ପୃଷ୍ଠା:Biplaba Suare Padartha Bigyan.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଆଧୁନିକ ବିଦ୍ୟୁତ କାରଖାନାର ମୂଳଦୁଆ ପକାଇ ମଣିଷର ଜୀବନକୁ ବଦଳେଇ ଦେଇଥିଲା ।

୧୮୬୫ ମସିହାରେ ଇଂରେଜ ପଦାର୍ଥ ବିଜ୍ଞାନୀ ଜେମ୍‌ସ୍ କ୍ଲାର୍କ ମାକ୍ସୱେଲ (୧୮୩୧ - ୧୮୭୯) ବିଦ୍ଯୁତ-ଚୁମ୍ବକୀୟ କ୍ଷେତ୍ର ଉପରେ ତାଙ୍କର ଗାଣିତିକ ତତ୍ତ୍ବ ପ୍ରକାଶ କରିଥିଲେ । ଉନବିଂଶ ଶତାବ୍ଦୀର ତାତ୍ମିକ ପଦାର୍ଥ ବିଜ୍ଞାନର ବିଖ୍ୟାତ ନିବନ୍ଧମାନଙ୍କ ଭିତରୁ ଏହା ଥିଲା ଗୋଟିଏ । ବୈଦ୍ୟୁତିକ-ଚୁମ୍ବକୀୟ ଘଟଣାକୁ ଲକ୍ଷ୍ୟ କରିବା ପାଇଁ ଫାରାଡେଙ୍କ ଦ୍ବାରା ପ୍ରସ୍ତୁତ ବଳରେଖାର ପରିକଳ୍ପନା ବିଷୟରେ ଗାଣିତିକ ବ୍ୟାଖ୍ୟା। ସେ କରିଥିଲେ ଏବଂ ତାହା ସାହାଯ୍ୟରେ ବୈଦ୍ୟୁତିକ ଆବେଶ ଓ ସ୍ରୋତ ଏବଂ ଚୁମ୍ବକୀୟ କ୍ଷେତ୍ରର ଦିଗ ଓ ଉଦ୍ଭବ ଆଦି କଥା ବୁଝାଇ ପାରିଥିଲେ । ଗଣିତ ସାହାଯ୍ୟରେ ସେ ପ୍ରମାଣ କରିଥିଲେ ଯେ ବିଦ୍ୟୁତ ଓ ଚୁମ୍ବକୀୟ ପ୍ରଭାବ କେବେ ହେଲେ ଅଲଗା ହୋଇ ପାରିବେ ନାହିଁ ।

ବୈଦ୍ୟୁତିକ୍-ଚୁମ୍ବକୀୟ ତରଙ୍ଗର ପରିକଳ୍ପନା ମଧ୍ୟ ମାକ୍ସୱେଲ କରିଥିଲେ ଏବଂ ହିସାବ କରି ଦେଖାଇଥିଲେ ଯେ ସେହି ତରଙ୍ଗର ଗତିବେଗ ଆଲୋକ ରଶ୍ମିର ବେଗ ସହିତ ପ୍ରାୟ ସମାନ । ଆହୁରି ଆଗକୁ ଯାଇ ସେ ମତ ଦେଲେ ଯେ ଆଲୋକ ଏବଂ ତା’ର ସମ୍ପର୍କୀୟ ଅବଲୋହିତ ଓ ଅତିବାଇଗଣି ରଶ୍ମି ମଧ୍ୟ ବିଭିନ୍ନ ପ୍ରକାରର ବୈଦ୍ଯୁତିକଚୁମ୍ବକୀୟ ତରଙ୍ଗ । ବିଭିନ୍ନ ବେଗରେ ତରଙ୍ଗାୟିତ ହେଉଥିବ ! ଆଦେଶରୁ ଏସବୁର ସୃଷ୍ଟି ଏବଂ ତାଙ୍କର ତରଙ୍ଗଦୈର୍ଘ୍ୟ ଓ କମ୍ପନାଙ୍କ କେବଳ ଭିନ୍ନ ଭିନ୍ନ । ଏହିଭଳି ଅନେକ ବିକିରଣ କେବଳ ବୈଦ୍ଯୁତିଗ:-ଚୁମ୍ବକୀୟ ତରଙ୍ଗ ବୋଲି ସେ ବୁଝାଇଥିଲେ ।

ମାକ୍ସୱେଲଙ୍କ ପରିକଳ୍ପିତ ବୈଦ୍ୟୁତିକ-ଚୁମ୍ବକୀୟ ତରଙ୍ଗର ପରୀକ୍ଷାମୂଳକ ପ୍ରମାଣ ଆସିଲା ୧୮୮୭-୮୮ ମସିହା ବେଳକୁ । ଜର୍ମାନ


ବିପ୍ଳବରୁ ବିସ୍ତାର ୨୫