ପୃଷ୍ଠା:Bikalpa Biswa.pdf/୧୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରିପାରିବେ ନାହିଁ । ତିନି ଜଣ ଡାକ୍ତରୀ ବିଶେଷଜ୍ଞଙ୍କ ସୁଚିନ୍ତିତ ମତ ନେଲାପରେ ହିଁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇପାରିବ । ନୈତିକ, ସାମାଜିକ ଦୃଷ୍ଟିକୋଣ ଓ ରୋଗୀଙ୍କର ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ଦେଶ ବା ରାଜ୍ୟର ସର୍ବୋଚ୍ଚ ସ୍ୱାସ୍ଥ୍ୟ ସେବା ବିଭାଗ ସମ୍ପୃକ୍ତ ତିନିଜଣ ବିଶେଷଜ୍ଞଙ୍କୁ ବାଛିବେ । ଚିକିତ୍ସକଙ୍କ ପରାମର୍ଶ ରୋଗୀଙ୍କ ଚିକିତ୍ସା ରେକର୍ଡ ଉପରେ ନିର୍ଭର କରିବ ଓ ଏହି ରେକର୍ଡ ବିଶେଷଜ୍ଞ କମିଟିକୁ ଦିଆଯିବ । ରୋଗୀଙ୍କ ପରିବାରର ସମ୍ମତି ନଥିଲେ କୋର୍ଟ ପନ୍ଦର ଦିନ ଭିତରେ ତାଙ୍କ ନିଷ୍ପତ୍ତି ଦେବେ ।

ବିଭିନ୍ନ ଦୃଷ୍ଟିକୋଣରୁ ଇଚ୍ଛା ମୃତ୍ୟୁ ପାଇଁ ଅନୁରୋଧ ବା ନିଷ୍ପତ୍ତି ଏକ ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ । ଏ ସମ୍ପର୍କରେ ଦେଶରେ ଯେତେ ବେଶି ଆଲୋଚନା ହେବ ସେତେ ଭଲ ।

୨୫ ଜାନୁଆରୀ, ୨୦୦୭

ବିକଳ୍ପ ବିଶ୍ୱ ୧୦୫