ରାଗ - ଭାଟିୟାରୀ
ମୁନି ବୋଲେ ଗଙ୍ଗା ରାମ, ଦିଶନ୍ତି ସେ ଅନୁପାମ
ଚତୁର୍ଦ୍ଦଶ ଲୋକେ ବିଦିତ ହୋଇଛି ପତିତପାବନୀ ନାମ ହେ ।।
ସଗର ନାମେ ରାଜନ, ଷାଠିଏ ସସ୍ର ନନ୍ଦନ,
ଦହନ ତାଙ୍କୁ କରିଥିଲେ କୋପରେ କପିଳଙ୍କର ନୟନ ହେ ।।
ଭଗୀରଥ ତପୋବଳେ, ବିଜେ କଲେ ରବି ତଳେ,
ସଗର ସୁତଙ୍କୁ ମୁକତ କରିଣ ସଙ୍ଗମ ସାଗର ଜଳେ ହେ ।।
ତୁମ୍ଭର ଚରଣ ନୀର, ଅଭିଷେକ ଶିବ ଶିର ।
ଜାହ୍ନବୀର ଜଳ ଏ ତୁମ୍ଭ ବଂଶର କାରତିଟି ରଘୁବୀର ହେ ।।
ଶୁଣିଣ ସ୍ନାହାନ କଲେ, ରାମ ତୃପତ ହୋଇଲେ ।
ବୋଲେ ବିଶି ନିଶି ରହି ତହିଁ ପ୍ରାତୁ ମିଥିଳା ପୁରକୁ ଗଲେ ହେ ।।
ରାଗ—ମଙ୍ଗଳଗୁଜ୍ଜରୀ
ଶୀରାମ ଲକ୍ଷ୍ମଣ ମୁନି ମିଥିଳା ପ୍ରବେଶ ।
ଦେଖିଣ କାମିନୀମାନେ କାମରେ ଆବେଶ ଯେ [୧]।।
ଏ ପରା ରାମ ଲକ୍ଷ୍ମଣ ଏହି ପରା ମୁନି ।
[୨]ଏ ପରା ତାଡ଼କୀ ସୁବାହୁ ମାରିଲେ ବେନି ଗୋ ।।
ୟାଙ୍କ[୩] ପାଦ ଲାଗ ପରା ପାଷାଣ ଯୁବତୀ ।
ଚାହିଁବା ମାତ୍ରକେ ହରୁଅଛି ଆମ୍ଭ ମତି ଗୋ ।।
ଦେଖିଣ ଜନକ ରାଜା କଲେ ବହୁ ପୂଳା ।
ରୂପ ଦେଖି ଚକିତ ହୋଇଲେ ସର୍ବ ରାଜା ଯେ ।।
ବସିଲେ ସଭା ମଧ୍ୟରେ ହେଲା ନେତ୍ର ତୃଷ୍ଟି ।
ବୋଲେ ବିଶି ପଡ଼ିଲା ଭୂମିସୁତା[୪] ଙ୍କ ଦୃଷ୍ଟି ଯେ ।।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୭୯
Jump to navigation
Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୯
ଆଦ୍ୟକାଣ୍ଡ
