ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୪
ରାମଲୀଳା

ରାଗ-ଆନନ୍ଦଭୈରବୀ
ସୁନ୍ଦରୀ ସୁବେଶ କରି ସହିଚରୀମାନେ ।
ଜଗତୀରୁ ଉହ୍ଲାଇ ଆଣନ୍ତି ସୁଖାସନେ ।।
ମନେ ହେଉଛି ଆନନ୍ଦ ।
ରବି ଦେଖି ପ୍ରଫୁଲ କି ନବ ଅରବିନ୍ଦ ।।
ରାଜସ‌ଭା ନକଟକୁ ଓହ୍ଲାଇ ଆଣନ୍ତି ।
ବେଢ଼ି ସମସ୍ତ ଯୁବତୀ ହୁଳହୁଳୀ ଦ୍ୟନ୍ତି ।।
ଯୁବତୀ ସମୂହ ମଧ୍ୟେ ଦିଶେ ମଇଥିଳୀ ।
ଯେସନେ ନକ୍ଷତ୍ର ମଧ୍ୟେ ପୂର୍ଣ୍ଣଚନ୍ଦ୍ର ମିଳି ।।
ଚନ୍ଦ୍ରମା ଉଦୟ କି ଦେଖିଲା ଚନ୍ଦ୍ରମଣି [୧]
ସେହି ରୂପେ ସୀତାଙ୍କୁ ଦେଖିଲେ ରଘୁମଣି ।।
ଯେତେବେଳେ ରମଣୀ ସଭାକୁ ଦେଲେ ଦୃଷ୍ଟି ।
ରାଜାଙ୍କ ଶରୀରେ କାମ କଲା ଶର ବୃଷ୍ଟି ।।
ହେମମାଳା ବାଳା ରାମ କଣ୍ଠେ ଲମ୍ବାଇଲେ ।
ଶ୍ରୀଫଳ ଶ୍ରୀକରେ ଦେଇ ଶରଣ ପଶିଲେ ।।
ବାହୁଡ଼ିଣ ନିଜ ପୁରେ ପ୍ରବେଶ ହୋଇଲେ ।
ଜନକ ଅନେକ ରତ୍ନ ବ୍ରାହ୍ମଣଙ୍କୁ ଦେଲେ ।।
ଲର୍ଜ୍ଜା ପାଇଣ ରହିଲେ ପ୍ରିୟ ରାଜାମାନେ ।
ବୋଲେ ବିଶି ଥୋକାଏକ ଗଲେ ଅପମାନେ ।।

  1. ଚନ୍ଦ୍ରକାନ୍ତ ମଣି ଚନ୍ଦ୍ରମାଙ୍କ ହୃଦୟରେ ତରଳିଯାଏ ବୋଲି କବି ପ୍ରସିଦ୍ଧ ରହିଛି ଏଠାରେ ଜନକନନ୍ଦନୀ ରୂପୀ ଚନ୍ଦ୍ରକାନ୍ତ ମଣି ରାମଚନ୍ଦ୍ରଙ୍କ ହୃଦୟରେ ପ୍ରେମରେ ବିଗଳିତା ହୋଇଗଲେ ।