ପୃଷ୍ଠା:Biplaba Suare Padartha Bigyan.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧. ମହାଶୂନ୍ୟରେ ଆଲୋକର ଗତି ପାଇଁ ଏକ ସମ୍ଭାବ୍ୟ ମାଧ୍ୟମର ରୂପରେଖ ।

୨. କେଥ୍ରୋତ ରଶ୍ମି ଓ ପରମାଣୁ ଗଠନ ବିଷୟରେ ସଠିକ ତଥ୍ୟ

୩. କୃଷ୍ଣପିଣ୍ଡ (ବ୍ଲକ୍ ବଡି) ବିକିରଣର ବ୍ୟାଖ୍ୟା

ଉନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଦୃଢ଼ ଧାରଣା ଆସିଲା ଯେ ପଦାର୍ଥର ମୂଳ କଣିକା ହେଉଛି ପରମାଣୁ । ସେହି ସମୟରେ ରଞ୍ଜନ ରଶ୍ମି, ତେଜସ୍କ୍ରିୟତା, ଇଲେକ୍‌ଟ୍ରନ୍ ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ଆବିଷ୍କାର କରାଯାଇଥିଲା । ଏସବୁ ଆବିଷ୍କାର ଫଳରେ ପଦାର୍ଥ ବିଜ୍ଞାନରେ ଆଉ ଏକ ବିପ୍ଳବ ଆସିଥିଲା ଏବଂ ବିଚିଂଶ ଶତାବ୍ଦୀରେ ପଦାର୍ଥ ବିଜ୍ଞାନର ବିକାଶ ପାଇଁ ତାହା ନୁଆ ବାଟ ଖୋଲିଦେଲା । ତେବେ ବିଚିଂଶ ଶତାବ୍ଦୀର ପଦାର୍ଥ ବିଜ୍ଞାନ ବିଷୟରେ ଆଲୋଚନା କରିବା ପୂର୍ବରୁ ଉନବିଂଶ ଶତାବ୍ଦୀର ଶେଷ ଯାଏଁ ହୋଇଥିବା ଆବିଷ୍କାରର ଆଲୋଚନା କରିବା ଜରୁରୀ । ଏହାର କିଛି ମୁଖ୍ୟ ପାଦର ବର୍ଣ୍ଣନା ତଳେ ରହିଛି ।

ତାପ ଓ ଶକ୍ତି

ଉନବିଂଶ ଶତାବ୍ଦୀରେ ତାପ ଉପରେ ହୋଇଥିବା ପରଖରୁ ତାପଗତି ବିଜ୍ଞାନ ନାମକ ପଦାର୍ଥ ବିଜ୍ଞାନର ଏକ ନୂଆ ଶାଖା ସୃଷ୍ଟି ହୋଇଥିଲା । ଶକ୍ତିର ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ପରିବର୍ତ୍ତନ ବିଷୟରେ ଅଧ୍ୟୟନ ଏହି ବିଜ୍ଞାନର ଆଧାର ହେଲା ।

ଇଂରେଜ-ଆମେରିକୀୟ ବୈଜ୍ଞାନିକ ବେଞ୍ଜାମିନ୍ ଥମସନ (୧୭୫୩୧୮୧୪) ତୋପ ନଳୀ ଖୋଦେଇ ବେଳେ ଲକ୍ଷ୍ୟକଲେ ଯେ ଘର୍ଷଣ ଦ୍ବାରା କିଛି ପରିମାଣର ତାପ ଉତ୍ପନ୍ନ ହେଉଛି । ଏଥିରୁ ସେ ଚିନ୍ତା କଲେ ଯେ ତାପ ଗତିର ହିଁ ଏକ ରୂପ । ଉନବିଂଶ ଶତାବ୍ଦୀର ମଝିବେଳକୁ ତାପର


୨୦ ବିଯୁବ ସୁଅରେ, ପଦାର୍ଥ ବିଜ୍ଞାନ