ପୃଷ୍ଠା:Bhasa o Jatiyata.pdf/୯୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

patois ମାତ୍ର, ଏହାର ପରିସୀମା ସୀମିତ । ତେଣୁ ଏହିଭାଷାର ଅଭିବୃଦ୍ଧିପାଇଁ ଅର୍ଥ ଓ ପରିଶ୍ରମ ଅନାବଶ୍ୟକ ।” ଏହି ପତ୍ରରେ ସେ ସରକାରଙ୍କୁ େଇଥିବା ପରାମର୍ଶ ମଧ୍ୟରୁ ଦୁଇଟିକୁ - “ଓଡ଼ିଶାର ସମସ୍ତ ମଧ୍ୟମ ଶ୍ରେଣୀ ଓ ହାଇସ୍କୁଲ ସ୍ତରରେ କେବଳ ବଙ୍ଗଳାଭାଷା ବାଧ୍ୟତାମୂଳକ ଭାବରେ ପ୍ରଚଳିତ ହେବ, ଏବଂ ଓଡ଼ିଆଭାଷାରେ କୌଣସି ସାହିତ୍ୟ ନାହିଁ” ଗ୍ରହଣ କରିଥିଲେ । ଏହି ସମୟରେ ସ୍କୁଲଇନ୍ସପେକ୍ଟର ମାଟିନସାହେବ ଓଡ଼ିଶା ବି୍ୟାଳୟ ପରିର୍ଶନରେ ଆସି ପ୍ରକୃତ ତଥ୍ୟ ଅନୁଭବ କଲାପରେ ପୂର୍ବପତ୍ର (୯.୮.୧୮୬୭)ରେ ଦେଇଥିବା ମତକୁ ସଂଶୋଧନ କରି ୩୦.୩.୬୮ରେ ସେ ଆଉ ଏକ ପତ୍ର ଲେଖିଲେ । ଏଥିରେ ସେ ଓଡ଼ଅି।ଭାଷାର ସ୍ୱାତନ୍ତ୍ର୍ୟ, ଏହି ଭାଷାଭାଷୀ ଅଞ୍ଚଳର ପରିସର, ଅନ୍ୟ ଉପାନ୍ତ ଅଞ୍ଚଳରେ ଓଡ଼ିଆଭାଷା ପ୍ରତି ସରକାରଙ୍କ ଅବହେଳା ବର୍ଣ୍ଣନା କରିବା ସହିତ ଓଡ଼ିଶାର ବି୍ୟାଳୟ ଗୁଡ଼ିକରେ ଶ୍ରେଣୀ ଅନୁଯାୟୀ ଓଡ଼ିଆଭାଷା ପ୍ରଚଳନ କରିବାକୁ ପ୍ରସ୍ତାବ ସରକାରଙ୍କୁ ଦେଇଥିଲେ । ଏଥିରେ ସେ ସୂଚାଇଥିଲେ- “ଓଡ଼ିଶାର ଶିକ୍ଷାବିଭାଗ ଉତ୍ତରରେ ଥିବା ଜିଲ୍ଲା ବଙ୍ଗ ପ୍ରଦେଶେର, କ୍ଷିଣରେ ଥିବା ଜିଲ୍ଲା ମାନ୍ଦ୍ରାଜ ପ୍ରଶେର ଓ ପଶ୍ଚିମରେ ଥିବା ଜିଲ୍ଲା ମଧ୍ୟପ୍ରଶେର ଇନ୍ସପେକ୍ଟରଙ୍କ୍ୱାରା ପରିଚାଳିତ ହେଉଥିବାରୁ ଏହି କର୍ମଚାରୀମାନେ ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ସ୍କୁଲ ପ୍ରତି ଅଧିକ ଯତ୍ନବାନ ହୋଇଥାନ୍ତି । ଯାହାଫଳରେ ଏହି ତିନୋଟି ଭାଷା ଉନ୍ନତ ହେବା ସହିତ ଓଡ଼ିଆଭାଷାର ଅବନତି ଘଟୁଛି । ତେଣୁ ଶିକ୍ଷାୃଷ୍ଟିରୁ ଏମାନେ ଅନ୍ୟ ଭାଷାଠାରୁ ନିମ୍ନରେ ରହିବାକୁ ବାଧ୍ୟହୁଅନ୍ତି । ଫଳସ୍ୱରୂପ ଓଡ଼ିଶାର ସମସ୍ତ ଚାକିରିବୃତ୍ତି ଏହି ଉଚ୍ଚଶିକ୍ଷିତ ଅଣଓଡ଼ିଆଙ୍କ ହସ୍ତଗତ ହୋଇଥାଏ ।” ଓଡ଼ିଆଭଳି ସମୃଦ୍ଧଭାଷାକୁ ସ୍କୁଲ ଶିକ୍ଷାରେ ପ୍ରଚଳନ କରିବାପାଇଁ ଖୋ େଇଥିବା ଓଡ଼ିଆ ପାଠ୍ୟପୁସ୍ତକ ଅଭାବର ତକ୍ରାଳ ସମାଧାନପାଇଁ ବିଭିନ୍ନ ଶ୍ରେଣୀର ପୁସ୍ତକ ନିର୍ବାଚନ ସହିତ ଓଡ଼ିଆ ଅନୁବା କରିବା ପ୍ରାଥମିକତା ଭିତ୍ତିରେ ଆବଶ୍ୟକ ହୋଇପଡ଼ିଛି । ଏହିପରି ଭାବରେ ପ୍ରାରମ୍ଭିକ ସମୟରେ ବଙ୍ଗଳାରେ ଅନୁବା ମାଧ୍ୟମରେ ବଙ୍ଗଳା ଭାଷା ଓ ସାହିତ୍ୟ ଉନ୍ନତ ହୋଇଥିଲା ଓ ବି୍ୟାଳୟ ଶିକ୍ଷାରେ ପ୍ରୟୋଗ କରାଯାଇ ପାରିଥିଲା । ତେଣୁ ସେହି ସୂତ୍ରରେ ଓଡ଼ିଆଭାଷା ଓ ସାହିତ୍ୟ ମଧ୍ୟ ଉନ୍ନତ ହୋଇପାରିବ ବୋଲି ସେ ଆଶା କରିଥିଲେ ।

ଏହି ଆଲେଖ୍ୟରେ ସେ ସମୟର ଚାରି ପ୍ରକାରର ବି୍ୟାଳୟ - (୧) ପୁରୀ ଓ ବାଲେଶ୍ୱର ଜିଲ୍ଲା ସ୍କୁଲ, (୨) ମଧ୍ୟ ଇଂରାଜୀ ଭର୍ଣ୍ଣାକୁଲାର ସ୍କୁଲ, (୩) ମଧ୍ୟ ଭର୍ଣର୍ାକୁଲାର ସ୍କୁଲ, (୪) ନିମ୍ନ ଶ୍ରେଣୀ ସ୍କୁଲପାଇଁ ଯେଉଁଭଳି ପାଠ୍ୟପୁସ୍ତକ ଆବଶ୍ୟକତା ଅଛି, ତାହାର ବିବରଣୀ ପ୍ରାନ କରିଥିଲେ । ଜିଲ୍ଲା ଓ ହାଇସ୍କୁଲପାଇଁ ବଙ୍ଗଳା କିମ୍ବା ଓଡ଼ିଆ ଭାଷାରେ ପଢ଼ିବା ଇଚ୍ଛାଧୀନ ଥିବାବେଳେ ଅନ୍ୟ ବି୍ୟାଳୟର ଛାତ୍ର ନିଜ ମାତୃଭାଷା ମାଧ୍ୟମରେ ଶିକ୍ଷାଲାଭ କରିବେ । ନିମ୍ନ ବି୍ୟାଳୟରେ କେବଳ ଓଡ଼ିଆ ପାଠ୍ୟପୁସ୍ତକ ପ୍ରଚଳନ ହେବ । ବଙ୍ଗ ସରକାର ମାର୍ଟିନ୍ ସାହେବଙ୍କ ୁଇଟି ପତ୍ର ଓ ଅଟ୍କିନ୍ ସାହେବଙ୍କ ପତ୍ର ସଂପର୍କରେ ମତ ବୋକୁ ଓଡ଼ିଶା କମିଶନର ରେଭେନ୍ସାଙ୍କୁ ନିର୍ଦ୍ଦେଶ ଦେବାରୁ ଏହାର