ଶୁଣି ଗୋପୀ ବଂଶ ହେଲେ ହରଷ । ହୃଦରେ ପୁରିଲା ପ୍ରେମ ସୁରସ ।
ବୋଇଲେ ବିକି ଆସିବୁଁ ଗୋରସ । ଦେଖି ଯାଉଥିବୁଁ ମୁଖସାରସ ସେ ।
ତୁମ୍ଭ ବାଞ୍ଛା ପ୍ରତିବିମ୍ବାକୁ ଆମ୍ଭ ହୂଦ ହେଲା ଆଦରଶ ଯେ ।୨୨।
କୃଷ୍ଣ ଧଇଲେ ଯେ ଗୋପୀଙ୍କ କର । ବୋଇଲେ ମୁଁ ତୁମ୍ଭ କୀଣା କିଙ୍କର ।
କର ସାରେଶ ପରା ମୋତେ କର । ସମାନ ମୁହିଁ ପଦ ସାବକର ସେ ।
ବିନା ମୋ କାମନା ଆନ କାହିଁ ବନ୍ଧୁ ଛୁଉଁଛି କୁଚ ଶଙ୍କର ଯେ ।୨୩।
ପରସ୍ପରେ ଏହିରୂପେ କହିଲେ । ହସି ଗୋପୀ ବକ୍ରନେତ୍ରେ ଚାହିଁଲେ ।
ଜଗତମୋହନ ମନ ମୋହିଲେ । ଗୋପୀଙ୍କ ହୃଦରେ କୃଷ୍ଣ ରହିଲେ ସେ ।
ଭାବ ସନ୍ଧାନ ବିଧାନ ବରଧନ ମାନସେ ଜାଗି ରହିଲେ ଯେ ।୨୪।
ଦିନୁ ଦିନୁ ବଢାଇଲେ ପୀରତି । ହଟ ନାଟ କାହିଁ କେତେ କରନ୍ତି ।
ସେ ଙ୍ଗ୍ରରେ ଯେତେ ପତିବରତୀ । ତାହାଙ୍କର ମନ ହେଲା ଆରତି ସେ ।
ଲାଜ ଦୂର କଲେ ରତିପତି ନିତି ଦେବାରୁ କରତି ଯେ ।୨୫।
କେବେ କୃଷ୍ଣ କାହା ପୁରେ ପଶନ୍ତି । କେବେ ଗୋପୀ କଉଁଠାକୁ ଆସନ୍ତି ।
କେ କାହା ଠାକୁ ଯେ ଦୂତୀ ପେଷନ୍ତି । କେ କାହାର ଗୁଞଣ ଘୋଷନ୍ତି ସେ ।
ଆସନ୍ତି ରସନ୍ତି ମିଶନ୍ତି ଭାଷନ୍ତି ହସନ୍ତି ରସେ ଭାସନ୍ତି ଯେ ।୨୬।
ବ୍ରହ୍ମା ଶିବ ପରିଜନ ଯାହାର । ସେ କରନ୍ତି ନାନାରଙ୍ଗେ ବିହାର ।
ସେ ପ୍ରଭୁଙ୍କୁ ମୋର କୋଟି ଜୁହାର । ଧୀର ଜନଙ୍କର ହୃଦୟ ହାର ସେ ।
କୃଷ୍ଣଲୀଳା ଗୀତ ସୁଣିଲେ ମନକୁ ହରିବ ନାହିଁ କାହାର ଯେ ।୨୭।