ରାଗ କଳଶା [୧]
ଶ୍ରୀରାମ ଲକ୍ଷ୍ମଣ ବିଶ୍ୱାମିତ୍ର ସଙ୍ଗେ ଘେନି ।
କିଛିଦୂର ପାଛୋଟି ଅଇଲେ ରାଜମୁନି |
ଦଶରଥ ମହୀପତି ସଙ୍ଗେ ହେଲେ ଭେଟ ।
ମାନ୍ୟ ଗଉରବ କଲେ ଯେ ଯାହାର ଶ୍ରେଷ୍ଠ ।।
ହେମମୟ ପୁରେ ନେଇ ବିଜେ କରାଇଲେ ।
ଭୋଜନ ନିମନ୍ତେ ବିହୁ ଉପହାର ଦେଲେ ।
ଚତୁରଙ୍ଗ[୨]ବଳ ଯେ ସମସ୍ତ ହେଲେ ସୁସ୍ଥ ।
ସୁଖେ ନିଦ୍ରା ଗଲେ ନିଶି ହେଲାକ ପ୍ରଭାତ |
ନତ୍ୟକର୍ମ ବଢ଼ାଇଣ ଦଶରଥ ରାଜ [୩]
ସଙ୍ଗତରେ ବଶିଷ୍ଠ ଆବର ବହୁ ଦ୍ୱିଜ [୪]
ଜନକ ରାଜା ପୁରକୁ ବିଜେ କରିଗଲେ ।
ଦେଖି ମୁନି ଆଲଙ୍ଗନ କରି ବସାଇଲେ ।
ବଶିଷ୍ଠ ଦେଖି ଜନକ ହେଲେ ବହୁ ହୃଷ୍ଟ ।
କାଲି ବିଭା ହେବ ବୋଲି କହିଲେ ବଶିଷ୍ଠ ।।
ବେନି ଜନଙ୍କର ବେନି ବଂଶାନୁଚରିତ ।
କହିଲେକ କଉଶିକ ଅତ୍ୟନ୍ତ ପବିତ୍ର ।।
ବୋଲନ୍ତି ବଶିଷ୍ଠ ଆହେ ଶୁଣ ରାଜଋଷି ।
ଭରତ [୫] ଶତ୍ରୁଘ୍ନ ଲକ୍ଷ୍ମଣ ଅଛନ୍ତି ଆସି ।
ତିନି କୁମାରୀଙ୍କି କର ଏହାଙ୍କୁ ପ୍ରଦାନ ।
ଶୁଣି ସୀଉକାର କଲେ ମିଥିଳା ରାଜନ ।।
ବିଶ୍ୱାମିତ୍ରଙ୍କ ମହିମା ବୋଲେ ବଶିଷ୍ଠ ମୁନି ।
ଦ୍ୱିତୀୟ ବ୍ରହ୍ମା [୬]ଅବତରିଛନ୍ତି ମେଦିନୀ ।
ଧାତବ ଅଭାବେ କଲେ ଅଭିନବ ସୃଷ୍ଟି ।
ଏଣୁ ବୋଲନ୍ତି ଏ ଦ୍ୱିତୀୟ ପରମେଷ୍ଠି ।।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୮୬
Jump to navigation
Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୬
ରାମଲୀଳା
