ପୃଷ୍ଠା:Biplaba Suare Padartha Bigyan.pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଇନଷ୍ଟାଇନ କହିଥିଲେ "ଏହି ଆବିଷ୍କାର ହେଉଛି ବିଂଶ ଶତାବ୍ଦୀର ପଦାର୍ଥ ବିଜ୍ଞାନର ସବୁ ଗବେଷଣାର ଆଧାର । ଆରମ୍ଭରୁ ହିଁ ଏହା ଆଗାମୀ ପଦାର୍ଥ ବିଜ୍ଞାନର ଦିଗ ନିର୍ଣ୍ଣୟ କରିପାରିଛି ।"

କାଥୋଡ ରଶ୍ମି

ଉନବିଂଶ ଶତାବ୍ଦୀର ଶେଷ ଆଡ଼କୁ ପ୍ରୟୋଗାତ୍ମକ ପଦାର୍ଥ ବିଜ୍ଞାନରେ କାଥୋଡ ରଶ୍ମିର ପ୍ରକୃତ ରୂପ ଉପରେ ଅନେକ ମତ ପାର୍ଥକ୍ୟ ରହିଥିଲା । ବାୟୁଚାପ କମ୍ ଥିବା କୌଣସି କାଚ ନଳୀରେ ବିଦ୍ଯୁତ ପ୍ରବାହିତ କଲେ ଏହି ରଶ୍ମି ଉତ୍ପନ୍ନ ହେବା କଥା ଅନେକ ଗବେଷକ ଦେଖିଥିଲେ । କିନ୍ତୁ ଏହାର ଗୁଣଧର୍ମ ବିଷୟରେ କିଛି ଜଣାନଥିଲା ।

ମାଇକେଲ ଫାରାଡେ ୧୮୩୦ ଦଶକରେ ଏହିଭଳି କମ୍ ବାୟୁଚାପ ଥିବା କାଚନଳୀରେ ବିଦ୍ଯୁତ ଶକ୍ତି ପ୍ରବାହିତ କରି ଗବେଷଣା କରିବାକୁ ଚେଷ୍ଟା କରିଥିଲେ । ସେଥିରେ ସେ ଅନେକ ଆଗ୍ରହଜନକ ଘଟଣା ଦେଖିବାକୁ ପାଇଥିଲେ । କିନ୍ତୁ ବାୟୁଚାପ କମାଇବା ପାଇଁ ଭଲ ପମ୍ପ ସେ ସମୟରେ ମିଳୁନଥିବାରୁ ସେ ଏ ଦିଗରେ ବେଶୀ ଆଗେଇ ପାରିନଥିଲେ ।

ଜର୍ମାନର ଜଣେ କାଚ ନିର୍ମାତା ହେନ ରିକ ଗାଇସଲର ୧୮୫୦ ମସିହାରେ ଗୋଟିଏ ସ୍ବତନ୍ତ୍ର ପ୍ରକାରର ନଳୀ ତିଆରି କରିଥିଲେ । ଏହି ଗାଇସଲର ନଳୀ ସାହାଯ୍ୟରେ ଜର୍ମାନ ବିଜ୍ଞାନୀ ଜୁଲିଅସ ପ୍ଲାକର ଏବଂ ତାଙ୍କ ପରେ ଯୋହାନ୍ ହିଟ ଫ୍ କମ୍ ବାୟୁଚାପରେ ବିଦ୍ଯୁତ ପ୍ରବାହ ଉପରେ ଅନେକ ପରୀକ୍ଷା କରିଥିଲେ ! ସେମାନେ ଲକ୍ଷ୍ୟ କଲେ ଯେ ନଳୀର ରାଣାତ୍ମକ ଇଲେକ୍‌ଟ୍ରୋଡ ( କାଥେଡ) ପାଖରେ ସବୁଜ ଦୀପ୍ତି ବାହାରୁଛି । ଜର୍ମାନ ବିଜ୍ଞାନୀ ୟୁଗେନ ଗୋଲ୍ଡଷ୍ଟାଇନ୍ (୧୮୫୦୧୯୩୦) ପରୀକ୍ଷା କରି ଦେଖିଲେ ଯେ ଋଣାତ୍ମକ ଇଲେକ୍‌ଟ୍ରୋତରୁ ବାହାରୁଥିବା ରଶ୍ମି ଯୋଗୁଁ ନଳୀ ଭିତରେ ଉଜଳ ଦୀପ୍ତି ଦେଖାଯାଉଛି ।


ବିସ୍ତାରରୁ ଆଧୁନିକତା ୩୩