ପୃଷ୍ଠା:Bikalpa Biswa.pdf/୨୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାରତର ସ୍ଥାନ ୧୦୨, ଚାଇନା ୩୦ ଓ କୋରିଆ ୬, ବାଂଲାଦେଶ ୧୦୭ ଓ ନେପାଳ ୧୧୨ଟି ଦେଶ ତଳେ । ଭାରତରେ ଯେଉଁ ଆଠଟି ରାଜ୍ୟ ସବା ତଳେ ଅଛନ୍ତି ସେମାନେ ହେଲେ ଓଡ଼ିଶା, ମଧ୍ୟ ପ୍ରଦେଶ, ଆସାମ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ଝାଡ଼ଖଣ୍ଡ ଓ ବିହାର । କିନ୍ତୁ ସାକ୍ଷରତା ଦୃଷ୍ଟିରୁ ଓଡ଼ିଶା ସର୍ବଭାରତୀୟ ସ୍ତର ଓ ହାରର ପାଖାପାଖି ।

ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଓ ଅବସ୍ଥା ଉପରେ ଛୋଟ ବଡ଼ ୨୭ଟି ଅଧ୍ୟୟନ ଓ ସର୍ବେକ୍ଷଣ ହୋଇ ସାରିଲାଣି । ବରିଷ୍ଠ ପ୍ରଶାସକ ଓ କେନ୍ଦ୍ର ଶିକ୍ଷା ନୀତି ପ୍ରଣୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଅଭିଜ୍ଞ ଶ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଓଡ଼ିଶା ଶିକ୍ଷା ସଂସ୍କାର ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦେଇଛନ୍ତି । ତେଣୁ ଆଉ ଅଧିକ ଚର୍ଚ୍ଚା ନ ହୋଇ କାମ ଆରମ୍ଭ ହେବା ଆବଶ୍ୟକ । କେନ୍ଦ୍ର ଓ ଅନେକ ରାଜ୍ୟରେ ବିଶଷ୍ଟି ଶିକ୍ଷାବିତ୍‌ଙ୍କୁ ନେଇ ପରାମର୍ଶଦାତା ବୋର୍ଡ଼ ଗଠିତ ହୋଇଛି । ଓଡ଼ଶାରେ ଏପରି ବୋର୍ଡ଼ ନାହିଁ । ଓଡ଼ିଶାରେ ବେକାରୀ ସୃଷ୍ଟି କରୁଥିବା ଶିକ୍ଷା ବ୍ୟବସ୍ଥାକୁ ଟିକିନିଖି ପରୀକ୍ଷା ଓ ମରାମତି କରି ନୂଆ ରୂପ ବୋର ଆବଶ୍ୟକତା ରହିଛି । ଆଜିଠାରୁ ଦ୍ୱାଦଶ ଓ ତ୍ରୟୋକ୍ଷଶ ପଞ୍ଚବାର୍ଷିକ ଶିକ୍ଷା ଯୋଜନାପାଇଁ ଆଗୁଆ ପ୍ରସ୍ତୁତି ଦରକାର । ଗ୍ରାମାଞ୍ଚଳ ଶିକ୍ଷାନୁଷ୍ଠାନଗୁଡିକର ମୂଲ୍ୟବୋଧ ଶିକ୍ଷା ସହ ତୁରନ୍ତ ବୈଷୟିକୀକରଣ ଆବଶ୍ୟକ । ନୂଆ ସରକାର, ନୂଆ ଶିକ୍ଷା ମନ୍ତ୍ରୀ ଓ ନୂଆ ଚିନ୍ତାଧାରାର ଲୋକେ ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାଙ୍ଗରେ ବସି ନୂଆ ଉଦ୍ୟମ ଆରମ୍ଭ କରନ୍ତୁ । ଶିକ୍ଷାଳୟ, ଚିକିତ୍ସାଳୟ ଓ ପଞ୍ଚାୟତର ବିକାଶ ଏବଂ ଦୃଢ଼ୀକରଣ ହେଲେ ଅଚିରେ ଓଡ଼ିଶାରୁ ଦାରିଦ୍ର୍ୟ ଲୋପ ହେବ । ଏବେଠୁ କାମ ଆରମ୍ଭ ହେଉ ।

୭ ଏପ୍ରିଲ୍, ୨୦୦୯

୨୪୮ ବିକଳ୍ପ ବିଶ୍ୱ