ପୃଷ୍ଠା:Biplaba Suare Padartha Bigyan.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|393px|page=12]]

ଗାଣିତିକ ରୂପ ଦେବାରେ କେପ୍ଲର ହେଉଛନ୍ତି ପ୍ରଥମ ବିଜ୍ଞାନୀ । ଏଥିପାଇଁ ତାଙ୍କୁ ଖଗୋଳ ଯାଳ୍ପିକୀ (ସେଲେଣ୍ଟିଆଲ୍ ମେକାନିକ୍ସ୍) ବିଜ୍ଞାନର ପ୍ରତିଷ୍ଠାତା କୁହାଯାଏ ।

ବିଜ୍ଞାନରେ ପରଖ ଆରମ୍ଭ

ସତରଶ ଇଟାଲୀର ବିଖ୍ୟାତ ବିଜ୍ଞାନୀ ଗାଲିଲିଓ ଗାଲିଲି (୧୫୬୪ - ୧୬୪୨) ବିଜ୍ଞାନ ଜଗତରେ ଆଉ ଏକ ବିପ୍ଳବ ଆଣିଥିଲେ |୧୬୩୨ ମସିହାରେ ଗାଲିଲିଓ ତାଙ୍କ ପୁସ୍ତକ ତାଏଲଗ୍ ଅନ୍ ଦି ଟୁ ସିଷ୍ଟମ୍‌ସ୍ ଅଫ୍ ଦି ୱାର୍ଲଡ୍ କାଶିତ କରିଥିଲେ । ଏହା ମାଧ୍ୟମରେ ସେ ଆଗରୁ ଚଳିଆସୁଥିବା ସବୁ କାମ, ଆନୁଭବିକ ସିଦ୍ଧାନ୍ତ ଏବଂ ବନ୍ଧମୂଳ ଧାରଣା ସବୁର ବିରୁଦ୍ଧରେ ସଂଘର୍ଷ ଆରମ୍ଭ କରିଥିଲେ ।

ଗାଲିଲିଓ କାମ ଓ ମତ ବୈଜ୍ଞାନିକଙ୍କ ଦୃଷ୍ଟିକୋଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା । ସେ ତାଙ୍କ ସମସାମୟିକ ବୈଜ୍ଞାନିକଙ୍କଠାରୁ ଅଲଗା ରାସ୍ତା ବାଛିଲେ । ସେ ସମୟର ବିଜ୍ଞାନୀମାନେ ସାଧାରଣତଃ ତର୍କ ବଳରେ ସିଦ୍ଧାନ୍ତରେ ପହଞ୍ଚୁଥିଲେ । କିନ୍ତୁ ଗାଲିଲିଓ ତାଙ୍କ ତତ୍ତ୍ବର ପ୍ରମାଣ ପାଇଁ ପରଖର ଆରମ୍ଭ କରିଥିଲେ । ସେ ସମୟ ଓ ଦୂରତାକୁ ମାପିଥିଲେ । ପ୍ରକୃତରେ ସମୟ ଉପରେ ଗାଲିଲିଓ ହିଁ ପ୍ରଥମେ ପରୀକ୍ଷା କରିଥିଲେ । ସେ ପଦାର୍ଥ ବିଜ୍ଞାନରେ ଗଣିତର ବ୍ୟବହାର କରିଥିଲେ । ସେ ଦେଖିବାକୁ

୧୦ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ