କଦମ୍ବ କଦମ୍ବକ ମଣ୍ଡିତ[୧] କଦମ୍ବ ଜାତ କି ଅଘ ।
କମଳ କୁମୁଦ [୨] ଇନ୍ଦୀବର କୋକନନ୍ଦ ପ୍ରଭାବେଗ ।।
ତଥି ତଟର ଅଯୋଧ୍ୟା ପୁର ଦିଶଇ ଅତି ସୁନ୍ଦର ।
ଉପମା ଦେବା ମଞ୍ଚପୁରେ ବା ନାହିଁ ସ୍ୱର୍ଗେ ପଟାନ୍ତର ।।
ମେଢ଼ ମଣ୍ଡପ ସୁଦିବ୍ୟ ରୂପ ବିଚିତ୍ର ଅଟ୍ଟାଳୀମାନେ ।
ପ୍ରଭୁ ପ୍ରସାଦ ପରି ବିସ୍ତାର [୩] କାଙ୍ଗୁଲାରେ ଦ୍ରବ୍ୟମାନେ ।।
ଧବଳମୟ ଚନ୍ଦ୍ର ଉଦୟ ପ୍ରାୟେକ ଦିଶଇ ଶୋଭା ।
ମୁଖ ରାବରେ ଉଛୁଳି ପଡ଼େ ସିନ୍ଧୁ ମନ୍ଥନ କି ଅବା ।।
ତହିଁ ନିବାସ ସ୍ତିରୀ ପୁରୁଷ କାମଦେବ ରତି ପ୍ରାୟେ ।
ହରନ୍ତି ଦିନ ଆନନ୍ଦ ମନ ଦେବ ବ୍ରାହ୍ମଣେ ବିନୟେ ।।
ଦୁତୀ କୁବେର ଅଟନ୍ତି ଧୀର ବୀର ଶୂର ବଇଷ୍ଣବେ ।
ଯୁବତୀମାନେ ଉଷତ ମନେ [୪] ସେବନ୍ତି ଯେ ଯାହା ଧବେ ।।
ଯାବତ ନର ସୁବୁଦ୍ଧି ସାର ଜଣେ ଜଣେ ବୃହସ୍ପତି ।
ପାଳନ୍ତି କ୍ଷିତି ଜାଣନ୍ତି ରତି ଭୁଷଣ କରିଛି କ୍ଷିତି ।।
ତହିଁ ରାଜନ ଦୂତୀ ତପନ ସୂର୍ଯ୍ୟ କୁଳରେ ସେ ଜାତ ।
ମହୀ ନୃପତିମାନଙ୍କ ପତି [୫] ନାମ ଯାର ଦଶରଥ ।।
ସକଳ ଗୁଣ ଗୁଣେ ନିର୍ଗୁଣ ରଣେ ବୀରଧୁ ଅଟଇ ।
ସମରେ ସମ ଶମନ ସମ ତେଣୁ ଅଟଇ ନିର୍ଭୟୀ ।
ଅସମ ବଳ ମେଦିନୀ ତଳ ଜିଣନ୍ତା ନାହିଁ ତାହାକୁ ।
ଅନେକ ରଥୀ ଅଶ୍ୱପାଦାନ୍ତି ଜିଣି ସେ ନାହିଁ କାହାକୁ ?
ହରିଙ୍କି ପୂଜା କରଇ ରାଜା ପୁତ୍ର ପ୍ରାପତ ନିମନ୍ତେ ।
ନୃପ ପ୍ରବର ନବ ସହସ୍ର ବର୍ଷ ପାଳିଲେ ଏମନ୍ତେ ||
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୬୬
Jump to navigation
Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୬
ରାମଲୀଳା
