ପୃଷ୍ଠା:Biplaba Suare Padartha Bigyan.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଜ୍ଞାନୀ ହେନେରିକ ରୂଡଲଫ୍ ହର୍ଜ (୧୮୫୭ - ୧୮୯୪) ଗୋଟିଏ ବିଦ୍ଯୁତ ପରିପଥରେ ଦୋଳାୟମାନ ବିଦ୍ଯୁତ ପ୍ରବାହ ଚଳାଇ ବୈଦ୍ଯୁତିକ-ଚୁମ୍ବକୀୟ ତରଙ୍ଗ ଉତ୍ପନ୍ନ କରିପାରିଲେ । ହର୍ଜ ଉତ୍ପନ୍ନ କରିଥିବା ବୈଦ୍ଯୁତିକ-ଚୁମ୍ବକୀୟ ତରଙ୍ଗର ତରଙ୍ଗଦୈର୍ଘ୍ୟ ସାଧାରଣ ଆଲୁଅର ତରଙ୍ଗଦୈର୍ଘ୍ୟ ତୁଳନାରେ ବହୁତ ଅଧିକ ଥିଲା । ଏହି ତରଙ୍ଗକୁ ବେତାର ବା ରେଡିଓ ତରଙ୍ଗ କୁହାଯାଏ । ତାଙ୍କର ଏହି ଆବିଷ୍କାର ଯୋଗୁଁ ବେତାର ପ୍ରସାରଣ ଏବଂ ତା’ର ମାଧ୍ୟମ ବିନା ବାରବାଉଁ (ଟେଲିଗ୍ରାମ) ଆଦିର ବିକାଶ ପାଇଁ ବାଟ ଖୋଲିଗଲା ।

ଏହି ସବୁ କାମ ଫଳରେ ବିକିରଣ, ତରଙ୍ଗଦୈର୍ଘ୍ୟ, କମ୍ପନାଙ୍କ ଆଦିର ସମ୍ପର୍କ ବୁଝାପଡ଼ିଗଲା । ଏହା ମଧ୍ୟ ଜଣାଗଲା ଯେ ବେତାର ଓ କ୍ଷୁଦ୍ର ତରଙ୍ଗ ( ମାଇକ୍ରୋ ସ୍ପେ ଭ), ଦୃଶ୍ୟମାନ ଆଲୋକ, ଅବଲୋହିତ ଓ ଅତିବାଇଗଣି ବିକିରଣ, ରଞ୍ଜନ ରଶ୍ମି ଓ ଗାମା ରଶ୍ମି ଆଦି ବିରାଟ ବୈଦ୍ଯୁତିକ-ଚୁମ୍ବକୀୟ ତରଙ୍ଗ ପରିବାରର ବିଭିନ୍ନ ସଦସ୍ୟ ମାତ୍ର ।

[[ଫାଇଲ:|384px|page=28]]


୨୬ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ