ପୃଷ୍ଠା:Biplaba Suare Padartha Bigyan.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବଳର ସମାନୁପାତିକତା ଏବଂ କ୍ରିୟା ପ୍ରତିକ୍ରିୟାର ସମ୍ପର୍କକୁ ବୁଝାଇଥାଏ । ବସ୍ତୁର ଓଜନ ଏବଂ ବସ୍ତୁତ୍ବ ଭିତରେ ଥିବା ପ୍ରଭେଦକୁ ପ୍ରଥମେ ନିଉଟନ ହିଁ ବୁଝାଇଥିଲେ ।

ପ୍ରିନ୍‌ସିପିଆର ଦ୍ବିତୀୟ ଭାଗରେ ନିଉଟନ ଏକ ନୂଆ ବୈଜ୍ଞାନିକ ଦର୍ଶନ ଉପସ୍ଥାପିତ କରିଥିଲେ । ଏହି ନୁଆ ଦର୍ଶନ ଆଗରୁ ଚଳୁଥିବା ଦେ କାର୍ଡ ଦର୍ଶନ (କାର୍ଟେସିଆନିଜମ୍) ର ସ୍ଥାନ ନେଲା । ପ୍ରିନ୍‌ସିପିଆର ତୃତୀୟ ଭାଗରେ ନିୟମଗୁଡ଼ିକର ପ୍ରୟୋଗ ଏବଂ ପ୍ରଥମ ଦୁଇଟି ଭାଗର ସିଦ୍ଧାନ୍ତ ଗୁଡ଼ିକ ରହିଥିଲା । ଏହି ତୃତୀୟ ଭାଗରେ ନିଉଟନ ଜୁଆର ବିଷୟରେ ଏବଂ ଚନ୍ଦ୍ରର ଗତି ବିଷୟରେ ବୁଝାଇଥିଲେ ।

ପଦାର୍ଥ ବିଜ୍ଞାନ ଓ ଖଗୋଳ ଯାନ୍ତିକୀ କ୍ଷେତ୍ରରେ ନିଉଟନଙ୍କର ବ୍ୟାପକ କାମର ଶେଷଫଳ ଥିଲା ଜାଗତିକ ଗୁରୁତ୍ମାକର୍ଷଣ ତତ୍ତ୍ବ । ସେ ଦେଖାଇଲେ ଯେ ପୃଥିବୀ ଉପରେ ଆମେ ଅନୁଭବ କରୁଥିବା ମାଧ୍ୟାକର୍ଷଣ ବଳ ଏବଂ ମହାକାଶରେ ଗ୍ରହ ଆଦି ପିଣ୍ଡାଙ୍କ ଭିତରେ ଥିବା ଆକର୍ଷଣ ବଳର ନିୟମ ସମାନ ।

ପ୍ରକୃତରେ ଏସବୁ ଗୋଟିଏ ମାତ୍ର ପ୍ରଭାବ ଏବଂ ତାହା ସାରା ବିଶ୍ବ ପାଇଁ ପ୍ରଯୁଜ୍ୟ । ୧୬୬୬ ମସିହାରେ ନିଉଟନ କଳ୍ପନା କରିଥିଲେ ଯେ ପୃଥିବୀର ମାଧ୍ୟାକର୍ଷଣ ବଳ ଚନ୍ଦ୍ର ଯାଏଁ ବ୍ୟାପିଥାଏ ଏବଂ ଘୁରୁଥିବା ଚନ୍ଦ୍ରର କେନ୍ଦ୍ରାପସାରୀ ବଳ ଦ୍ବାରା ତାହା ପ୍ରତି ସନ୍ତୁଳିତ ହୋଇଥାଏ । ତାଙ୍କର କେନ୍ଦ୍ରାପସାରୀ ବଳ ନିୟମ ଏବଂ କେପଲରଙ୍କ ଗ୍ରହ ଗତିର ତୃତୀୟ ନିୟମ ଅନୁସାରେ ନିଉଟନ ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ଚନ୍ଦ୍ର ବା କୌଣସି ଗ୍ରହର କେନ୍ଦ୍ରାପସାରୀ ବଳ ଗତିର କେନ୍ଦ୍ରଠାରୁ ତା’ର ଦୂରତାର ବର୍ଗର ବିପରୀତ କ୍ରମରେ କମି ଚାଲେ ।

ନିଉଟନଙ୍କ ମାଧ୍ୟାକର୍ଷଣ ନିୟମ ଅନୁସାରେ କୌଣସି ଦୁଇଟି ବସ୍ତୁଙ୍କର ପାରସ୍ପରିକ ଆକର୍ଷଣ ବଳ ସେମାନଙ୍କ ବସ୍ତୁତ୍ବର ଗୁଣନ ଫଳ

ବିକାଶରୁ ବିପ୍ଳବ ୧୫