ପୃଷ୍ଠା:Bikalpa Biswa.pdf/୩୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

“ଆପଣଙ୍କ ପ୍ରତ୍ୟେକ ଲେଖାରେ, ପ୍ରଚଳିତ ସାମାଜିକ ଅର୍ଥନୈତିକ ଓ ବିକାଶଧାରାର ଯେଉଁ ସରଳ ସାବଲୀଳ ବ୍ୟାଖ୍ୟା କରନ୍ତି ତାହା ଦ୍ୱାରା ମୁଁ ଓ ମୋର ଛାତ୍ର ବନ୍ଧୁମାନେ ବିଶେଷ ଭାବରେ ଆକୃଷ୍ଟ ।”

-ସର୍ବେଶ୍ୱର ପ୍ରଧାନ, ମହାନୀ ହଷ୍ଟେଲ, ଜ୍ୟୋତିବିହାର, ବୁର୍ଲା

“ମାନ୍ୟବରଙ୍କ ଉପସ୍ଥାନ ଓ ଅନ୍ତର୍ଦ୍ଧାନ” ଲେଖାଟି ତଥ୍ୟଭିତ୍ତିକ, ଚିନ୍ତା ଉଦ୍ରେକକାରୀ ଏବଂ ଏହାର ଉପସ୍ଥାପନା ଶୈଳୀ ଚିତ୍ତାକର୍ଷକ । ଅନ୍ୟ ସବୁ ଲେଖା ପଢୁଛି । ଏଗୁଡିକ ସଂକଳିତ ହେଲେ ଓଡ଼ିଆ ବିକାଶ ସାହିତ୍ୟ, ଭ୍ରମଣ ସାହିତ୍ୟ ଓ ଲଳିତ ନିବନ୍ଧ ଭାବରେ ନିଶ୍ଚୟ ପାଠକୀୟ ସ୍ୱୀକୃତି ଲାଭ କରିବ ।

-ଚିତ୍ତରଞ୍ଜନ ସାହୁ, ଇତିହାସ ବିଭାଗ, ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ, ଛତିଆ

“ଲେଖାଗୁଡିକରେ ତୁମର ସ୍ପଷ୍ଟ, ନିର୍ଭୀକ ଅଭିମତ ପାଇଁ ଅଭିନନ୍ଦନ । ଏଗୁଡିକ ସାମାନ୍ୟ ନିବନ୍ଧ ନୁହେଁ, ଜୀବନ ଯାତ୍ରାର ଆବଶ୍ୟକ ସଂହିତା, ସମାଜ ଗଠନ ଧର୍ମୀ । ତୁମର ସାରସ୍ୱତ ପ୍ରତିଭା ଅଧିକରୁ ଅଧିକ ଉଜ୍ଜ୍ୱଳ ହୋଇ ଜନକଲ୍ୟାଣ ପାଇଁ ପାଥେୟ ହେଉ । ହଳିଆ ରଘୁନାଥଙ୍କ ସୁଯୋଗ୍ୟ ସୁପୁତ୍ର ତୁମେ ଆମର ଗର୍ବ । ଏବେ ଓଡ଼ିଶାର ଜନମାନସରେ ଯଶସ୍ୱୀ ହୋଇ ରହିବାପାଇଁ ଆଶୀର୍ବା କରୁଛି ।”

-ଆଚାର୍ଯ୍ୟ ଦିଗମ୍ବର, ବି-୨୨୯, ନାଲକୋନଗର, ଅନୁଗୋଳ

“ବୈପ୍ଳବିକ ଅଭିନନ୍ଦନ । ଆପକା ଓଡ଼ିଆ ମେଁ ଏକ୍ ଲେଖ୍ ‘ଶ୍ରୀମାନ୍ ଟଏଲେଟ୍’ ପଢା । ବହୁତ୍ କୁଛ୍ ଉପାଦେୟ ଚିଜ୍ ହମକୋ ମିଲା । ସାନିଟେସନ୍ କେ ଲିଏ ଆପ୍ ଯୋ ଚାର୍ ବାତ୍ ବତାୟା ଓ ଜରୁରୀ ହୈ । ଜବ୍ତକ୍ ହମ ଲୋଗ୍ ଗାନ୍ଧିଜୀକା ଫର୍ମୁଲା ନେହିଁ ଅପନାଏଙ୍ଗେ, ଜୈସେ କି ତୈସେ ରହେଙ୍ଗେ ।”

-ଅଜିତ୍ କୁମାର, ବଡବ୍ରାହ୍ମଣୀ, ବିଜାପୁର

“ଅମୂଲ୍ୟ ଲେଖାଗୁଡିକ ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ନାମରେ ଆନ୍ତରିକ ଶୁଭେଚ୍ଛା । ଆଜିର ନିବନ୍ଧ ‘ଆମ ଶିକ୍ଷା ବ୍ୟବସ୍ଥା ଓ ଅବସ୍ଥା’ର ୮ଟି ପାରା ଓ ୧୩୨ ଧାଡି - ପ୍ରତ୍ୟେକ ଚେତନା ଉଦ୍ଧୀପକ ଓ ମର୍ମସ୍ପର୍ଶୀ ।” ‘ଆଳୁଙ୍କୁ ଆନ୍ତର୍ଜାତିକ ସ୍ୱୀକୃତି’ ନିବନ୍ଧ ମଧ୍ୟ ଚିତ୍ତାକର୍ଷକ ।”

-ସଦାନନ୍ଦ ମହାନ୍ତି, ସୁତାହାଟ, ଖ୍ରୀଷ୍ଟିଆନ୍ ସାହି, କଟକ
୩୫୨ ବିକଳ୍ପ ବିଶ୍ୱ