Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଆଦ୍ୟକାଣ୍ଡ

କୁମାରୀ ସହିତେ ମୁନି ଯିବୁ ଆମ୍ଭେ ଘେନି ।
ଶୁଣି ରାୟେ ସମର୍ପିଲେ ସନ୍ତୋଷରେ ବେନି ହେ ।।

ଲୋମପାଦ ରାଜା ଯେ ଅନେକ ଦ୍ରବ୍ୟ ଦେଲେ ।
ବଡ଼ ଉପହାର ଦେଇ ମନତୋଷ କଲେ ହେ ।।

କୁମାରୀ ସହିତେ ମୁନି ଘେନିଣ ଅଇଲେ ।
ବୋଲେ ବିଶି ପୁତ୍ରକାମ ଯଜ୍ଞ ଆରମ୍ଭିଲେ ହେ ।।

ରାଗ‌‌‌‌‌--

ମଙ୍ଗଳଧନାଶ୍ରୀ


(ମୁନିବର ବାଣୀରେ ଗାଇବ )

ଋଷ୍ୟଶୃଙ୍ଗ[] ଯଜ୍ଞ କଲେ, ଦେବତା ସନ୍ତୋଷ ହେଲେ ।

ପୂର୍ଣ୍ଣ ଆହୁତିର ଶେଷେ, ଜାତ ପୁରୁଷେ ଯେ ।।


ଦାହ ସୁବର୍ଣ୍ଣ ଶରୀର[] ପାୟସ ଘେନିଛି କର []

ମୁନିଙ୍କ କରେ ସେ ଦେଲେ, ଅଦୃଶ୍ୟ ହେଲେ ଯେ ।।


ମୁନି ଦେଲେ ରାଜା କର, ଘେନି ସେ ନୃପତି ବର ।

କୌଶଲ୍ୟା କୈକେୟୀ ରାଣୀ, ଦେଲେ ସେ ଜାଣି ଯେ ।।


ବେନି ରାଣ ବେନି ଭାଗ, ସୁମିତ୍ରାକୁ ଅନୁରାଗ ।

କରିଣ ତାହାଙ୍କୁ ଦେଲେ, ଚରୁ ଖାଇଲେ ଯେ ।।


ଉଦେ ନୋହୁ ରବି ପ୍ରଭା, ଯେହ୍ନେ ପ୍ରାଚୀ ଦେଶ ଶୋଭା []

ସେହି ରୂପେ ସେ ସୁନ୍ଦର, ରହି ଗର୍ଭର ଯେ ।


ଗଲା ବେନି ପାଞ୍ଚମାସ, ହେଲା ପ୍ରସବ ଦିବସ ।

ଚଇତ୍ର ଶୁକ୍ଳ ନବମୀ, ପୁତ୍ରେ ଜନମି ଯେ ।


ଯେତେ ସେ ଲକ୍ଷଣମାନ, କହିଥିଲେ ତପୋଧନ ।

ତ‌ହିଁକି କୋଟିଏ ଗୁଣେ ଜାତ ଲକ୍ଷଣ ଯେ ।।



  1. ଋଷ୍ୟଶୃଙ୍ଗ ପୋଥି ପାଠ
  2. ଦେହ ସୁବର୍ଣ୍ଣ ଶରୀର ପୋଥି ପାଠ
  3. 'ପା‌ଉଁଶ' ପ୍ରକାଶିତ ପୁସ୍ତକ ପାଠ ଏବଂ 'ପ୍ରାୟେ' ପୋଥି ପାଠ
  4. ତେହ୍ନେ ପ୍ରାୟେ ଦିଶେ ପୋଥି ପାଠ