ପୃଷ୍ଠା:Biplaba Suare Padartha Bigyan.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଅନ୍ୱେଷଣର ଏହି ଚାରୋଟି ସଂକ୍ଷିପ୍ତ ଏବଂ ଜାଗତିକ ନିୟମ ପ୍ରକୃତରେ ବୈପ୍ଳବିକ ଥିଲା । ଏଗୁଡ଼ିକର ପ୍ରୟୋଗ ଦ୍ବାରା ସେ ସମୟର ପଦାର୍ଥ ବିଜ୍ଞାନରେ ଥିବା ଅନେକ ଅସମାହିତ ପ୍ରଶ୍ନର ସମାଧାନ ଖୋଜିବାରେ ନିଉଟନ ସକ୍ଷମ ହୋଇଥିଲେ । ନିଉଟନଙ୍କ ଲିଖିତ ଫିଲୋସଫି? ପ୍ରିନ୍‌ସିପିଆ ମାଥୋମାଟିକା ବିଜ୍ଞାନ ଜଗତର ଏକ ଅମୂଲ୍ୟ ସମ୍ପଦ । ଏହି ଗ୍ରନ୍ଥ ପ୍ରଥମେ ୧୬୮୭ ମସିହାରେ ଲାଟିନ ଭାଷାରେ ଲେଖା ଯାଇଥିଲା । ଏହାର ଇଂରାଜୀ ସଂସ୍କରଣ ମୂଳ ଗ୍ରନ୍ଥର ୪୨ ବର୍ଷ ପରେ ଏବଂ ନିଉଟନଙ୍କ ମୃତ୍ୟୁର ଦୁଇବର୍ଷ ପରେ ୧୭୨୯ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରିନ୍‌ସିପିଆର ପ୍ରକାଶନ ସହିତ ଦେଢ଼ ଶତାବ୍ଦୀ ପୂର୍ବରୁ କୋପରନିକସଙ୍କ ସମୟରୁ ଆରମ୍ଭ ହୋଇଥିବା ବୈଜ୍ଞାନିକ ବିପ୍ଳବର ମୁଣ୍ଡି ମରିଥିଲା ।

ଏହି ଗ୍ରନ୍ଥରେ ନିଉଟନ ବିଶ୍ବର ଏକ ସାମଗ୍ନିକ ରୂପରେଖ ପ୍ରସ୍ତୁତ କରିଥିଲେ । ପ୍ରିନ୍‌ସିପିଆ ଗ୍ରନ୍ଥଟି ତିନି ଭାଗରେ ବିଭକ୍ତ । ପ୍ରଥମ ଭାଗଟି ଗତିର ତିନୋଟି ନିୟମରୁ ଆରମ୍ଭ ହୋଇଛି । ଏବେ ଏଗୁଡ଼ିକ ନିଉଟନଙ୍କ ଗତି ନିୟମ ଭାବରେ ଜଣା । ଏହି ନିୟମଗୁଡ଼ିକ ଜଡ଼ତା, ତୃରଣ ଓ

[[ଫାଇଲ:|393px|page=16]]
୧୪ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ