ପୃଷ୍ଠା:Bikalpa Biswa.pdf/୩୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

“ପିସି, ଗୋଡିଭୋଜି, କୁତ୍ତାଖାତା” ମନ ଧ୍ୟାନ ଦେଇ ପାଠ କଲି । ‘ପିସି’ର ମହାତ୍ମ୍ୟ ନ କହିଲେ ଭଲ । ଲେଖାଟି ଅପ୍ରିୟ ସତ୍ୟ ହେଲେ ବି ଅତ୍ୟନ୍ତ ଯୁଗୋପଯୋଗୀ ଓ ଶିକ୍ଷଣୀୟ ।

-ଗଗନ ବିହାରୀ ମହାନ୍ତି, ଲୋକ ସୁରକ୍ଷା ମଞ୍ଚ, ଯାଜପୁର

“ଅ·ନକ ପତ୍ର ପାଇ ବିସ୍ମିତ ହେବେ ନାହିଁ । ଅନେକ ଦିନ ଆପଣଙ୍କ ଲେଖାମାନ ପଢ଼ି ବହୁତ ଖୁସି ଲାଗୁଛି । ଏବକାର “ନିର୍ବାଚନ, ଯୋଜନା ଓ ଚେତନା” ଲେଖାଟି ମନଲାଖି ହୋଇଛି । ନୂତନ ରୁଚି, ଶୈଳୀ ଓ ସୁଖପାଠ୍ୟ । ଏ ସବୁକୁ ପୁସ୍ତକ ଆକାରେ ଖେିବାକୁ ଅପେକ୍ଷା କରି ରହିଲୁ । ଓଡ଼ିଆ ବିକାଶ ସାହିତ୍ୟ ଋଦ୍ଧିମନ୍ତ ହେବ ।”

-ରାସ ବିହାରୀ ବେହେରା, ପୂର୍ବତନ ମନ୍ତ୍ରୀ, ମହାବୀର ପଡ଼ା, ଭବାନିପାଟଣା

ଏହାଛଡା ଟେଲିଫୋନ୍, ଇ-ମେଲ୍ ଜରିଆରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସହସ୍ରାଧିକ ପାଠକ ପାଠିକା ‘ବିକଳ୍ପ ବିଶ୍ୱ’ ସ୍ତମ୍ଭରେ ପ୍ରକାଶିତ ଲେଖାଗୁଡିକ ସମ୍ପର୍କରେ ପ୍ରେରଣାପୂର୍ଣ୍ଣ

ମତାମତ େଇ ଆସୁଛନ୍ତି । ଏଥିପାଇଁ ସେ ସମସ୍ତଙ୍କ ନିକଟରେ ଲେଖକ କୃତଜ୍ଞ ।

ବିକଳ୍ପ ବିଶ୍ୱ ୩୫୫