Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହା ମୋତେ ନ ବୋଲରେ ତରୁଣି ।
ପ୍ରାଣ ମାଗିଲେ ଦେବି ଏହିକ୍ଷଣି !
ବୋଲେ ବିଶି ରାଜାଙ୍କର କ୍ରୋଧଭରେ ବେନି ନେତ୍ରୁ []ବ‌ହେ ପାଣି,
ହେ ସୁଜନେ []।।

ରାଗ - ଆନନ୍ଦ ଭୈରବ



କଉଶଲ୍ୟା ଆଦି ଯେତେକ ନାରୀ । ନ ଚାହାନ୍ତି [] ତୋର କୋପକୁ ଡ଼ରି ।।
ଶ୍ରୀରାମକୁ ଯେବେ ପେଷିବୁ ବନେ । କି ବୋଲିବେ ମୋତେ ସକଳ ଜନେ ।।

ଆରେ କୋପନାବର [], ଏବେ କୋପ ସଂହର ।
ଘେନ ବିନୟ ମୋର, ଧରୁଛି ତୋ ପୟର []।।

ରାମକୁ ନ‌ଦେଖି ଛାଡ଼ିବି ପ୍ରାଣ । ଏକଥା ମୋହର ସତ୍ୟ ପ୍ରମାଣ ।।
କରିଥିଲି ତୋତେ ଗଳାର ମଣି । କାଳେ ହୋଇଲୁ ତୁ କାଳସର୍ପିଣୀ []।।

କି ଦୋଷ କଲେ ତୋତେ ମୋର ରାମ । କିପାଇଁ ତାହାଙ୍କୁ ହୋଇଛୁ ବାମ ।।
କାଳେ ହେଁ ନଥିଲା ତୋର ଏ ରୀତି । ଶିଖାଇଲା ତୋତେ କେଉଁ ଯୁବତୀ ।।

ଚାଟୁ କ‌ହୁଁ ହେଲା ରଜନୀ ଶେଷ । ଶଙ୍ଖ ଶବଦ ଶୁଭିଲା[]ବିଶେଷ ।
କେବେହେଁ ତା ମନ ନୋହିଲା ତୋଷ । ବୋଲେ ବିଶି କଲା ରୋଷ ଅଶେଷ []।।

  1. ଲୋଚନୁ ପୋଥିପାଠ
  2. ରାଜନ ପୋଥିପାଠ
  3. ଚାହଁଇ ପୋଥିପାଠ
  4. କୋପ ନ‌କର ପୋଥିପାଠ
  5. ଧରୁଅଛି ତୋର କର ପୋଥିପାଠ
  6. ସର୍ପୁଣୀ ପୋଥି ପାଠ
  7. ପୂରିଲା ପୋଥି ପାଠ
  8. ରୋଷ କଲା ବିଶେଷ ପୋଥି ପାଠ