ପୃଷ୍ଠା:Bikalpa Biswa.pdf/୨୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ଶିକ୍ଷା ଅବସ୍ଥା ଓ ବ୍ୟବସ୍ଥା

ବିଶ୍ୱବିଖ୍ୟାତ ଶିକ୍ଷାବିତ୍ ଇଭାନ୍ ଇଲିଚ୍‌ଙ୍କ ଦୁଇଟି ପୁସ୍ତକ ‘ଡିସ୍କୁଲିଙ୍ଗ୍ ସୋସାଇଟି ଓ ‘ସ୍କୁଲ ଇଜ୍ ଡେଡ୍’ ଥିଲା ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଥମ ବିଦ୍ରୋହର ସ୍ୱର । ଏବେ ବିକ୍ଷୋଭ ଅଧିକ, ବିଦ୍ରୋହ କମ୍ । ଶିକ୍ଷା ଗୁରୁମାନେ ବିଦ୍ୟାଳୟ ଛାଡ଼ି ରାଜରାସ୍ତାରେ ଧାରଣା, ଧର୍ମଘଟ କରିବା ଏକ ଅସୁସ୍ଥ ଶିକ୍ଷା ବ୍ୟବସ୍ଥାର ଲକ୍ଷଣ । ଏବେ ଶିକ୍ଷା ଅଧିକାର ଆଇନ ପାର୍ଲାମେଣ୍ଟରେ ପାରିତ ହେଲାପରେ ଶିକ୍ଷକ ଓ ସମାଜର ଦ।ୟିତ୍ୱ ସଂପର୍କରେ ଆଉଥରେ ବିଚାର ସମୟ ଆସିଅଛି ।

ନିକଟରେ ଭାରତର ସର୍ବୋଚ୍ଚ ଶିକ୍ଷା ତାଲିମ ଓ ଗବେଷଣା ଅନୁଷ୍ଠାନ ‘ନ୍ୟାସନାଲ ୟୁନିଭିରସିଟି ଅଫ୍ ଏଡୁକେସନାଲ ପ୍ଲାନିଂ ଆଣ୍ଡ ଆଡ୍‌ମିନିିଷ୍ଟ୍ରେସନ୍ (ନୁପା) ଓଡ଼ିଶା ସମେତ ଦେଶର ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶିକ୍ଷାର ଅବସ୍ଥା ଜାଣିବା ପାଇଁ ଏକ ‘ଇଣ୍ଡେକ୍ସ’ ବା ମାନକ ତିଆରି କରିଛନ୍ତି । ଇଂରାଜୀରେ ଏହାକୁ କୁହାଯାଉଛି ‘ଏଡୁକେସନ୍ ଡେଭଲପ୍‌ମେଣ୍ଟ ଇଣ୍ଡେକ୍ସ’ । ଏଥିରେ ୪ଟି ପାରାମିଟର ବା ପରିମାପକ ଓ ୨୨ଟି ‘ଭାରିଏବଲ୍’ ରହିଛି । ପ୍ରଥମଟି ହେଲା ‘ଆକ୍ସେସ୍’ - ଅର୍ଥାତ୍ ଶିକ୍ଷାବ୍ୟବସ୍ଥା ଓ ସୁବିଧା କେତେ ଜାଗାରେ ପହଞ୍ଚି ପାରିଛି ଓ କେତେ ଲୋକ ଏହାର ସୁଯୋଗ ନେଇ ପାରୁଛନ୍ତି । ଦ୍ୱିତୀୟଟି ହେଲା ‘ଇନ୍ଫ୍ରାଷ୍ଟ୍ରକଚର୍’ ବା ଶିକ୍ଷାର ଭିତ୍ତିଭୂମି - ସ୍କୁଲ ଘର, ଶିକ୍ଷା ଉପକରଣ ଇତ୍ୟାଦି । ତୃତୀୟଟି ହେଲା କ୍ୱାଲିଟି ବା ଗୁଣବତ୍ତା । ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ର-ଛାତ୍ରୀ ଅନୁପାତ, ତାଲିମପ୍ରାପ୍ତ କି ନୁହଁ, ଏକ-ଶିକ୍ଷକ ବିଦ୍ୟାଳୟ ସଂଖ୍ୟା, ତିନିରୁ କମ୍ ଶିକ୍ଷକ ଥିବା ସ୍କୁଲ ସଂଖ୍ୟା ଇତ୍ୟାଦି । ଚତୁର୍ଥ ପାରାମିଟରଟି ହେଲା ଏନ୍‌ରୋଲ୍‌ମେଣ୍ଟ - ଦଳିତ, ଆଦିବାସୀ, ମହିଳା, ଅନୁନ୍ନତ ବର୍ଗ ମଧ୍ୟରୁ କେତେ ପିଲା ନାଁ ଲେଖାନ୍ତି, କେତେ ପିଲା ପଞ୍ଚମ ଶ୍ରେଣୀ ପହଞ୍ଚିବା ପୂର୍ବରୁ ସ୍କୁଲ ଛାଡ଼ି ଚାଲିଯାଆନ୍ତି,

୨୪୪ ବିକଳ୍ପ ବିଶ୍ୱ