ପୃଷ୍ଠା:Biplaba Suare Padartha Bigyan.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୂତ୍ର ତିଆରି କଲେ ଯାହା ସବୁ ତରଙ୍ଗଦୈର୍ଘ୍ୟର ବିକିରଣ ପାଇଁ ଠିକ ହେଲା । ପ୍ଲାଙ୍କ ଚିନ୍ତା କଲେ ଯେ ଗୋଟିଏ ଉତ୍ତପ୍ତ କଠିନ ବସ୍ତୁରେ ସଙ୍ଗଠିତ ଭାବରେ ଦୋଳାୟମାନ ହେବା ଭଳି ପରମାଣୁ ରହିଥାଏ । ଏହି ଦୋଳାୟମାନ ପରମାଣୁ ଛୋଟ ତରଙ୍ଗଦୈର୍ଘ୍ୟର ବୈଦ୍ଯୁତିକଚୁମ୍ବକୀୟ ତରଙ୍ଗ ସୃଷ୍ଟି କରିପାରେ । ଦୋଳାୟମାନ ପରମାଣୁ ନିଜ ଉପରେ ପଡୁଥିବା ବିକିରଣକୁ ଶୋଷି ନେଇପାରେ, କିନ୍ତୁ ବିକିରଣରେ ଥିବା ସବୁ ତରଙ୍ଗଦୈର୍ଘ୍ୟର ଶକ୍ତିକୁ ତାହା ଶୋଷିପାରେ ନାହିଁ । ତାହା କେବଳ କିଛି ନିର୍ଦ୍ଦିଷ୍ଟ ତରଙ୍ଗଦୈର୍ଘ୍ୟର ବିକିରଣରେ ଆସୁଥିବା ଶକ୍ତିକୁ ଶୋଷିନିଏ । ଏହି ନିର୍ଦ୍ଦିଷ୍ଟ ମାପର ଶକ୍ତିକୁ ସେ ପ୍ୟାକେଟ୍ ବା କ୍ଲାଣ୍ଟମ୍ (ବହୁ ବଚନରେ କ୍ଲାଣ୍ଟା) ନାମ ଦେଲେ ।

ଡିସେମ୍ବର ୧୪, ୧୯୦୦ ମସିହାରେ ବର୍ଲିନରେ ଆୟୋଜିତ ଜର୍ମାନ ଫିଜିକାଲ ସୋସାଇଟିର ଅଧିବେଶନରେ ପ୍ଲାଙ୍କ ତାଙ୍କ ତତ୍ବ ବିଷୟରେ ଘୋଷଣା କରିଥିଲେ । ୧୯୦୧ ମସିହାରେ ଏହା ପ୍ରକାଶିତ ହେଲା ଏବଂ କ୍ଲାଣ୍ଟମ୍ ତତ୍ତ୍ବର ମୂଳଦୁଆ ପକାଇଲା । ପ୍ଲାଙ୍କ ନିଜର ଆବିଷ୍କାରର ଗୁଢ଼ ପ୍ରଭାବ ବିଷୟରେ ପୂରା ଖୁସି ନଥିଲେ । କାରଣ ତାଙ୍କର ଏହି ନୂଆ ତତ୍ତ୍ବ ପୁରୁଣା ପଦାର୍ଥ ବିଜ୍ଞାନର ମୌଳିକ ଢାଞ୍ଚାକୁ ବଦଳାଇ ଦେଉଥିଲା ! ଜଣେ ପାରମ୍ପରିକ ବିଜ୍ଞାନୀ ଭାବରେ ସେ ଚାହୁଁନଥିଲେ ଯେ ପ୍ରାଚୀନ ବା ସର୍ବସମ୍ମତ ପଦାର୍ଥ ବିଜ୍ଞାନର ଭିତ୍ତି ଏଭଳି ଦୋହଲିଯାଉ । ସେ ନିଜର ଆବିଷ୍କାରକୁ କୌଣସି ପ୍ରକାରରେ ପାରମ୍ପରିକ ତତ୍ତ୍ବର ଢାଞ୍ଚାରେ ପକାଇବାକୁ ଅନେକ ବର୍ଷ ଧରି ବିଫଳ ଚେଷ୍ଟା କରିଥିଲେ ।

ଆରମ୍ଭ ସମୟରେ କ୍ଲାଣ୍ଟମ ତତ୍ତ୍ବ ଉପରେ ଅନେକ ସନ୍ଦେହ ରହିଥିଲା । କିନ୍ତୁ ପ୍ଲାଙ୍କଙ୍କ ଦ୍ବାରା କ୍ଲାଣ୍ଟମର ପରିକଳ୍ପନା ପ୍ରକୃତରେ ଗୋଟିଏ ବିପୁବାତ୍ମକ ବିଚାର ଥିଲା ଏବଂ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଗୋଟିଏ ଅତି ମୌଳିକ ବିନ୍ତାଧାରା ଥିଲା । ଏହା ବିଷୟରେ


୩୨ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ