ପୃଷ୍ଠା:Bhasa o Jatiyata.pdf/୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ବିଭିନ୍ନ ଘଟଣା ସହିତ ଏହିସବୁ ବି୍େରାହ ଓଡ଼ିଆଜାତି ପ୍ରତି ଇଂରେଜ ପ୍ରଶାସନଠାରେ ତୀବ୍ର ବି୍େୱଷ ସୃଷ୍ଟିକରିଥିଲା । ଯାହାର ପରିଣତି ଥିଲା ନଅଙ୍କ ୁର୍ଭିକ୍ଷ । କାରଣ ୧୮୫୭ର ସିପାହୀବି୍େରାହ ପଚ୍ଛପଟ୍ଟରେ ଓଡ଼ିଶାମାଟିରେ ଖୋଯାଇଥିବା ଘନଘନ ବି୍େରାହର ରଣହୁଙ୍କାର ପ୍ରତିଷ୍ଠିତ ଥିଲାବୋଲି ଇଂରେଜ କମ୍ପାନୀ ସରକାର ଭଲଭାବରେ ଅବଗତ ଥିଲେ । ତେଣୁ ଭାରତଶାସନର ମୂଳପିଣ୍ଡ କଲିକତାକୁ ଅନତିୂରରେ ଥିବା ଓଡ଼ିଆ ବି୍େରାହୀଙ୍କ କବଳରୁ ମୁକ୍ତ ରଖିବାପାଇଁ ଯେକୌଣସି ପକ୍ଷେପ ନେବାକୁ ବଦ୍ଧପରିକର ହେଲେ । କଳିଙ୍ଗ ଭଳି ଏକ ସମୃଦ୍ଧ ବଣିକଜାତିର ଉ•ରାଧିକାରୀଠାରୁ ବାଣିଜ୍ୟ ଅଧିକାର ଛଡ଼ାଇ ନେବାପରେ ମଧ୍ୟ ସର୍ପେ ନିଜର ଅସ୍ତିତ୍ୱ ପ୍ରମାଣ କରୁଥିବା ଓଡ଼ିଆଜାତିର ସାମଗ୍ରିକ ପତନପାଇଁ ତିନୋଟି ମୂଳପିଣ୍ଡକୁ ସମୂଳେ ଧ୍ୱଂସ କରିବା ସିପାହୀ ବି୍େରାହ ପରେ ଇଂରେଜ ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା । ଓଡ଼ିଆ ଜାତିର ଏହି ତିନୋଟି ମୂଳପିଣ୍ଡ ହେଲା- ଧନ, ଧର୍ମ ଓ ଭାଷା । ସମୃଦ୍ଧ ବାଣିଜ୍ୟ ପରମ୍ପରା ଧ୍ୱଂସ କରିସାରିବାପରେ ଓଡିଆଙ୍କ ଧନର ଏକମାତ୍ର ଉତ୍ସ ଥିବା କୃଷି କାର୍ଯ୍ୟରେ ବାଧା ସୃଷ୍ଟି କରାଇବା ସହ କୃଷକଠାରୁ ଯେକୌଣସି ଉପାୟରେ ଉପôନ୍ନ ଶସ୍ୟ ସଂଗ୍ରହ କରି ଏମାନଙ୍କୁ ଶସ୍ୟ-ସମ୍ବଳହୀନ କରିବା ପରେ ବ•ôବାପାଇଁ ଯେଉଁ ବ୍ୟାକୁଳିତ ପରିବେଶ ସୃଷ୍ଟି ହେବ ତାହାରି ସୁଯୋଗ ନେଇ ସେମାନଙ୍କ ଧାର୍ମିକ ଔଦ୍ଧତ୍ୟ ଓ ଏକତାର ପରିଚୟ ଜଗନ୍ନାଥୈକ ଚେତନା ରୂପକ ଧାର୍ମିକ ଚିନ୍ତାଧାରାକୁ ହରଣ କରି ଖ୍ରୀଷ୍ଟଧର୍ମ ପ୍ରଚାର ଓ ପ୍ରସାର ଘଟାଇବା ଏବଂ ଏହାରି ଭିତରେ ସେମାନଙ୍କର ମୁଖର ଭାଷା ଓଡ଼ିଆ ଛଡ଼ାଇ ନେବାର ୂରଭିସନ୍ଧି ମଧ୍ୟରେ କିରାଣି ଭାବେ ନିଯୁକ୍ତ ବଙ୍ଗାଳୀ, ତେଲୁଗୁ ଓ ହିନ୍ଦୀଭାଷୀଙ୍କ୍ୱାରା ଅତ୍ୟାଚାରିତ ଓଡ଼ିଆ ଜାତି ବାଧ୍ୟହୋଇ ଇଂରେଜ ସରକାରଙ୍କ ସାହଚର୍ଯ୍ୟ ଆଶା କରିବେ । ଆଉ ସେତିକିବେଳେ ଏମାନଙ୍କ ।ବି ଗ୍ରହଣକରି ନିଜ ପ୍ରଶାସନର କାୟା ଏମାନଙ୍କଠାରେ ବିସ୍ତାର କରାଯାଇ ପାରିବ । ସରଳଭାବରେ କହିବାକୁଗଲେ ଏପଟେ ଡାହାଣୀ ହୋଇ ଲାଗିବେ ଆଉ ସେପଟେ ଗୁଣିଆ ହୋଇ ଝାଡିବା କାର୍ଯ୍ୟ କରିବାପାଇଁଁ ଆଗେଇଆସିଲେ । ଏହି କାର୍ଯ୍ୟକ୍ରମକୁ ସତର୍କତାର ସହିତ ରୂପାୟିତ କରିବା ଭିତରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ କମ୍ପାନୀ ମାଧ୍ୟମରେ ସେମାନେ ୧୮୬୧ରୁ ୧୮୬୫ ମସିହା ମଧ୍ୟରେ ଗାଁ ଗହଳିରେ ଥିବା ସ•ôତ ସମସ୍ତ ଶସ୍ୟ ସଂଗ୍ରହ କରିଚାଲିଲେ ଓ ନ’ଅଙ୍କ ୁର୍ଭକ୍ଷି ସୃଷ୍ଟି ହେବାପାଇଁ ବାଟ ଫିଟାଇ େଲେ । ଅନ୍ୟ ପକ୍ଷ୍ୟରେ ଓଡ଼ିଆ ଭାଷା ଉପରେ ଆକ୍ରମଣ କରିବାପାଇଁ ଏହା ଥିଲା ତାଙ୍କର ପ୍ରାଥମିକ ପ୍ରସ୍ତୁତିପର୍ବ । (ଏହା ସମ୍ପର୍କରେ ଐତିହାସିକ ତଥ୍ୟ ସମ୍ବଳିତ ବିସ୍ତୃତ ଆଲେଖ୍ୟ ଏହି ଲେଖକଙ୍କ “ଓଡିଆ ଭାଷାସାହିତ୍ୟ ପରିଚୟ” ଏବଂ “ଓଡିଆତ୍ୱର ଆବିଷ୍କାର” ପୁସ୍ତକରେ ପ୍ରାନ କରାଯାଇଛି) ।

ଇଂରେଜ ସରକାରଙ୍କ୍ୱାରା ଆଧୁନିକ ଶିକ୍ଷାପଦ୍ଧତି ପ୍ରଚଳନପାଇଁ ଓଡ଼ିଆଭାଷାରେ ଆବଶ୍ୟକ ବିଭିନ୍ନ ପୁସ୍ତକ ରଚନା କରାଯାଇଥିଲେ ମଧ୍ୟ ବି୍ୟାଳୟ ସଂଖ୍ୟାବୃଦ୍ଧି ଅନୁରୂପ ଓଡ଼ିଆ ପାଠ୍ୟପୁସ୍ତକ ଅଧିକ ସଂଖ୍ୟାରେ ମୁ୍ରଣ ଜାଣିଶୁଣି କରାଗଲା ନାହିଁ । ଓଡ଼ିଆ ପୁସ୍ତକର