ପୃଷ୍ଠା:Biplaba Suare Padartha Bigyan.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିସ୍ତାରରୁ ଆଧୁନିକତା

[[ଫାଇଲ:|384px|page=29]]

ଉନବିଂଶ ଶତାବ୍ଦୀର ଶେଷ ଆଡକୁ ବୈଦ୍ଯୁତିକ-ଚୁମ୍ବକୀୟ ତଡ଼୍ ବହୁତ ଆଗେଇ ଯାଇଥିଲା । ହଲାଣ୍ଡର ବିଜ୍ଞାନୀ ହେକେଣ୍ଡରିକ ଲରେଞ୍ଜ (୧୮୫୩-୧୯୨୮) ମାକ୍ସୱେଲଙ୍କ ସମୀକରଣକୁ ଆହୁରି ପରିମାର୍ଜିତ କଲେ ଏବଂ ଇଲେକ୍‌ଟ୍ରନ୍ ତତ୍ତ୍ୱ ନାମକ ଏକ ନୂଆ ତତ୍ତ୍ୱ ବାହାର କଲେ । ଏହି ତତ୍ତ୍ୱ ସାହାଯ୍ୟରେ ଆଲୁଅର ପ୍ରତିସରଣ, ପ୍ରତିଫଳନ ଭଳି କେତେକ ପ୍ରଭାବକୁ ସହଜରେ ବୁଝାଇ ହେଲା । ସେ କହିଲେ ଯେ ପଦାର୍ଥ ଏବଂ ତରଙ୍ଗଦାଦକ ଇଥର୍ ଦୁଇଟି ଅଲଗା ଜିନିଷ ଏବଂ ସେମାନଙ୍କ ଭିତରେ ଇଲେକଟ୍ରନ୍ ଭଳି ଆବେଶିତ କଣିକା ମାଧ୍ୟମରେ ହିଁ ପାରସ୍ପରିକ କ୍ରିୟା ଘଟେ । ସେ କହୁଥିଲେ ଯେ ଆବେଶିତ କଣିକାର କମ୍ପନରୁ ଆଲୋକ ତରଙ୍ଗ ସୃଷ୍ଟି ହୁଏ ଏବଂ ପଦାର୍ଥ ଭିତରେ ଆବେଶିତ କଣିକା ଥିବାରୁ ହିଁ ପଦାର୍ଥ ଓ ଆଲୋକ ତରଙ୍ଗ ଭିତରେ ପାରସ୍ପରିକ କ୍ରିୟା ସମ୍ଭବ ହୁଏ ।