ପୃଷ୍ଠା:Biplaba Suare Padartha Bigyan.pdf/୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୋଇପାରେ ତାହା ଦେଖାଇଥିଲେ । ଏହାକୁ ଆଧାର କରି ଇଂରେଜ ବିଜ୍ଞାନୀ ୱିଲିଅମ୍ ଥମସନ୍ (ଅନ୍ୟ ନାମ ଲର୍ଡ କେଲଭିନ୍, ୧୮୨୪୧୯୦୭)। ତାପଗତି ବିଜ୍ଞାନର ଦ୍ବିତୀୟ ନିୟମ ବାଢ଼ିଥିଲେ । ଜର୍ମାନ ଗାଣିତିକ ରୂଡଲଫ୍ କ୍ଲାସିୟସ (୧୮୨୨-୧୮୮୮) ଏହି ଦ୍ବିତୀୟ ନିୟମର ଗାଣିତିକ ରୂପ ଦେଇଥିଲେ । ସେହି ଗାଣିତିକ ବର୍ଣ୍ଣନାରେ ସେ ଏଣୋପି ନାମକ ଏକ ନୂଆ ଧାରଣା ଦେଇଥିଲେ । ଏଣୋପି ଏକ ଅମୂର୍ଖ ସଂଖ୍ୟା । ଉଦାହରଣ ସ୍ବରୂପ, ବାଷ୍ଠୀୟ ଇଞ୍ଜିନରେ ତାପ ଶକ୍ତିକୁ ଯାନ୍ତିକ ଶକ୍ତିରେ ରୂପାନ୍ତରିତ କଲାବେଳେ ପୂରା ପରିମାଣର ଶକ୍ତି ଫେରସ୍ତ ମିଳେ ନାହିଁ । ତାପଶକ୍ତିର ସେହି ହିସାବ ମିଳୁନଥିବା ଅଂଶକୁ ସେ ଏଣୋପି ନାମ ଦେଇଥିଲେ । ଏଣୋପି ଦୌତିକ ପରିବେଶର ବିଶୃଙ୍ଖଳାର ସୂଚନା ଦେଇଥାଏ ।

ଉନବିଂଶ ଶତାବ୍ଦୀର ମଝି ଭାଗରେ ବିଶେଷ କରି ବାଷ୍ଟ ଉପରେ ଗବେଷଣା କ୍ଷେତ୍ରରେ ପରମାଣୁର ପରିକଳ୍ପନାକୁ ସ୍ୱୀକୃତି ମିଳିବାରେ

୨୨ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ