ସର୍ବ ସୁମନା ସୁରସ କରିଛି ଏକହ ହେ ।୪୬।
ସରଘା ପରାୟେ ଅଳ୍ପବୁଦ୍ଧି ଶକ୍ତିହୀନ ।
ସଂସାରେ କେବଳ ମଧୁକୋଷ କୀର୍ତ୍ତି ଘେନ ହେ ।୪୭।
ସ୍ୱାଦ ଆସ୍ୱାଦନ କଲେ ଚିତ୍ତ ମଗ୍ନ ହେବ ।
ସଂସାର ସାଗରବୁଡ଼ା ବାଧ ବ୍ୟାଧି[୧] ଯିବ ହେ ।୪୮।
ହରେକୃଷ୍ଣ ରାମନାମ ଯହିଁ ସେହି ତତ୍ତ୍ୱ ।
ହରଷେ ରସ ଏଘେନି ସାଧବ ଏ ଗୀତ ହେ ।୪୯।
କ୍ଷମାନିଧି କୃଷ୍ଣ ଅବିଘ୍ନରେ ପୂର୍ଣ୍ଣକର ।
କ୍ଷମେ ଭଣେ ଅଭିମନ୍ୟୁ ସାମନ୍ତସିଂହାର ହେ ।୫୦।
ରାଗ-ମଙ୍ଗଳ ।
![]() |
![]() |
![]() |
ସଙ୍ଗମତିଆରୀ ବାଣୀ ।
ଚାଦ୍ୟଯମକ । କୃଷ୍ଣ ବାଳପୌଗଣ୍ତଲୀଳା ।
ଧୀରେ ଧୀରେ ଶୁଣ ଏ ଉତ୍ତାରୁ ଚରିତ ।
ପୁଣ୍ୟ ପୁଣ୍ୟଜନେ କଲେ ସଂସାରୁ ହତ ।୧।
ମହୀ ମହୀଶଙ୍କ ତାପ ଅମାପ ହେଲା ।
ନାଗ ନାଗରେ ଅବନୀ ବୁହା ନ ଗଲା ।୨।
ପର ପରଜାଙ୍କ ବିତ୍ତ ହରିଲେ ବଳେ ।
ସୁର ସୁରଦ୍ୱେଷ[୨] ତ୍ରାସେ ବିରସ ହେଲେ ।୩।
ନରଙ୍କ ନରକ ଅତିଶୟ ହୋଇଲା ।
ତପ ତପବନ୍ତଙ୍କର ଥୟେ ନୋହିଲା ।୪।
ବିଧିରେ ବିଧୀରେମୁନି ଯାଇଁ କହିଲେ ।
ଅସୁର ଅସୁରଦର୍ପେ ଦେବେତ ହେଲେ ।୫।
ଲୋକେ ଲୋକେଶ ଯେ ଦୟା କରି ବିଚାରି ।
ସର୍ବ ସର୍ବସୁର ମୁନି ଘେନି ବାହାରି ।୬।
ଚିତ୍ତେ ଚିନ୍ତେ କ୍ଷୀରସିନ୍ଧୁତୀରେ ବିଧାତା ।