ପୃଷ୍ଠା:Bikalpa Biswa.pdf/୧୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମଧ୍ୟାହ୍ନ ଭୋଜନ ବିରତି

ସରକାରୀ କାର୍ଯ୍ୟାଳୟମାନଙ୍କରେ ପ୍ରଚଳିତ ମଧ୍ୟାହ୍ନ ଭୋଜନ ବିରତି ବ୍ୟବସ୍ଥାକୁ ବନ୍ଦ କରିବାକୁ ଓଡ଼ିଶା ବିଧାନସଭାର ମାନ୍ୟବର ବିଧାୟକମାନେ ଦାବି କରିଛନ୍ତି । କାରଣ ଦର୍ଶାଇ କୁହାଯାଇଛି ଯେ ଲଞ୍ଚ୍ ଖାଇବା ନାଁରେ ଅଫିସରମାନେ ଦୁଇ ତିନି ଘଣ୍ଟା ଧରି ଗାଏବ ହୋଇଯାଉଛନ୍ତି । ଏହା ଫଳରେ ସରକାରୀ କାମ ବାଧାପ୍ରାପ୍ତ ହେବା ସହ ସାଧାରଣ ଲୋକେ ବି ହିନସ୍ତା ହେଉଛନ୍ତି । ଘଣ୍ଟା ଘଣ୍ଟା ଧରି ଅଫିସରଙ୍କୁ ଅପେକ୍ଷା କରି ବସୁଛନ୍ତି । ଡେରିରେ ଅଫିସ୍ ଆସିବା ଓ ଲଞ୍ଚ ପାଇଁ କାର୍ଯ୍ୟାଳୟକୁ ସରକାରୀ ଗାଡ଼ିରେ ଯିବା ଆସିବାରେ ଦୈନିକ ପ୍ରାୟ ପାଞ୍ଚ ଘଣ୍ଟା ସମୟ ନଷ୍ଟ ହୁଏ ବୋଲି ହିସାବ କରାଯାଉଛି । ସମୟକୁ ଏବେ ଏକ ମହତ୍ତ୍ୱପୂର୍ଣ୍ଣ ସମ୍ବଳ ଭାବରେ ବିଚାର କରାଯାଉଥିବାରୁ ପ୍ରତ୍ୟହ ଏହି ନଷ୍ଟ ସମୟର ମାସିକ ମୂଲ୍ୟ ଜଣ ପିଛା ଅଧା ମାସର ଦରମାରୁ ଅଧିକ । ଅନ୍ୟ ପକ୍ଷରେ ଅଫିସରମାନେ କହନ୍ତି ଯେ ସେମାନେ ଅନେକ ସମୟରେ ଅଫିସ୍‌ରୁ ବିଳମ୍ବରେ ଘରକୁ ଫେରନ୍ତି ଏବଂ ବେଳେବେଳେ ଘରେ ଅଫିସ୍ କାମ କରିବାକୁ ପଡେ଼ । ଏହି ଯୁକ୍ତିର ସୁଯୋଗ ନେଇ ଅଧସ୍ତନ କର୍ମଚାରୀମାନେ ମଧ୍ୟ ଅଫିସରୁ ଗାଏବ ହୁଅନ୍ତି । ଯେ କୌଣସି ସମୟରେ ଓଡ଼ିଶା ସେକ୍ରେଟାରିଏଟ୍‌ରେ ପ୍ରାୟ ୩୦ ଭାଗ କର୍ମଚାରୀଙ୍କ ସିଟ୍ ଖାଲି ପଡ଼ିଥାଏ । ବାବୁ ଲଞ୍ଚ୍ ଖାଇବାକୁ ଯାଇଥାନ୍ତି ବା ଚା ଖାଇବାକୁ ଯାଇଥାନ୍ତି ବା ବଡ଼ବାବୁଙ୍କ ପାଖରେ ଥାନ୍ତି । ଏହା କେବଳ ଓଡ଼ିଶାରେ ନୁହେଁ, ବାହାର ରାଜ୍ୟ ସରକାରୀ କାର୍ଯ୍ୟାଳୟରେ ବି ଏକ ଗତାନୁଗତିକ ପ୍ରଥା ହେଲାଣି । ସିପିଏମ୍ ଶାସିତ ପଡେ଼ାଶୀ ରାଜ୍ୟ ପଶ୍ଚିମବଙ୍ଗ ‘ରାଇଟର୍ସ ବିଲ୍ଡ଼ିଂ’ରେ ବିନା ଛୁଟିରେ ଅନୁପସ୍ଥିତ କର୍ମଚାରୀଙ୍କ ସଂଖ୍ୟା ଶତକଡ଼ା ୫୦ ଭାଗରୁ ଅଧିକ ।

ଏହା କେବଳ ସରକାରୀ କାର୍ଯ୍ୟାଳୟ ସ୍ତରରେ ସୀମିତ ନୁହେଁ । ବିଧାନସଭା ଓ ପାର୍ଲିଆମେଣ୍ଟରେ ମଧ୍ୟ ଅନେକ ସମସ୍ୟା ସବୁ କୋରମ୍ ଅଭାବରୁ ଆଲୋଚନା ନହୋଇ

ବିକଳ୍ପ ବିଶ୍ୱ ୧୫୯