ପୃଷ୍ଠା:Biplaba Suare Padartha Bigyan.pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|393px|page=21]]

ଆଗରୁ ବିଦ୍ଯୁତ ଏବଂ ଚୁମ୍ବକତ୍ବକୁ ଦୁଇଟି ଅଲଗା ପ୍ରଭାବ ଭାବରେ ଧରା ଯାଉଥିଲା । କିନ୍ତୁ ସେ ବୈଜ୍ଞାନିକମାନେ ପ୍ରମାଣିତ କଲେ ଯେ ଦୁଇଟି ଯାକ ବୈଦ୍ୟୁତିକ-ଚୁମ୍ବକୀୟ କ୍ଷେତ୍ରର ପରିପ୍ରକାଶ ମାତ୍ର । ବିଦ୍ୟୁତ ଚୁମ୍ବକତ୍ୱ ସୃଷ୍ଟି କରେ ଏବଂ ଚୁମ୍ବକ ମଧ୍ୟ ବିଦ୍ଯୁତ ସୃଷ୍ଟି କରେ । ଜେମସ୍ କ୍ଲାର୍କ ମାକ୍ସୱେଲ (୧୮୩୧-୧୮୭୯) ଚାରୋଟି ଗାଣିତିକ ସମୀକରଣ ମାଧ୍ୟମରେ ବିଦ୍ଯୁପ ଓ ଚୁମ୍ବକର ଭିତରେ ଥିବା ପାରସ୍ପରିକ କ୍ରିୟାକୁ ସୁନ୍ଦର ଭାବରେ ପ୍ରମାଣିତ କରିଥିଲେ ଏବଂ ସେ ଆହୁରି ମଧ୍ୟ କହିଥିଲେ ଯେ ବିଦ୍ଯୁତ-ଚୁମ୍ବକୀୟ କ୍ଷେତ୍ର ମହାକାଶରେ ତରଙ୍ଗ ରୂପରେ ସଞ୍ଚାରିତ ହୋଇପାରେ ଏବଂ ଏହାର ଗତି ଆଲୋକର ଗତି ସହ ସମାନ । ମାକ୍ସୱେଲଙ୍କ ଏହି ତତ୍ତ୍ବ ବିଜ୍ଞାନରେ ଗୋଟିଏ ମାଇଲ ଖୁଣ୍ଟ ରୂପରେ ରହିଛି ।

ପଦାର୍ଥ ବିଜ୍ଞାନର ବିକାଶ

ପଦାର୍ଥ ବିଜ୍ଞାନ ଦ୍ରୁତ ବିକାଶ ସତ୍ତ୍ୱେ ଆହୁରି ସେଥିରେ ଅନେକ ସମସ୍ୟା ରହିଥିଲା ଯାହାର ଗ୍ରହଣୀୟ ସମାଧାନ ସମ୍ଭବ ହୋଇ ପାରୁନଥିଲା । ସେତେବେଳର ମୁଖ୍ୟ ସମସ୍ୟା ଭିତରେ ରହିଥିଲା: