ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୯୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏବେ ଶୟନ କର କ୍ରୋଧପୁର [୧]
ରାଜା ଅଇଲେ ମାଗ ବେନି ବର ।
ରାମ ବନେ ଯିବେ ଭ୍ରତ ରାଜା ହେବେ ପୂର୍ବକଥା [୨] ମନେ କର,
ଗୋ ସୁନ୍ଦରୀ ।।
ମନ୍ଥଡ଼ା ବାଣୀ କୈକେୟୀ ରାଣ ଶୁଣି କ୍ରୋଧ ମନ୍ଦିରେ ପ‌ହୁଡ଼ିଲେ ।
ଦୃଢ଼ କରିଣ କବାଟ ପାଡ଼ିଲେ ।
ଗୁରୁ [୩]କ୍ରୋଧ ବ‌ହି ଧରଣୀରେ ଶୋଇ ଆଭରଣ ଦୂର କଲେ ,
ସେ ସୁନ୍ଦରୀ ।।
ରାଜା ରାମଙ୍କୁ ଦେଇଣ ମେଲାଣି ।
ନିଜ ସଦନେ ପ୍ରବେଶ ରୟଣୀ [୪]
ମଦନ ବଶେ କୈକେୟୀ ରାନୀ ପାଶେ କ‌ହେ ନାନାଚାଟୁ ବାଣୀ,
ସେ ରାଜନ ।।
ଉଠ ଉଠ ଆରେ ନରେନ୍ଦ୍ର ନନ୍ଦିନୀ କିମ୍ପାଇଁ କରୁ ଏଡ଼େ ମାନ ।
କ‌ହ କ‌ହ [୫]ମୋତେ ପ୍ରିୟ ବଚନ ।
ଯାହା ମାଗିବୁ ତାହା ଯେବେ ନ ଦେବି [୬] ନାଶିବି ସୁକୃତମାନ,
ଗୋ ସୁନ୍ଦରୀ !
ଶୁଣି ପୂର୍ବ ବର ମାଗେ ତରୁଣୀ ।
ସତ୍ୟ କରାଇ କ‌ହେ ପୁଣ ପୁଣି [୭]
ଭ୍ରତ ରାଜା ହେବେ ରାମ ବନେ ଯିବେ ଏହା ଦେବ ନୃପମଣି,
ହେ ଭୋଦେବ ।।
ଶୋଣି ତା ନୃପତି ଶିରରେ କୁଳିଶ ପଡ଼ିଲା ପ୍ରାୟେକ ହୋଇଲା ।
ଆଉ ଦେହରେ ଜ୍ଞାନ ନ ରହିଲା ।
କେତେବେଳେ ପୁଣି ସ୍ୱପ୍ନ ପ୍ରାୟ ମଣି କଇକେଇକୀ କ‌ହିଲା [୮]
ସେ ରାଜନ ।

  1. ଏବେ କ୍ରୋଧେ ଶୟନ କର ମନ୍ଦିର ପୋଥିପାଠ
  2. ପୂର୍ବବର ପୋଥିପାଠ
  3. ଗରୁ ପୋଥିପାଠ
  4. ରଜନୀ ପୁସ୍ତକପାଠ
  5. କ‌ହ ବେଗେ ପୋଥି ପାଠ
  6. ନ୍ଦେବଇଁ ଯେବେ ପୋଥିପାଠ
  7. ପୁଣି ସତ୍ୟ କରାଇଲା ନୃପମଣି ପୋଥିପାଠ
  8. କଇକେଇକି କିସ କ‌ହିଲୁ ବୋଇଲା ପୋଥିପାଠ,