ପୃଷ୍ଠା:Biplaba Suare Padartha Bigyan.pdf/୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିକିରଣର ତୀବ୍ରତା କମିବାରେ ଲାଗେ । ଆହୁରି ମଧ୍ୟ ଜଣାଥିଲା ଯେ କୌଣସି କଠିନ ବସ୍ତୁରେ ପରମାଣୁର କମ୍ପନ ଯୋଗୁଁ ବିକିରଣ ଉତ୍ପନ୍ନ ହୁଏ । ତାପଗତି ତତ୍ତ୍ବ ପ୍ରୟୋଗ କରି କୃଷ୍ଣପିଣ୍ଡ ଭଳି ଗୋଟିଏ ଆଦର୍ଶ ଉତ୍ସରୁ ବାହାରୁଥିବା ବିକିରଣର ଗୁଣଧର୍ମ ବୁଝି ପାରିବା ସମ୍ଭବ ହେବା ଉଚିତ । କିନ୍ତୁ ୧୮୯୦ ମସିହା ଯାଏଁ ଜଣାଥିବା କୌଣସି ଗାଣିତିକ ନିୟମ ଏଥିରେ ସଫଳ ହୋଇପାରୁନଥିଲା ।

୧୮୯୬ ମସିହାରେ ଜର୍ମାନ ବିଜ୍ଞାନୀ ୱିଲହେଲ୍ମ୍ ଵିନ୍ (୧୮୬୪୧୯୨୮) ଛୋଟ ତରଙ୍ଗଦୈର୍ଘ୍ୟର ବିକିରଣ ପାଇଁ ଗୋଟିଏ ନିୟମ ଓ ଇଂରେଜ ବିଜ୍ଞାନୀ ଜେମ୍‌ସ୍ ଜିନ୍‌ସ୍ (୧୮୭୭-୧୯୪୬) ଲମ୍ବା ତରଙ୍ଗଦୈର୍ଘ୍ୟର ବିକିରଣ ପାଇଁ ଆଉ ଗୋଟିଏ ନିୟମ ବାହାର କରିଥିଲେ । ପ୍ଲାଙ୍କ ଯେକୌଣସି ଗରମ ପିଣ୍ଡ ପାଇଁ କାମଦେବା ଭଳି ନିୟମ ଖୋଜିବାରେ ଲାଗିଲେ । ସେ କୌଣସି ଦୋଳକର ଏଣ୍ଟ୍ରୋପି ଓ ତା’ର ଶକ୍ତି ଭିତରେ ସମ୍ପର୍କ ଖୋଜିବାରେ ଲାଗିଲେ ।

[[ଫାଇଲ:|392px|page=33]]

ଜର୍ମାନ ପଦାର୍ଥ ବିଜ୍ଞାନୀ ମାକ୍ସ କାର୍ଲି ଅର୍ଣ୍ଣଷ୍ଟ ଲୁଡଵିଗ ପ୍ଲାଙ୍କ (୧୮୫୮-୧୯୪୭) ମତ ଦେଲେ ଯେ ଉତ୍ତପ୍ତ କୃଷ୍ଣପିଣ୍ଡର ପରମାଣୁ ଅନବରତ ଭାବରେ ଶକ୍ତି ବିକିରଣ କରିପାରିବ ନାହିଁ । ସେହି ପରମାଣୁଗୁଡ଼ିକ ଅଲଗା ଅଲଗ! ପରିମାଣର ଶକ୍ତି ଛାଡ଼ନ୍ତି । ଏହି ଚିନ୍ତାକୁ ଆଧାର କରି ସେ ଗୋଟିଏ



ବିସ୍ତାରରୁ ଆଧୁନିକତା ୫୧