ପୃଷ୍ଠା:Bikalpa Biswa.pdf/୧୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

'ମୋଟାପା' ବଢ଼ାଇ ଦେଇଥାଏ । ଯେପରିକି ଓଜନ କମାଇବାପାଇଁ ଅନେକ ଲୋକ 'ବ୍ରେକ୍ ଫାଷ୍ଟ' ବା ସକାଳ ଜଳଖିଆ କରନ୍ତି ନାହିଁ । ଏହାର ଓଲଟା ଫଳ ମିଳେ । 'ଜର୍ନାଲ ଅଫ ଆଡୋଲ ସେଣ୍ଟ ହେଲଥ'ରେ ପ୍ରକାଶିତ ଏକ ସଦ୍ୟ ଗବେଷଣାରୁ ଜଣାପଡ଼େ ଯେ ଯେଉଁ ପିଲାମାନେ ଉପଯୁକ୍ତ ପ୍ରାତଃ ଭୋଜନ କରନ୍ତି ନାହିଁ, ସେମାନଙ୍କ ମଧ୍ୟରୁ ଅଧୁକାଂଶ ଜଙ୍କ ଫୁଡ଼୍ ଖାଇଥାନ୍ତି ଏବଂ ଏହି ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇ ଅଜାଣତରେ ନିଜେ ନିଜର ଓଜନ ବଢାଇ ମୋଟା ସୋଟା ହୋଇଯାଆନ୍ତି । ଏହାଛଡ଼ା ଆମ ଭିତରୁ ଅନେକ ଯେତିକି ଖାଇବା ଆବଶ୍ଯକ ତା'ଠାରୁ ଅଧୁକ ଖାଦ୍ୟ ଖାଇଥାନ୍ତି । ଜଣକୁ ପ୍ରତ୍ୟହ ୨୦୦୦ ରୁ ୨୬୦୦ କ୍ୟାଲୋରି ଦରକାର ଥୁଲାବେଳେ ଅନେକ ସ୍ବଚ୍ଛଳ ଲୋକ ୨୮୦୦ ରୁ ୩୦୦୦ କ୍ୟାଲୋରିର ଖାଦ୍ୟ ଖାଆନ୍ତି, କିନ୍ତୁ ତାକୁ ଶ୍ରମଦ୍ବାରା ଖର୍ଜ କରିପାରନ୍ତି ନାହିଁ ।

ଆଜିକୁ ଶହେ ବର୍ଷ ପୂର୍ବେ ମଣିଷ ଯେତିକି ଶାରୀରିକ ପରିଶ୍ରମ କରୁଥୁଲା, ଏବେ ତା'ର ୫ ରୁ ୧୦ ଭାଗ ମାତ୍ର କରୁଛି । ରୋଷେଇ ଘର ମେସିନରେ ଭରିଯିବାରୁ ହାତ କାମ କମିଗଲାଣି । ପିଲାମାନେ ଖେଳକୁଦରେ ଆଗ୍ରହ ନ ଦେଖାଇ ଟିଭି ସମ୍ମୁଖରେ ବସିବାକୁ ଅଧୁକ ପସନ୍ଦ କରୁଛନ୍ତି । ଏବେ ଦିଲ୍ଲୀର ସ୍କୁଲ ମାନେ ପିଲାଙ୍କୁ ସାଇକେଲରେ ଯିବା ଆସିବା କରିବାପାଇଁ ଉତ୍ସାହିତ କଲେଣି । ଇଂଲଣ୍ଡର ଶିକ୍ଷା ବିଭାଗ, ନିଜ ପିଲାଙ୍କୁ ସାଇକେଲ ଯୋଗେ ସ୍କୁଲ ପଠାଉଥିବା ମାତାପିତାଙ୍କୁ ପୁରସ୍କୃତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୃଥିବୀର ବିଭିନ୍ନ ଦେଶରେ ଯୋଗକୁ ପାଠ୍ୟକ୍ରମର ଅଂଶ କରାଗଲାଣି । ପିଲାମାନଙ୍କୁ ଦୁଇଘଣ୍ଟାରୁ ଅଧୁକ ସମୟ ଟିଭି ଦେଖିବାକୁ ମନା କରାଗଲାଣି । କେତେକ ଦେଶରେ ଛେନା ଜାତୀୟ ଖାଦ୍ୟକୁ ପିଲାଙ୍କପାଇଁ ଜଙ୍କ ଫୁଡ କହି ନିଷେଧ କରାଗଲାଣି । ଆମେରିକାର ସ୍ବାସ୍ଥ୍ୟ ଓ ଖାଦ୍ୟ ସଂସ୍ଥା ପିଲାଙ୍କପାଇଁ ଚର୍ବି ଜାତୀୟ ଖାଦ୍ୟ ଉପରେ ନିଷେଧାଦେଶ ଲଗେଇଲେଣି । ଏଥୁରେ ଆତଙ୍କିତ ହୋଇ ମାକ୍‌ଡୋନାଲ୍‌ଡ କମ୍ପାନି ରେସ୍ତୋରାଁମାନଙ୍କରେ 'ଜିମ୍' ଖୋଲି ବ୍ୟାୟାମ ବ୍ୟବସ୍ଥା କଲେଣି । ବିଭିନ୍ନ ଦେଶରେ ଖାଦ୍ୟ ବିଜ୍ଞାପନ କମ୍ପାନିମାନଙ୍କୁ ସତର୍କ କରାଯାଉଛି । ବ୍ୟାୟାମ ବିମୁଖ ବ୍ୟକ୍ତିମାନଙ୍କୁ ନାଚ ଦ୍ବାରା ଓଜନ କମାଇବାକୁ କୁହାଯାଉଛି । ସେହିପରି ପାଦରେ ଚାଲୁଥୁବା ବା ସାଇକେଲରେ ଅଫିସ୍ ଯାଉଥୁବା ଲୋକଙ୍କୁ ସେସାଲ୍ ଆଲାଉନ୍ସ ଦିଆଯାଉଛି । ସିଙ୍ଗାପୁରରେ କାରରେ ନ ଯାଇ ମେଟ୍ରୋ ବା ବସ୍‌ରେ ଯିବାପାଇଁ ନାଗରିକମାନଙ୍କୁ ପରୋକ୍ଷରେ ଉତ୍ସାହିତ କରାଯାଉଛି I “ ମୋଟାପା' କୌଣସି ବ୍ୟକ୍ତିଙ୍କ ଅପେକ୍ଷା ଦେଶପାଇଁ ଅଧୁକ କ୍ଷତିକାରକ । ତେଣୁ ପୋଲିସ୍,

ବିକଳ୍ପ ବିଶ୍ବ . ୧୦୯