ପୃଷ୍ଠା:Biplaba Suare Padartha Bigyan.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ତାଙ୍କର ବ୍ୟାଖ୍ୟାନ ଉପସ୍ଥାପିତ କରିଥିଲେ । କିନ୍ତୁ ଗ୍ରହମାନଙ୍କ ଗତିକୁ ବୁଝାଇବା ପାଇଁ ଟଲେମୀଙ୍କୁ ଅତି ଜଟିଳ ଚିତ୍ରର କଳ୍ପନା କରିବାକୁ ପଡ଼ିଥିଲା । ତଥାପି ବି ଗ୍ରହ ଗତିର କେତେ ଦିଗକୁ ତାଙ୍କ ମତବାଦ ଠିକଭାବରେ ବୁଝାଇ ପାରିନଥିଲା ।

ସୌରକେନ୍ଦ୍ରିକ ମତବାଦ

ପୋଲାଣ୍ଡର ଜ୍ୟୋତିର୍ବିଜ୍ଞାନୀ ନିକୋଲସ୍ କୋପରନିକସ (୧୪୭୩ - ୧୫୪୩) ମତ ଦେଲେ ଯେ ପୃଥିବୀ ନୁହେଁ ସୂର୍ଯ୍ୟ ରହିଛି ‘ବିଶ୍ୱ' (ସୌରଜଗତ ଶବ୍ଦଟି ପରେ ଆସିଲା)ର କେନ୍ଦ୍ରରେ ଏବଂ ଗ୍ରହମାନେ

[[ଫାଇଲ:|393px|page=10]]