୍ର ସ୍ଥିତିକୁ ସ୍ୱୀକାର କରିଥିଲେ ମଧ୍ୟ ଏହାର ଭବିଷ୍ୟତ ପ୍ରତି ସନେ୍ଦହ ପୋଷଣ କରି ବଙ୍ଗଳାଭାଷା ସହିତ ମିଶିବାକୁ ପ୍ରସ୍ତାବ େଇଥିଲେ ।

ଏହି ସମୟରେ ଇଂରେଜ-କମ୍ପାନୀ ସରକାରଙ୍କ ଶାସନକାଳରେ ସବୁଠାରୁ ୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଥିଲା । ଇଂରେଜ ଅତ୍ୟାଚାରରେ ଅତିଷ୍ଠ ଜନସାଧାରଣ, ରାଜନ୍ୟ ବର୍ଗ ତଥା ଶେଷରେ ନିଜର ଏକାନ୍ତ ଅନୁଗତ ସୈନ୍ୟବାହିନୀ କମ୍ପାନୀ ସରକାରର ମନମୁଖୀ ଶାସନକୁ ଗ୍ରହଣ କରି ନ ପାରିବାରୁ ବି୍େରାହର ବହ୍ନି ପ୍ରଜ୍ୱଳିତ ହେଲା । ଏହା ପୁଣି ଆରମ୍ଭ ହେଲା କମ୍ପାନୀ ସରକାର ଶାସନର ମୁଖ୍ୟକେନ୍ଦ୍ର କଲିକତାଠାରୁ ସ୍ୱଳ୍ପୂରରେ, ଯାହା ହଠାତ