ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୮
ରାମଲୀଳା

ବାହାର ହୁଅନ୍ତେ ପୁରୁ ଦେଖିଲେକ ଋଷି ।
ଶାପ ଦେଲେ ତା ବୃଷଣ ପଡ଼ିଲାକ ଖସି ।।
ଅହଲ୍ୟାୟେ ଦେଖିଣ ଦେଲେକ ଏହି ଶାପ ।
ରାମ ପାଦ ଲାଗିଲେ ସେ ଯିବ ତାର ପାପ[୧] ।।
ଏବେ ରାମ ଅହଲ୍ୟାକୁ କଲେ ଯେ କାରଣ[୨]
ବୋଲେ ବିଶି ନିସ୍ତରିଲା ଶ୍ରୀଚରଣ ।।
ରାଗ—ମୁଖାରୀ
ପଥ ଗମନରେ ଦିନ ଶେଷ । କଉଶିକୀ ତୀରେ ପରିବେଶ ।।
ରାମ ପୁଚ୍ଛନ୍ତି କେବଣ ଦେଶ | ଏଥି[୩] ନୃପତିର ନାମ କିସ ।।
ମୁନି ବୋଲନ୍ତି ଶୁଣ ଶ୍ରୀରାମ । ଆମ୍ଭେ କହିବା ଏଥିର ନାମ ।।
କୁଶ କେତୁ ସେ ଯେ କୁଶ ଲାଭ । କୁଶ ବ୍ରହ୍ମାଙ୍କ ଠାରୁ ସମ୍ଭବ ।।
କୁଶ ନୃପର ଶତ ନନ୍ଦନୀ । ଦିବ୍ୟ ସୁନ୍ଦରୀ ଜଗନ୍ନୋହିନୀ ।।
ଦେଖି ମୋହିତ ହେଲେ ମରୁତ । ବିଭା ହେବାକୁ କଲେକ ଚିତ୍ତ ।।
କନ୍ୟାମାନେ ତୋଟା ପୁରେ ଥିଲେ । ତାଙ୍କ ପାଶକୁ ବୋଲିଣ ଗଲେ ।।
ଆମ୍ଭଙ୍କୁ ବର ବୋଲି ବୋଇଲେ । ଜଣେ ହେଁ ସଉକାର ନ କଲେ ।।
ତେଣୁ କ୍ରୋଧ ହୋଇଣ ସମୀର । କୁଜ କଲେ କନ୍ୟାଙ୍କ ଶରୀର ।।
ତେଣୁ କୁଜ କନ୍ୟା ଗଲେ ଦେଶ । ଗାଧି ଅଟନ୍ତି ତାଙ୍କର ଶିଷ୍ୟ ।।
ତାଙ୍କଠାରୁ ଅବତାର ଆମ୍ଭେ । ଯାହା ପଚାରିଲ ରାମ ତୁମ୍ଭେ ।।
ଆମ୍ଭ ଭଗ୍ନୀ କଉଶିକୀ ନଦୀ । ବ‌ହୁ ଅଛନ୍ତି ପାତାଳ ଭେଦି ।।
କୁଶ ଅଂଶୁ ଆମ୍ଭେ କଉଶିକ । ଏହା ବୋଲନ୍ତି ସକଳ ଲୋକ ।।
ଶୁଣି ସନ୍ତୋଷ ରଘୁ ନାୟକ । ତ‌ହିଁ ବଞ୍ଚିଲେ ରଜନୀ ଏକ ।।
ପ୍ରାତୁ ନିତ୍ୟକର୍ମ ବଢ଼ାଇଲେ । ମୁନି ସଙ୍ଗେ ବେନି ଗୋଡ଼ାଇଲେ ।
ଗଙ୍ଗା ତୀରେ ହୋଇଲେ ପ୍ରବେଶ । ବୋଲେ ବିଶି ଗଙ୍ଗା ଦେଖି ତୋଷ ।।

  1. ମୁକତ ତୋର ପାପ ପୋଥିପାଠ
  2. ଦେଖିଲେ ଶ୍ରୀରାମଚନ୍ଦ୍ର ଅହିଲା କାରଣ ପୋଥିପାଠ
  3. ଏଥର ନୃପତି ପୋଥିପାଠ ।