ପୃଷ୍ଠା:Biplaba Suare Padartha Bigyan.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅନୁସାରେ (ସମାନୁପାତିକ ଭାବରେ) ବଢ଼େ, ଏବଂ ତାଙ୍କ ଭିତରେ ଥିବା ଦୂରତାର ବର୍ଗ ଅନୁସାରେ (ବୁନ୍ଯୁତ୍କ୍ରମାନୁପାଚିକ ଭାବରେ) କମେ । ମାଧ୍ୟାକର୍ଷଣ ଏବଂ ଗତି ନିୟମ ସାହାଯ୍ୟରେ ନିଉଟନ ଧୂମକେତୁଙ୍କ କକ୍ଷପଥ, ଜୁଆର-ଭଟ୍ଟାର ସମୟ ଏବଂ ତାହାର ବଦଳିବାର ନିୟମ, ପୃଥିବୀର ଅକ୍ଷର ଅୟନଚଳନ ଏବଂ ଚନ୍ଦ୍ରର ଗତି ଉପରେ ସୂର୍ଯ୍ୟର ଆକର୍ଷଣର ପ୍ରଭାବ ଆଦି ଅନେକ ଅବୁଝା ଘଟଣାକୁ ସୁନ୍ଦର ଭାବେ ବୁଝାଇ ପାରିଥିଲେ । ନିଉଟନ ପ୍ରକୃତିର ଗୋଟିଏ ସାଧାରଣ ତତ୍ତ୍ବ ଏବଂ ପାଳ୍ପିକୀର ଗୋଟିଏ ପଦ୍ଧତି ସାହାଯ୍ୟରେ ଜ୍ୟୋତିର୍ବିଜ୍ଞାନର ଏବଂ ପୃଥିବୀ ଉପରର ପଦାର୍ଥ ବିଜ୍ଞାନର ଅନେକ ସମସ୍ୟାକୁ ଶୃଙ୍ଖଳିତ ଭାବରେ ବୁଝାଇ ପାରିଥିଲେ ।

ନିଉଟନଙ୍କ ଦ୍ବିତୀୟ ଗୁରୁତ୍ବପୂର୍ଣ ଗ୍ରନ୍ଥ ଅପ୍ଟିକ୍ସ୍ ୧୭୦୪ ମସିହାରେ ପ୍ରକାଶିତ ହୋଇଥିଲା । ଏଥିରେ ସେ ଦେଖାଇଥିଲେ ଯେ ଧଳା ଆଲୁଅକୁ ଗୋଟିଏ ପ୍ରିଜମ୍ ମାଧ୍ୟମରେ ପକାଇ ସାତଟି ରଙ୍ଗର ବର୍ଣ୍ଣାଳୀ ସୃଷ୍ଟି କରାଯାଇ ପାରିବ । ସେଥିରେ ନିଉଟନ ଆଲୁଅର କଣିକା ତତ୍ତ୍ବ ମଧ୍ୟ

୧୬ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ