ପୃଷ୍ଠା:Bikalpa Biswa.pdf/୨୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଡାକ ଟିକଟ ଜଗତରେ ମଧ୍ୟ ଗାନ୍ଧୀ ଏକ ପୁରୁଣା ମୁହଁ । ପୃଥିବୀର ୮୦ଟି ଦେଶରେ ୨୫୦ ରୁ ଅଧିକ ସ୍ୱତନ୍ତ୍ର ଡାକଟିକଟ ବାହାରିଛି ଗାନ୍ଧୀଙ୍କ ନାଁରେ । ଏପର୍ଯ୍ୟନ୍ତ ପୃଥିବୀର ଅନ୍ୟ କୌଣସି ନେତାଙ୍କ ନାଁରେ ବା ସ୍ମୃତିରେ ଏତେ ଡାକଟିକଟ ବାହାରି ନାହିଁ । ପ୍ରଥମ ଥରପାଇଁ ୧୯୬୧ ମସିହା ଜାନୁଆରି ୨୬ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକାରେ ଗାନ୍ଧୀଙ୍କ ସ୍ମୃତିରେ ଏକ ସମୟରେ ଦୁଇଟି ସ୍ୱତନ୍ତ୍ର ଡାକଟିକଟ ବାହାରିଥଲା (ଚମ୍ପିଆନ୍ ଅଫ୍ ଲିବର୍ଟି ସିରଜ୍) । ଦ୍ୱିତୀୟ ଦେଶ ଥିଲା ଆଫ୍ରକ।ର କଙ୍ଗୋ (୧୯୬୭ ମସିହା) । ଏମିତି କେତେ ଅସରନ୍ତି କାହାଣୀ ।

୪ ମାର୍ଚ୍ଚ, ୨୦୦୯

୨୫୪ ବିକଳ୍ପ ବିଶ୍ୱ