ପୃଷ୍ଠା:Biplaba Suare Padartha Bigyan.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆବିଷ୍କାରର ବିସ୍ଫୋରଣ

ଉନବିଂଶ ଶତାବ୍ଦୀର ଶେଷ ପାଞ୍ଚ ବର୍ଷରେ ପରୀକ୍ଷାମୂଳକ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ବୈପ୍ଳବିକ ଆବିଷ୍କାର ହୋଇଥିଲା । ୧୮୯୫ ମସିହାରେ ରଞ୍ଜନ ରଶ୍ମି ବା ଏକ୍ସ-ରେ, ୧୮୯୬ରେ ତେଜସ୍କ୍ରିୟତା ତଥା ଜୀମାନ ପ୍ରଭାବ, ୧୮୯୭ରେ ଇଲେକ୍‌ଟ୍ରନ୍ ଏବଂ ୧୯୦୦ରେ କ୍ଲାଣ୍ଟମ୍ ତତ୍ତ୍ବ ଆବିଷ୍ଣୁତ ହେଲା । ଏସବୁ ଆବିଷ୍କାରର ମିଳିତ ପ୍ରଭାବରୁ ପଦାର୍ଥ ବିଜ୍ଞାନ ଯେଉଁ ଆଧୁନିକ ରୂପ ନେଲା ସେ ବିଷୟରେ ଆଗରୁ କଳ୍ପନା କରିବା ବି ସମ୍ଭବ ନଥିଲା ।


ଏକ୍ସ-ରେ

ୱିଲିଅମ୍ କନରାଡ ରଣ୍ଟଜେନ୍ (୧୮୪୫-୧୯୨୩) ଏକ୍ସ-ରେ ଆବିଷ୍କାର କରିଥିଲେ । ଥରେ ସେ ତାଙ୍କ ବିଜ୍ଞାନାଗାରରେ କାମ କରୁଥିଲା ବେଳେ ସେହି କୋଠରୀର ଗୋଟିଏ କୋଣରେ କିଛି କ୍ଷୀଣ ଆଲୁଅ ଦେଖିଲେ । ଟେବୁଲ ଉପରେ ଥିବା · ବେରିଅମ ପ୍ଲାଟିନୋସାଏନାଇଡ ପ୍ରଲେପ ଦିଆଯାଇଥିବା ଖଣ୍ଡେ କାଗଜରୁ ଏହା ଆସୁଥିବା ଦେଖି ସେ ବେଶ୍ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଜାଣିଥିଲେ ଯେ ସେ ପ୍ରକାରର କାଗଜ ଉପରେ କାଥେଡ ରଶ୍ମି ପଡ଼ିଲେ, ସେଥିରୁ ଆଲୁଅ ବାହାରେ । କିନ୍ତୁ ସେତେବେଳେ ତାଙ୍କର କାଥେଡ ରଶ୍ମି ଛାଡ଼ୁଥିବା ବିସର୍ଜକ ନଳୀଟି କଳା କାଗଜ ଢଙ୍କା ଫେଟି ଭିତରେ ଥିଲା । ସେ ପେଟି ମଧ୍ୟ ଆଲୁଅ ଦେଉଥିବା କାଗଜ ଠାରୁ ବେଶ୍ ଦୂରରେ, ପରୀକ୍ଷାଗାରର ଆର