ପୃଷ୍ଠା:Biplaba Suare Padartha Bigyan.pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|384px|page=23]]

ପ୍ରକୃତ ରୂପ ବିଷୟରେ ଜଣାପଡ଼ିଲା ଏବଂ ଜଣାଗଲା ଯେ ଥମ୍ପସନଙ୍କ ତ‌ତ୍ତ୍ୱ ଭୁଲ ଥିଲା ।

ଇଂରେଜ ବୈଜ୍ଞାନିକ ଜେମ୍‌ସ ପ୍ରେସ୍‌କଟ ଜୁଲ୍ (୧୮୧୮-୧୮୮୯) ୧୮୪୦ ମସିହାରେ ତାପ ଉପରେ ଗୁରୁତ୍ୱପୂର୍ଣ୍ଣ ପରଖ କରିଥିଲେ । ଏକ ଏକକ ଚାପ ଉତ୍ପନ୍ନ କରିବା ପାଇଁ କେତେ ଯାନ୍ତିକ ଶକ୍ତି ଦରକାର ତାହା ସେ ନିର୍ଦ୍ଧାରିତ କରିଥିଲେ । ତାଙ୍କ ପରୀକ୍ଷାରୁ ସେ ଜାଣି ପାରିଥିଲେ ଯେ ତାପ ଶକ୍ତିର ହିଁ ଏକ ରୂପ । ଜୁଲ୍‌ଙ୍କର ଏହି ପରୀକ୍ଷା ତାପଗତି ବିଜ୍ଞାନର ପ୍ରଥମ ନିୟମର ଆଧାର ହେଲା । ଏହି ନିୟମର ପରିକଳ୍ପନା ଜର୍ମାନୀ ବୈଜ୍ଞାନିକ ହର୍ମାନ ଭନ୍ ହେଲ୍ମହୋଲ୍‌ଜ୍ (୧୮୨୧-୧୮୯୪) କରିଥିଲେ । ତାଙ୍କ ମତରେ ମାଧ୍ୟାକର୍ଷଣ, ବିଦ୍ୟୁତ, ଚୁମ୍ବକୀୟ, ତାପ ଏବଂ ଗତି ସହ ଯୋଡ଼ା ଶକ୍ତିର ବିଭିନ୍ନ ରୂପ ପ୍ରକୃତରେ ଏକ । ଶକ୍ତିର ଗୋଟିଏ ରୂପ ବଦଳରେ ସମାନ ପରିମାଣର ଶକ୍ତି ଆଉ ଗୋଟିଏ ରୁପରେ ମିଳିଥାଏ ।

୧୮୨୪ ମସିହାରେ ବୈଜ୍ଞାନିକ ସାଦି କାର୍ଣ୍ଣୋ (୧୭୯୬-୧୮୩୨) ତାଙ୍କ ସନ୍ଦର୍ଭରେ ଗୋଟିଏ ବାଷ୍ପ ଇଞ୍ଜିନର ସର୍ବାଧିକ କ୍ଷମତା କେତେ

ବିପ୍ଳବରୁ ବିସ୍ତାର ୨୧