ପୃଷ୍ଠା:Biplaba Suare Padartha Bigyan.pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚାହୁଁଥିଲେ ଯେ ପ୍ରଚଳିତ ସତ୍ୟକୁ କିପରି ଅଧିକ ନିୟମ ବଦ୍ଧ ଧାରାରେ ଏବଂ ବ୍ୟାପକତର ଭାବରେ ବୁଝାଯାଇପାରିବ ! ଗାଲିଲିଓଙ୍କର ଅବଦାନର ବ୍ୟାପକତଃ ଦୃଷ୍ଟିରୁ ବିଜ୍ଞାନର ଜଣେ ଐତିହାସିକ କହିଥିଲେ, “ବିଜ୍ଞାନର ଆରମ୍ଭ ପାଇଁ ଯଦି କେବେ ସମୟ ନିର୍ବାରଣ କରାଯାଇ ପାରିବ, ତେବେ ତାହା ବିଶ୍ଚୟ ୧୬୩୨ ହିଁ ହେବ ।” ଗାଲିଲିଓଙ୍କ ଅବଦାନକୁ ଆଇନ୍‌ଷ୍ଟାଇନ୍ (୧୮୭୯-୧୯୫୫) ମଧ୍ୟ ସ୍ୱୀକାର କରିଥିଲେ । ଆଇନ୍‌ଷ୍ଟାଇନ୍‌ଙ୍କ ମତରେ, "ଇନ୍ଦ୍ରିୟାନୁଭୂତିରୁ ମିଳୁଥିବା ବିଶ୍ବ ସମ୍ପର୍କିତ ଜ୍ଞାନ କେବଳ ତାକିକ ଚିନ୍ତନରୁ ମିଳିବ ନାହିଁ । ଜ୍ଞାନ ଅନୁଭବରୁ ହିଁ ମିଳିଥାଏ । ଗାଲିଲିଓ ଏହି ପ୍ରକ୍ରିୟାକୁ ବୁଝିଥିଲେ ଏବଂ ବିଜ୍ଞାନ ଜଗତରେ ଏହାକୁ ପ୍ରୟୋଗ କରିଥିଲେ, ସେଥିପାଇଁ ତାଙ୍କୁ କେବଳ ଆଧୁନିକ ପଦାର୍ଥ ବିଜ୍ଞାନର ନୁହେଁ ପୁରୀ ଆଧୁନିକ ବିଜ୍ଞାନର ଜନକ ବୋଲି କୁହାଯାଇ ପାରିବ ।”

୧୬୦୮ ମସିହାରେ ହଲାଣ୍ଡର ହାନସ୍ ଲିପଶି ନାମକ ଜଣେ ଚଷମା କାରିଗର ଦୂରବୀକ୍ଷଣ ଯନ୍ତ୍ର ତିଆରି କରିଥିଲେ । ଏହା ଡାଣିବା ପରେ ଗାଲିଲିଓ ନିଜେ ଏଭଳି ଯନ୍ତ୍ରଟିଏ ତିଆରି କଲେ ଓ ଆକାଶକୁ ଦେଖିଲେ । ୩୦ ଗୁଣ ବଡ କରି ଦେଖାଇ ପାରୁଥିବା ତାଙ୍କ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସେ ଚନ୍ଦ୍ରର ଗୀତ, ସୌର କଳଙ୍କ, ବୃହସ୍ପତିର ଚାରୋଟି ଉପଗ୍ରହ, ଶୁକ୍ର ଗ୍ରହର କଳା ବଢ଼ିବା କମିବା ଆଦି ଦେଖିଥିଲେ । ଏହିସବୁ ପରଖ କୋପରନିକସଙ୍କ ମତବାଦର ସତ୍ୟତା ପ୍ରମାଣିତ କଲା ।