Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୦ ରାମଲୀଳା

ତନୁ ମରକତ ଜିଣି, ସକଳ ଦେବ ଅଗ୍ରଣୀ ।
କୌଶଲ୍ୟା ଉଦରୁ ଜାତ, ଅଖିଳ ତାତ ଯେ
କୈକେୟୀ ଉଦରୁ ଜାତ[], ଦୁର୍ବାଦଳ ପ୍ରାୟ ଗାତ୍ର ।
ଅବତରିଲେ ନନ୍ଦନ, ତାହାଙ୍କ ସାନ ଯେ ।।
ସୁମିତ୍ରା ଗର୍ଭରୁ ଜାତ, ହୋଇଲେ [] ସେ ବେନି ସୁତ ।
ଶୁଦ୍ଧ ସୁବର୍ଣ୍ଣ ଶରୀର ଅତି ମଧୁର ଯେ ।।
ଦେଖି ଦଶରଥ ତୋଷ, ରାଇଲେ ଦ୍ୱିଜ ବିଶେଷ ।
ଅଶ୍ୱ ଗଜ ଗାବ ଦାନ, ଦେଲେ ହିରଣ୍ୟ ଯେ ।।
ହେଲା ହାଟ ତୁଠ ଜୂର, ନେଲେ ସେ ଇତର ନର []
ଦେବତାମାନଙ୍କୁ ତୋଷ, କରି ସନ୍ତୋଷ ଯେ ।
କରାଇଲେ ନୃତ୍ୟ ଗୀତ, ଉତ୍ସବ ହେଲ ବହୁତ ।
ଦୁନ୍ଦୁଭି ବାଜେ ସ୍ୱର୍ଗରେ, ହୃଷ୍ଟ ଅମରେ ।।
କଲେକ ନାଭି [] ଛେଦନ, ସୁଗନ୍ଧ କଲେ ଲେପନ ।
ଉଷ୍ଣ[] ଜଳରେ ଯେ ସ୍ନାନ କଲେ ବହନ ଯେ ।
ଶ୍ରୀଅଙ୍ଗ ପୋଛି ବସନେ, କରାଇଲେ [] କ୍ଷୀର ପାନେ ।
ରତ୍ନ‌ଦୋଳି ପରେ ତୋଳି, ଶୁଆନ୍ତି ବାଳୀ ଯେ ।।
ଯେବଣ ରାମ ଚରଣ, ସକଳ ଲୋକ ଶରଣ ।
ସେ ପ୍ରଭୁ ଜନମ ଆସି, ଭଣିଲେ ବିଶି ଯେ ||
ରାଗ - ଖେମଟା
ପଞ୍ଚୁଆତି ଷଷ୍ଠୀଘର ଉତ୍ସବ ଗଲା ।
ଏକବଂଶ ଦିବସ ପ୍ରବେଶ ହୋଇଲା ।
ବଶିଷ୍ଠ ଆଦି ସକଳ ବ୍ରାହ୍ମଣ ଗଣ ।
ଦଶରଥ କରାଇଲେ ନାମ କରଣ ।।

  1. ପୁତ୍ର-ପୁସ୍ତକ ପାଠ
  2. ଜନମିଲେ-ପୋଥି ପାଠ
  3. କଇତପନର-ପୋଥି ପାଠ
  4. ଲାଭି-ପୋଥି ପାଠ
  5. ଅସ୍ମଜଳ-ପୋଥି ପାଠ
  6. ତୋଷ କଲେ ହେବା ସମୀଚୀନ