ପୃଷ୍ଠା:Bikalpa Biswa.pdf/୨୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗାନ୍ଧୀଙ୍କର ଶେଷ ଓଡ଼ିଶା ଗସ୍ତ । ତାଙ୍କ ଚିତାଭସ୍ମ ଥିବା କଳସଟି ଅନେକଙ୍କ ଅଜାଣତରେ ୧୯୯୭ ମସିହା ପର୍ଯ୍ୟନ୍ତ ପୁରୀରୁ ଯାଇ କଟକ ଇମ୍ପେରିଆଲ୍ ବ୍ୟାଙ୍କ୍‌ରେ ଥିଲା । ଏହା ଜାଣିବା ପରେ ତାଙ୍କ ଅଣନାତି ତୁଷାର ଗାନ୍ଧୀ ଏହାକୁ ଗ୍ରହଣ କରି ଗଙ୍ଗାରେ ବିସର୍ଜନ କରିଥିଲେ ।

କୃଷ୍ଣକାୟ ବାରାକ୍ ହୁସେନ୍ ଓବାମା ଆମେରିକା ରାଷ୍ଟ୍ରପତି ହେବା ପରେ ଆଉ ଥରେ ସାରା ବିଶ୍ୱରେ ଗାନ୍ଧୀବାଦ ଓ ବିଚାରଧାରା ଉପରେ ଆଲୋଚନା ଆରମ୍ଭ ହେଲାଣି । ବର୍ଣ୍ଣବୈଷମ୍ୟ ବିରୋଧରେ ପ୍ରଥମ ସ୍ୱର ଉତ୍ତୋଳନ କରିଥିଲେ ଗାନ୍ଧୀ ଓ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥରପାଇଁ ବ୍ରିଟିଶ ସାମ୍ରାଜ୍ୟକୁ ସାମ୍ନା କରିଥିଲେ । ଆଫ୍ରିକା ଓ ଆମେରିକାରେ ଯେଉଁ ଦୁଇ ମହାନ୍ ନେତା ଗାନ୍ଧୀଙ୍କ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ ସେମାନେ ହେଲେ ମାର୍ଟିନ ଲୁଥର କିଙ୍ଗ୍ ଓ ନେଲ୍‌ସନ୍ ମାଣ୍ଡେଲା । ଉଭୟେ ଅହିଂସା, ଅସହଯୋଗ ଓ ସତ୍ୟାଗ୍ରହ ପନ୍ଥା ଅନୁସରଣ କରି ସଂଗ୍ରାମ ଚଳାଇଥିଲେ । ଫଳସ୍ୱରୂପ ଆଫ୍ରିକାରେ ବ୍ରିଟିଶ ସାମ୍ରାଜ୍ୟର ଶେଷ ଦୁର୍ଗ ଭୁଶୁଡ଼ି ପଡ଼ିଲା ଓ ଆମେରିକାରେ କୃଷ୍ଣକାୟମାନଙ୍କ ମାନବ ଅଧିକାର ସ୍ୱୀକୃତ ହେଲା । ଓବାମାଙ୍କ ବିଜୟ ଏଇ ପ୍ରକ୍ରିୟାର ସଦ୍ୟ ଫଳ । ଏହା ଗାନ୍ଧୀ ଦର୍ଶନର ବିଜୟ, ମାନବତାର ବିଜୟ । ଅସ୍ପୃଶ୍ୟତା ଓ ଜାତିବାଦର ଘୋର ବିରୋଧୀ ଥିଲେ ବାପୁ । ଏବଂ ଅସବର୍ଣ୍ଣ ବିବାହର ଦୃଢ଼ ସମର୍ଥକ । କହୁଥିଲେ ଅଜାତିରେ ବାହା ହେଲେ ଆଶୀର୍ବାଦ କରିବି କିନ୍ତୁ ଅସବର୍ଣ୍ଣ ବିବାହ ହେଲେ ନିଜେ ଉପସ୍ଥିତ ରହିବି । ତାଙ୍କର ସବୁ ପିଲାଏ ଅଜାତି ଓ ଅସବର୍ଣ୍ଣ ବିବାହ କରିଥିଲେ । ପ୍ରକୃତରେ ଯେ ସଂକଳ୍ପରେ ୃଢ ଓ ଯାହାଙ୍କର ବିଚାର ଶୁଦ୍ଧ ତଥା କଥା ଓ କାମରେ ଯାହାର ଫରକ ନାହିଁ, ସେ ଗାନ୍ଧୀ - ସେଇମାନଙ୍କ ସଂଖ୍ୟା ବଢ଼ାଇବାପାଇଁ ବାହାରିଛନ୍ତି ନାରାୟଣ ଭାଇ । ସାଙ୍ଗରେ ଆଉ ଅନେକ ଭାଇ ଭଉଣୀ । ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର, ପ୍ରସାରପାଇଁ ଦେଶ ବିଦେଶରେ ବୁଲୁଛନ୍ତି । ଆଜିକୁ ୨୭ ବର୍ଷ ତଳେ ୧୯୮୨ ମସିହାରେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା ରିଚାର୍ଡ ଆଟେନ୍‌ବରୋଙ୍କ ନିର୍ଦ୍ଦେଶିତ ଓସ୍କାର ବିଜୟୀ ଚଳଚ୍ଚିତ୍ର ‘ଗାନ୍ଧୀ’ । ଜଣେ ବ୍ୟକ୍ତିଙ୍କ ଜୀବନ କାଳ୍ପନିକ କାହାଣୀଗୁଡ଼ିକଠାରୁ ଏପରି ଅଧିକ ଚିତ୍ତାକର୍ଷକ ହୋଇପାରେ - ଏକଥା ପ୍ରମାଣ କରିଦେଲା ‘ଗାନ୍ଧୀ’ ଚଳଚ୍ଚିତ୍ର । ସେତେବେଳର ନାମକରା ସେକ୍ସି ହିରୋ ରିଚାର୍ଡ୍ ବଟନ୍‌ଙ୍କୁ ଚଳଚ୍ଚିତ୍ରର ନାୟକ ଭାବରେ ନେବାକୁ ଆଟେନ୍‌ବରୋଙ୍କ ଉପରେ ପ୍ରବଳ ଚାପ ପକାଯାଇଥିଲା । ପ୍ରଡ୍ୟୁସରମାନେ କହିଲେ ଗାନ୍ଧୀଙ୍କ ଯୌନ ଜୀବନକୁ ଅତିରଞ୍ଜିତ କରି ଦେଖାଇଲେ ଆମେ ଏ ଚିତ୍ରରେ ପଇସା

୨୫୦ ବିକଳ୍ପ ବିଶ୍ୱ