ପୃଷ୍ଠା:Biplaba Suare Padartha Bigyan.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ତଥାପି ଆଲୋକର ଗୁଣଧର୍ମକୁ ନେଇ କିଛି ଦ୍ୱନ୍ଦୁ ଓ ବିବାଦ ଲାଗି ରହିଥିଲା । ନିଉଟନଙ୍କର ମତ ଥିଲା ଯେ ଆଲୋକର ମୌଳିକ ରୂପ ହେଉଛି କଣିକା । କିନ୍ତୁ ହୁଇଗେନ୍‌ସ୍ ଆଲୋକ ରଶ୍ମିକୁ ତରଙ୍ଗ ରୂପରେ ବ୍ୟାଖ୍ୟା କରୁଥିଲେ । ଉନବିଂଶ ଶତାବ୍ଦୀର ଆରମ୍ଭରେ ଇଂରେଜ ପଦାର୍ଥ ବିଜ୍ଞାନୀ ଥମାସ୍ ୟଙ୍ଗ୍ (୧୭୭୩ - ୧୮୨୯) ଏହାର ସମାଧାନ ପାଇଁ କିଛି ପରୀକ୍ଷା କରିଥିଲେ । ତାଙ୍କ ପରୀକ୍ଷାର ଫଳ ହୁଇଗେନ୍‌ସ୍‌ଙ୍କ ତରଙ୍ଗ ତତ୍ତ୍ୱକୁ ସମର୍ଥନ କରିଥିଲା । ୟଙ୍ଗ ଆଲୋକର ବ୍ୟତିକରଣ (ଇଣ୍ଟରଫିଅରେନ୍ସ୍) ପ୍ରକ୍ରିୟାକୁ ଚିହ୍ନଟ କରିଥିଲେ ଏବଂ କେବଳ ତରଙ୍ଗ ତତ୍ତ୍ୱ ହିଁ ତାହାକୁ ବୁଝାଇ ପାରୁଥିଲା । ଏହି ପରୀକ୍ଷୀର ଦଶ ବର୍ଷ ପରେ ଫ୍ରାନ୍‌ସର ବିଜ୍ଞାନୀ ଅଗଷ୍ଟିନ୍ ଜିନ୍ ଫ୍ରେନେଲ (୧୭୮୮-୧୮୨୭) ଅଧିକ ପରୀକ୍ଷା କରି ୟଙ୍ଗଙ୍କ ମତ ଠିକ୍ ବୋଲି କହିଥିଲେ ।

ଏହା ପରେ ପଦାର୍ଥ ବିଜ୍ଞାନୀମାନେ ଆଲୁଅର କଣିକା ତତ୍ତ୍ୱକୁ ଆଉ ବିଚାରକୁ ନେଲେ ନାହିଁ । ଫ୍ରେନେଲ ଆଲୁଅର ସଞ୍ଚାରଣ ସମ୍ପର୍କିତ ବିଭିନ୍ନ ପ୍ରକ୍ରିୟାକୁ ବୁଝାଇବା ପାଇଁ ଗାଣିତିକ ନିୟମମାନ ବିକଶିତ କରିଥିଲେ । ତରଙ୍ଗ ତତ୍ତ୍ବ ଆଧାରିତ ଏହି ନିୟମଗୁଡ଼ିକର ସାହାଯ୍ୟରେ ଆଲୁଅର ପ୍ରତିଫଳନ, ପ୍ରତିସରଣ, ବିକୀର୍ଣ୍ଣନ, ସ୍ପଟିକ ଭିତରେ ଦ୍ବିପ୍ରତିସରଣ ଆଦି ପ୍ରକ୍ରିୟାକୁ ସହଜରେ ବୁଝାଇ ହେଲା ।


୨୮ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ